-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
26-Feb-2021
ସମ୍ବଲପୁର, (ପ୍ରେରଣା ଖବର) ସମ୍ବଲପୁର ଗୋଶାଳା କଲପଡାରେ ଅଘଟଣ । ଖେଳୁଥିବା ବେଳେ ଖାଲରେ ଖସିପଡିଲେ ୨ ଶିଶୁ । ଫଳରେ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ହୋଇଛି । ଘର ପାଖରେ ଥିବା ଏକ ଖାଲରେ ପଡି ଉଭୟ ଶିଶୁଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।
ଦୁଇ ମୃତ ଶିଶୁ କନ୍ୟା ହେଲେ ଭୀଷ୍ମ ଛତ୍ରିଆଙ୍କ ଝିଅ ଡୋଲେଶ୍ବରୀ ଛତ୍ରିଆ ଓ ବିଜୟ ମହାନନ୍ଦଙ୍କ ଝିଅ ନିଶା ମହାନନ୍ଦ । ଉଭୟଙ୍କ ବୟସ ୩ ବର୍ଷ ବୋଲି ଜଣାପଡିଛି । ଉଭୟ ଶିଶୁ ଏକାଠି ଖେଳୁଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି ।