-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
26-Feb-2021
ନୟାଗଡ଼ (ପ୍ରଦୀପ କୁମାର ପଣ୍ଡା): ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ର ଫତେଗଡ ଥାନା ଅଧିନସ୍ଥ ଶାଳପଡା ଗ୍ରାମର ଆଦିବାସୀ ସାହି ବାସିନ୍ଦା ରାଜକିଶୋର ନାୟକ ଙ୍କ ବାର ବାରବର୍ଷ ର ଝିଅ ଲକ୍ଷ୍ମୀ ଆଜି ସନ୍ଧ୍ୟା ସମୟରେ ଖେଳୁଥିବା ବେଳେ ଅସାବଧାନତା ବଶତଃ କୂଅରେ ଖସି ପଡିଥିଲା | ଭାପୁର ଦମକଳ ବାହିନୀ ଖବର ପାଇ ତୁରନ୍ତ ଘଟଣା ସ୍ଥଳରେ ପହଂଚି ଲକ୍ଷ୍ମୀ କୁ ଉଦ୍ଧାର କରି ନିକଟସ୍ଥ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଯାଇଥିଲେ | ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତ ଶରୀର ହସ୍ତାନ୍ତର କରାଯିବ ବୋଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି | ମୃତ୍ୟୁ ଖବର ମିଳିବାପରେ ଶାଳପଡା ଗ୍ରାମରେ ଶୋକର ଲହରୀ ଖେଳି ଯାଇଛି |