-+91-9937148622 |
prerana_bgr@rediffmail.com |
Monday 12th October 2026 |
R.N.I. Regd No. ODIODI/2010/46693
Breaking News
26-Feb-2021
ବଲାଙ୍ଗୀର,(ସନ୍ତୋଷ କୁମାର ଠାକୁର): ଆଜି ସ୍ଥାନୀୟ ସିଭିଲ କୋର୍ଟ ବାର୍ ହଲ ଠାରେ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ପକ୍ଷରୁ ‘ନୂଆଁ କନ୍ଜ୍ୟୁମର ଆକ୍ଟ ଖାଉଟିକୁ ପ୍ରକୃତ ରାଜା କରିଛି କି ?’ ଶୀର୍ଷକ ବିଷୟବସ୍ତୁ ଉପରେ ଏକ ସେମିନାର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ସ୍ଥାୟୀ ଲୋକ ଅଦାଲତର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଦାଶ ଭାବରେ ଯୋଗ ଦେଇ ଆମେ ପ୍ରଥମେ ନୂଆଁ କନ୍ଜ୍ୟୁମର ଆଇନକୁ ଭଲ ଭାବରେ ଜାଣିବା ଉଚିତ ବୋଲି କହିଥିଲେ । ଆମ ଦେଶରେ ଏହି ନୂଆ ଆଇନ ଲଗୁ ହୋଇଛି । ଏଥିରେ ସାଧାରଣ ଖାଉଟି ମାନଙ୍କୁ ମୁକଦ୍ଦମା ସମ୍ପର୍କିତ ବିଭିନ୍ନ ସୁବିଧା ପ୍ରଦାନ କରାଯାଇଛି । କିନ୍ତୁ ଖାଉଟି ମାନେ ଏହି ନୂଆଁ ଆଇନକୁ ଠିକ ଭାବରେ ଜାଣି ପାରି ନାହାନ୍ତି । ଆଇନ ତିଆରି ତ ହେଲା କିନ୍ତୁ ଆଇନର ସଠିକ ପ୍ରଣୟନ ହୋଇପାରୁ ନାହିଁ ବୋଲି ଶ୍ରୀ ଦାସ କ୍ଷୋଭ ପ୍ରକାଶ କରିଥିଲେ । ତେଣୁ ନୂଆଁ ଖାଉଟି ଆଇନର ବ୍ୟାପକ ପ୍ରଚାର ପ୍ରସାର ଉପରେ ଶ୍ରୀ ଦାସ ଜୋର୍ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ବଲାଙ୍ଗୀର ଜିଲ୍ଲା ଖାଉଟି କମିଶନ ର ଅଧ୍ୟକ୍ଷା ସୁନୀତି ରଥ ମଂଚାସୀନ ରହି ନୁଆଁ ଖାଉଟି ଆଇନ ଦ୍ୱାରା ବର୍ତ୍ତମାନ କିପରି ଖାଉଟି ମାନେ ଉପକୃତ ହୋଇପାରିବେ ସେ ସଂପର୍କରେ ନିଜର ମତ ରଖିଥିଲେ । ଜିଲ୍ଲା ଓକିଲ ସଂଘର ସଭାପତି ପ୍ରବୀଣ କୁମାର ମିଶ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସେମିନାରକୁ ସଂଘର ସଂପାଦକ ବାସୁଦେବ ରଥ ପରିଚାଳନା କରିଥିଲେ । ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଏଡଭୋକେଟ ଜୟକୃଷ୍ଣ ସାହୁ, ଚନ୍ଦ୍ରଶେଖର ମିଶ୍ର, ଦେବଦତ୍ତ ଯୋଶୀ, ଦିଲୀପ ପଣ୍ଡା, ପ୍ରମୋଦ ବହିଦାର, କୃଷ୍ଣଚନ୍ଦ୍ର ନାଥ, ରୋଶନ ପଣ୍ଡା, ଯାଜ୍ଞସେନୀ ମହାନନ୍ଦ ପ୍ରମୁଖ ନୁଆଁ ଖାଉଟି ଆଇନର ବିଭିନ୍ନ ଦିଗ ଉପରେ ତର୍ଜମା କରିଥିଲେ । ଏହି ଆଲୋଚନାଚକ୍ରରେ ଜିଲ୍ଲା ଓକିଲ ସଂଘର ବହୁ ସଭ୍ୟ/ସଭ୍ୟା ଅଂଶଗ୍ରହଣ କରିଥିଲେ ।