-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
26-Feb-2021
ପାଟଣାଗଡ଼(ଗୋରେଖନାଥ ବରିହା ): ବେଲପଡା ଗୋଷ୍ଠୀ ଶିକ୍ଷା ଅଧିକାରଙ୍କ କାର୍ଯ୍ୟାଳୟ ପରିସରରେ ସ୍ବାମୀ ବିବେକାନନ୍ଦ ଜାତୀୟ ପୁର୍ନବାସ ପ୍ରଶିକ୍ଷଣ ଏବଂ ଅନୁସନ୍ଧାନ କେନ୍ଦ୍ର ଓଲଟପୁର,କଟକ ଓ ସମଗ୍ର ଶିକ୍ଷା ବଲାଙ୍ଗୀରଙ୍କ ମିଳିତ ଆନୁକୁଲ୍ୟରେ ବ୍ଳକସ୍ତରୀୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ସହାୟକ ଉପକରଣ ବଣ୍ଟନ ଶିବିର ଆୟୋଜିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ବୈକୁଣ୍ଠ ଶବରଙ୍କ ପରୋହିତ୍ୟରେ ଅନୁଷ୍ଠିତ ଶିବିର ରେ ଉପଗୋଷ୍ଠି ଶିକ୍ଷା ଅଧିକାରୀ ଚତୃଭୂଜ ମିର୍ଦ୍ଧା , ସାରଥୀ ସାହୁ , ଜଗବନ୍ଧୁ ମାଝି ସମ୍ମାନିତ ଅତିଥି , ସ୍ବତନ୍ତ୍ର ଅତିଥି ପ୍ରସାନ୍ତ ସରାଫ, ଅନ୍ତଃନିବେଶୀ ଶିକ୍ଷା ଜିଲ୍ଲା ସଂଯୋଜକ ବଲାଙ୍ଗୀର, ଡଃ ସୁରେନ୍ଦ୍ର ଭୋଇ, ସ୍ବାମୀ ବିବେକାନନ୍ଦ ଜାତୀୟ ପୂର୍ନବାସ ପ୍ରଶିକ୍ଷଣ ଓ ଅନୁସନ୍ଧାନ କେନ୍ଦ୍ର ଓଲଟପୁର କଟକ ଡଃ ଶୁଭଶ୍ରୀ ସାହୁ, ଡ ରଞ୍ଜିତା ପଣ୍ଡା, ରାଜକିଶୋର ସାହୁ ,ବିଆରଟି ରାମ ପ୍ରଶାନ୍ତ ମହାଲିଙ୍ଗ, ନେତ୍ରାନନ୍ଦ ମେହେରଙ୍କ ସମେତ ସମସ୍ତ ସିଆରସିସି ଏବଂ ଆଇଭି ଅରବିନ୍ଦ ପାଣିଗ୍ରାହୀ, ଆଶୁତୋଷ ଠାକୁର, ହାରାଵତୀ ପ୍ରଧାନ, ଟିକେଶ୍ଵରୀ ମିର୍ଦ୍ଧା, ପାଣ୍ଡବ ତାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ । ଶିବିରରେ ବ୍ଳକର ଅଧ୍ୟୟନ ରତ ୯୫ ଜଣ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନଙ୍କୁ ଶ୍ରବଣ ବାଧିତ ଯନ୍ତ୍ର, ତିନି ଚକିଆ ସାଇକେଲ,ଆଶାବାଡି ,ଡାଇସିପ୍ଲେୟର୍ ଆଦି ସହାୟକ ଉପକରଣ ବଣ୍ଟନ କରାଯାଇଥିଲା । ବୁଲୁ ବଗର୍ତ୍ତି ଶିବିରକୁ ପରିଚାଳନା କରିଥିବା ବେଳେ ବ୍ଳକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।