-+91-9937148622 |
prerana_bgr@rediffmail.com |
Thursday 15th October 2026 |
R.N.I. Regd No. ODIODI/2010/46693
Breaking News
23-Feb-2021
ସୋନପୁର (ପ୍ରେରଣା ଖବର)ଅଜଣା ଯୁବତୀର ମୃତଦେହ ଠାବ । ସୋନପୁର ଜିଲ୍ଲା ବିନିକା ଥାନା ତୁଲୁଣ୍ଡୁପାଲି ଗାଁରେ ଥିବା ବିଲରେ ଯୁବତୀଙ୍କ ମୃତଦେହ ପଡିଛି । ବିଲରେ ଯୁବତୀର ଅର୍ଦ୍ଧଦଗ୍ଧ ଶବ ଠାବ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି ।
ଖବର ଅନୁଯାୟୀ, ମଙ୍ଗଳବାର ଦିନ ସକାଳ ସମୟରେ ତୁଲୁଣ୍ଡୁପାଲି ଗାଁର ଏକ ବିଲରେ ଯୁବତୀଙ୍କ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ଏହାପରେ ତୁରନ୍ତ ଏନେଇ ବିନିକା ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ ବିନିକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି । ତେବେ ମୃତଦେହ ପଡିଥିବା ସ୍ଥାନ ଠାରୁ ଶହେ ମିଟର ଦୂରରେ ଏକ ବ୍ୟାଗ୍, ବାସନ ଓ ଚପଲ ପଡିଛି । ବର୍ତ୍ତମାନ ସୁଦ୍ଧା ଯୁବତୀଙ୍କ ପରିଚୟ ମିଳିପାରିନାହିଁ ।ସେପଟେ ଯୁବତୀଙ୍କୁ କିଏ ହତ୍ୟା କରାଯାଇଛି ? ହତ୍ୟା ପଛର କାରଣ କଣ ? ନା ହତ୍ୟା ପଛରେ ଆଉ କଣ କାରଣ ରହିଛି । ତାହାର ତଦନ୍ତ ହେଲେ ପ୍ରକୃତ ଘଟଣା ସାମ୍ନାକୁ ଆସିବ । ପୋଲିସ ଅନେକ ଦିଗରୁ ଛାନ୍ଭିନ୍ ଜାରି ରଖିଛି ପୋଲିସ ।