-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
26-Feb-2021
ବଲାଙ୍ଗିର, ଗତକାଲି ଜିଲ୍ଲା କିଶାନ କଂଗ୍ରେସ ସଭାପତି ସାନନ୍ଦ ମିଶ୍ର ଜିଲ୍ଲାରେ ଚାଲିଥିବା ଧାନକିଣା ସମସ୍ୟା ତଥା ଧାନକିଣା ଦୁର୍ନିତିକୁ ନେଇ ରାଜ୍ୟର ମହାମହିମ ରାଜ୍ୟପାଳ ଗଣେଶିଲାଲଙ୍କୁ ଭେଟିଛନ୍ତି । ବିଶେଷ କରି ଟୋକନ ସମସ୍ୟା, ଧାନର ଅଭାବି ବିକ୍ରି, କ୍ୱିଣ୍ଟାଲ ପିଛା ୧୦ କେଜି ଲେଖାଏଁ କଟନି ଛଟନି ଏବଂ ଧାନ କିଣାରେ ବହୁ କୋଟି ଟଙ୍କା ଦୁର୍ନିତିକୁ ନେଇ ମହାମହିମ ରାଜ୍ୟପାଳଙ୍କ ସମ୍ମୁଖରେ ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି । ଜିଲ୍ଲାରେ ଏ ବର୍ଷ ଚାଷୀଙ୍କର ଭଳ ଅମଳ ହୋଇଛି କିନ୍ତୁ ଏକର ପିଛା ମାତ୍ର ୧୩ କ୍ୱିଣ୍ଟାଲ ଲେଖାଏଁ ଧାନ କିଣିବା ପାଇଁ ସରକାରଙ୍କ ଭୁଲ ନିଷ୍ପତ୍ତି ଫଳରେ ହଜାର ହଜାର କ୍ୱିଣ୍ଟାଲ ଧାନ ଚାଷୀଙ୍କ ପାଖରେ ପଡିରହିଛି । ଆହୁରି ମଧ୍ୟ ଟାର୍ଗେଟ ଅନୁଯାୟୀ ଟୋକନ ପ୍ରଦାନ ରେ ଅସାମଞ୍ଜସ୍ୟତା ଯୋଗୁଁ ଚାଷୀ ଅନେକ ହଇରାଣ ହେଉଛି । ମିଲର ପ୍ରଶାସନ ଓ ସରକାରଙ୍କ ଅସାଧୁ ମେଣ୍ଟ ଯୋଗୁଁ ଚାଷୀ ତାର କଷ୍ଟ ଉପାର୍ଜିତ ଅମଳର ପ୍ରକୃତ ମୁଲ୍ୟ ପାଇ ପାରୁନାହିଁ । ତେଣୁ ଜିଲ୍ଲା କିଶାନ କିଂଗ୍ରେସ ଅଧ୍ୟକ୍ଷ ସାନନ୍ଦ ମିଶ୍ର ଜିଲ୍ଲାରେ ମଣ୍ଡିରେ ପଡିଥିବା ସମସ୍ତ ଧାନ, ଚାଷୀଙ୍କ ପାଖରେ ଥିବା ବଳକା ଧାନ, କଟନି, ଛଟନିକୁ ବନ୍ଦ କରିବା, ପ୍ରତି ଅଖାର ମୁଲ୍ୟ ଓ ପରିବହନ ଖର୍ଚ୍ଚ ଚାଷୀଙ୍କୁ ପ୍ରଦାନ କରିବା, ଧାରା ୧୩ ଏଫ୍ସିଆଇ ଏକ୍ଟ ଅନୁଯାୟୀ ଚାଷୀଙ୍କ ଧାନ ସିଧାସଳଖ ଏଫ୍ସିଆଇ କିଣିବା, ଜିଲ୍ଲା ସଂଗ୍ରହ କମିଟିକୁ ପୁନଃ କାର୍ଯ୍ୟକ୍ଷମ କରିବା ତଥା ଛତିଶଗଡ ସରକାରଙ୍କ ଭଳି ଓଡିଶା ସରକାର ମଧ୍ୟ ଚାଷୀଙ୍କୁ ୫୦୦ ଟଙ୍କାର ବୋନସ ପ୍ରଦାନ କରିବା ଦାବିରେ ଏକ ଦାବି ପତ୍ର ମଧ୍ୟ ପ୍ରଦାନ କରିଛନ୍ତି । ଏହି ଆଲୋଚନା ତଥା ଦାବି ପ୍ରଦାନ ସମୟରେ ସାନନ୍ଦ ମିଶ୍ରଙ୍କ ବ୍ୟତିତ ରାଜ୍ୟ କିଶାନ ସେଲ ସଭାପତି ଅମିୟ କୁମାର ପଟ୍ଟନାୟକ, ସରୋଜ ପଧାନ, ସରୋଜ ରଥ, ବିଶ୍ୱଜିତ ନାଥ, ଛାତ୍ର ସଭାପତି ଅଙ୍କିତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।