-+91-9937148622 |
prerana_bgr@rediffmail.com |
Thursday 15th October 2026 |
R.N.I. Regd No. ODIODI/2010/46693
Breaking News
23-Feb-2021
କଣ୍ଟାବାଞ୍ଜି(ପ୍ରେରଣା ଖବର): ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଏବଂ ଅନୁସନ୍ଧାନ କେନ୍ଦ୍ର,ଓଲଟପୁର ,କଟକ ଓ ସମଗ୍ର ଶିକ୍ଷା ଅଭିଯାନ ବଲାଙ୍ଗୀରଙ୍କ ମିଳିତ ଆନୁକୂଲ୍ୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ସହାୟକ ଉପକରଣ ବଣ୍ଟନ ଶିବିର ଆୟୋଜିତ ହୋଇଯାଇଛି।ଶିବିର ଉଦଘାଟନୀ ଉତ୍ସବରେ ସୁରେନ୍ଦ୍ର କୁମାର ପୁରୋହିତ, ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ସଭାପତିତ୍ୱରେ ମନୋରଞ୍ଜନ ପାଣିଗ୍ରାହୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତୁରେକେଲା ମୁଖ୍ୟ ଅତିଥି, ସ୍ୱତନ୍ତ୍ର ଅତିଥି ପ୍ରଶାନ୍ତ ସରାଫ, ଅର୍ନ୍ତନିବେଶୀ ଶିକ୍ଷା ଜିଲ୍ଲା ସଂଯୋଜକ,ସମ୍ମାନିତ ଅତିଥି ସହକାରୀ ଶିକ୍ଷା ଅଧିକାରୀ ଫକୀର ଚରଣ ବିଶି,ରଘୁନାଥ ମହରା,ଡ.ସୁରେନ୍ଦ୍ର ଭୋଇ,ଶୁଭଶ୍ରୀ ମିଶ୍ର, ରଞ୍ଜିତା ପଣ୍ଡା,ରାଜକିଶୋର ସାହୁ,ଚିତ୍ତରଂଜନ ବେହେରା,ବିଆରଟି ସୁନୀଲ ସାହୁ, ଜ୍ୟୋତି ପ୍ରକାଶ ବାରିକ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରକୃତି ବନ୍ଧୁ ବିରଞ୍ଚି ନାରାୟଣ ଦଶ ସଭା ପରିଚାଳନା କରିଥିଲେ ଓ ଫକୀର ଚରଣ ବିଶି ଧନ୍ୟବାଦ ଅର୍ପଣ କରିଥିଲେ।ସର୍ବପ୍ରଥମେ ଗଣେଶ ବନ୍ଦନା କରି ସଭା ଆରମ୍ଭ କରିଥିଲ।ବ୍ଳକରେ ଅଧ୍ୟୟନରତ ୧୨୦ଜଣ ଛାତ୍ରଛାତ୍ରୀ ମାନଙ୍କୁ ଉଚ୍ଚ ମାନର ଶ୍ରବଣ ବାଧିତ ଯନ୍ତ୍ର, ତନି ଚକିଆ ସାଇକେଲ, ଆଶା ବାଡ଼ି, ଡାଇସି ପ୍ଳେୟ
ଆଦି ସହାୟକ ଉପକରଣ ବଣ୍ଟନ କରାଯାଇଥିଲା।ଏହି ଶିବିରରେ ପ୍ରେମରାଜ ପାଣିଗ୍ରାହୀ,ସତ୍ୟ ପ୍ରକାଶ ସାହୁ, ଅମରେନ୍ଦ୍ର ବାଗ,ସପ୍ତମ କିଶୋର ବେହେରା, ବିଜୟ ପାଣିଗ୍ରାହୀ, ଟିକେଶ୍ୱର ବେହେରା, ପ୍ରକାଶ ସେଲମା, ସରୋଜ ପୁରୋହିତ,ରମେଶ ସୁନା, ରବୀନ୍ଦ୍ର ରଥ,ପ୍ରସନ୍ନ ଲୁହା,ପୀତାମ୍ବର ଲୁହା,ଦେବ ବଗର୍ତ୍ତୀ,ବିରଞ୍ଚି ପୁଟେଲ, ମାୟାଧର ସଗ୍ରିଆ,ମଣି ମାଝୀ, ପ୍ରଦୀପ ପାଣିଗ୍ରାହୀ,ବବରୁ ନାଏକ,ଭବାନୀ ବେହେରା, ଆଦି ସହଯୋଗ କରିଥିଲେ।