-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
26-Feb-2021
ଝାରସୁଗୁଡl(ପ୍ରେରଣା ଖବର) : ଝୁଲନ୍ତା ଅବସ୍ଥାରେ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର। ସକାଳୁ ୮ଟାରୁ ସାଢ଼େ ୮ ମଧ୍ୟରେ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟ ରାସ୍ତାରେ ଏହି ମୃତଦେହ ଝୁଲି ରହିଥିଲା। ସ୍ଥାନୀୟ ଲୋକେ ଦେଖି ପୋଲିସ୍କୁ ଖବର ଦେଇଥିଲେ। ପରେ ଝାରସୁଗୁଡା ଏସ୍ଡିପିଓ କୈଳାଶ ଆଶ୍ଚର୍ଯ୍ୟଙ୍କ ସହ ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲେ। ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ମୃତଦେହ ପଠାଇବା ପରେ ପୋଲିସ ତଦନ୍ତ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ମୃତକର ପରିଚୟ ମିଳି ନାହିଁ। ଏହା ହତ୍ୟା ନା ଆତ୍ମହତ୍ୟା, ତାହା ମଧ୍ୟ ଅସ୍ପଷ୍ଟ।
ସୂଚନାଯୋଗ୍ୟ ଯେ, ମୃତ ଜଣଙ୍କ ମାଟିଆ ରଙ୍ଗ ଟି.ସାର୍ଟ ଓ ନୀଳ ରଙ୍ଗର ଟ୍ରାକ ପିନ୍ଧିଛନ୍ତି। ହାତରେ ଇଂରାଜୀର ବଡ ଅକ୍ଷରରେ ‘A’ ଲେଖା ଯାଇଛି। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଅଞ୍ଚଳଟି ସହରଠାରୁ ଦୂରରେ ରହିଛି। ସେଥିପାଇଁ ମୃତକର ପରିଚୟ ମିଳିବା କଷ୍ଟକର ହୋଇପଡିଛି। ଅନ୍ୟପଟେ ଏହା ଏକ ସୁକଳ୍ପିତ ହତ୍ୟାକାଣ୍ଡ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।