-+91-9937148622 |
prerana_bgr@rediffmail.com |
Thursday 15th October 2026 |
R.N.I. Regd No. ODIODI/2010/46693
Breaking News
24-Feb-2021
ନୟାଗଡ଼(ପ୍ରଦୀପ କୁମାର ପଣ୍ଡା): ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକର ଢ଼ୋଲମରା ଗ୍ରାମପଞ୍ଚାୟତରେ ଉପନିର୍ବାଚନ ହୋଇଯାଇଛି | ଗତ ବର୍ଷ ଉକ୍ତ ପଞ୍ଚାୟତର ସରପଞ୍ଚଙ୍କୁ ହତ୍ୟା କରାଯିବା ପରଠାରୁ ପଦବୀ ଖାଲି ପଡ଼ିଥିବା ବେଳେ କୋଭିଡ କଟକଣା ହେତୁ ଉପନିର୍ବାଚନ ହୋଇ ପାରିନଥିଲା |ଏହି ଉପନିର୍ବାଚନରେ ମୃତ ସରପଞ୍ଚ ରମେଶ ଚନ୍ଦ୍ର ବେହେରାଙ୍କ ପତ୍ନୀ ଟିକିନା ବେହେରା ବିଜେଡି ତରଫରୁ ଲଢୁ ଥିବା ବେଳେ ତାଙ୍କ ବିରୁଦ୍ଧରେ ପୂର୍ବ ପରାଜିତ ସମିତି ସଭ୍ୟ ପ୍ରଶାନ୍ତ କୁମାର ସେଠୀ ଅସନ୍ତୁଷ୍ଟ ବିଜେଡି କର୍ମୀଙ୍କ ସହାୟତାରେ ନିର୍ବାଚନ ଲଢ଼ିଛନ୍ତି | ଖଣ୍ଡପଡା ବିଧାୟକଙ୍କ କାର୍ଯ୍ୟକଳାପରେ ଅନେକ କର୍ମୀ ତଥା ଜନସାଧାରଣ ଅସନ୍ତୁଷ୍ଟ ଥିବାବେଳେ ଖଣ୍ଡପଡ଼ା ବ୍ଲକ ଅଧକ୍ଷ ଏବଂ ନୟାଗଡ଼ ଜିଲ୍ଲା ପରିଷଦ ଅଧକ୍ଷା ମଧ୍ୟ ଏହି ନିର୍ବାଚନରେ ବିଧାୟକଙ୍କ ବିରୁଦ୍ଧରେ ପୂର୍ବତନ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଦୁଷ୍ମନ୍ତ ସ୍ୱାଇଁ ଙ୍କ ସହିତ ମିଶି ପ୍ରଶାନ୍ତ ସେଠୀଙ୍କୁ ସମର୍ଥନ କରିଛନ୍ତି | ଖଣ୍ଡପଡା ବିଧାୟକଙ୍କ ପାଇଁ ବିଜେଡି କନ୍ଦଳ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି | ଜିଲ୍ଲା ପ୍ରଶାସନର ତତ୍ୱାବଧାନରେ ଉପନିର୍ବାଚନ କଡା ସୁରକ୍ଷା ମଧ୍ୟରେ ସମାପନ ହୋଇଛି | କୋଭିଡ କଟକଣାକୁ କଡାକଡି ଭାବେ ପାଳନ କରାଯାଇଛି | ଥର୍ମାଲ ସ୍କ୍ରିନିଂ ଏବଂ ସାନିଟାଇଜର କରାଯାଇ ପ୍ରତେକ ମତଦାତାଙ୍କୁ କେନ୍ଦ୍ର ମଧ୍ୟକୁ ଛଡାଯାଇଛି | ଖଣ୍ଡପଡା ଆଇଆଇସି ବିଶ୍ୱଜିତ ରାଉତରାୟଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଦୁଇ ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିବା ବେଳେ ଷାଠିଏ ରୁ ଉର୍ଦ୍ଧ ଶିକ୍ଷକଙ୍କୁ ନିର୍ବାଚନ ପରିଚାଳନା ପାଇଁ ନିୟୋଜିତ କରାଯାଇଥିଲା | ଅଠର ଟି ବୁଥ ରେ ସକାଳ ୭ ଘଟିକା ଠାରୁ ଦିବା ୧୨ ଘଟିକା ପର୍ଯ୍ୟନ୍ତ ମତଦାନ ବ୍ୟବସ୍ଥା ସୁରୁଖୁରୁରେ ସମ୍ପାଦିତ ହୋଇଯାଇଛି | ଉପଜିଲ୍ଲାପାଳ, ଖଣ୍ଡପଡା ତହସିଲଦାର ଏବଂ ଖଣ୍ଡପଡା ବିଡିଓ ମତଦାନ କେନ୍ଦ୍ର ଗୁଡିକ ବୁଲି ସମସ୍ତ ବ୍ୟବସ୍ଥା ଗୁଡିକୁ ତଦାରଖ କରିଥିଲେ | କଡାସୁରକ୍ଷା ସହିତ ସମସ୍ତ ଭୋଟ ବାକ୍ସ କୁ ଖଣ୍ଡପଡା ବ୍ଲକର ଷ୍ଟ୍ରଙ୍ଗରୁମକୁ ନିଆଯାଇଛି ଏବଂ ଆସନ୍ତା 25 ତlରିଖରେ ଫଳାଫଳ ଘୋଷଣା ହେବ | ୩୯୨୫ ମତଦାତାଙ୍କ ମଧ୍ୟରୁ ୨୮୫୭ ଜଣ ମତଦାନ କରିଥିବା ସୂଚନା ମିଳିଥିବା ବେଳେ ଦଳୀୟ କନ୍ଦଳ ହେତୁ ଫଳାଫଳର କୌଣସି ଆଭାସ ଅନୁମାନ କରାଯାଇପାରୁନାହିଁ |