-+91-9937148622 |
prerana_bgr@rediffmail.com |
Thursday 15th October 2026 |
R.N.I. Regd No. ODIODI/2010/46693
Breaking News
23-Feb-2021
ବଲାଙ୍ଗୀର,(ସନ୍ତୋଷ କୁମାର ଠାକୁର) ଆଜି ଓ ଗତକାଲି ବଲାଙ୍ଗୀରର କରଙ୍ଗାକଟା ବନ୍ଧ ର ସୌନ୍ଦର୍ଯ୍ୟକରଣ ନାଁ ରେ ବନ୍ଧ ଆଡିରେ ଦୀର୍ଘ ବର୍ଷରୁ ରହି ଆସୁଥିବା ଲୋକ ମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିସ୍ଥାପିତ କରାଗଲା । ତେବେ ଏହି ବିସ୍ଥାପିତ ମାନଙ୍କୁ ଥଇଥାନ ର ଚିନ୍ତା ନକରି ତରବରିଆ ଭାବରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏମାନଙ୍କୁ ବେଦଖଲ କରି ଦିଆଗଲ । ଏହାଦ୍ୱାରା ବିସ୍ଥାପିତ ମାନଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ ହୋଇଛି ବୋଲି କହିଛି କଂଗ୍ରେସ । ତେଣୁ ଭୂମି ହୀନ ଓ ବାସହୀନ ମାନଙ୍କ ଥାଇଥାନ ଦାବିରେ ଆଜି ନଗର କଂଗ୍ରେସ କମିଟି ପକ୍ଷରୁ ସଭାପତି ବୁଲୁ ଦାନୀଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ସହର ନିକଟବର୍ତ୍ତୀ ଅଂଚଳରେ ରେ ପ୍ରଶାସନ ପକ୍ଷରୁ ୧୫ ଏକର ଜମି ଚିହ୍ନଟ କରାଯାଇଛି । ଚିହ୍ନଟ ହୋଇଥିବା ଏହି ୧୫ ଏକର ଜମିରେ ସହରରେ ବିସ୍ଥାପିତ ହେଉଥିବା ପରିବାର ମାନଙ୍କୁ ଥାଇଥାନ କରିବା ପାଇଁ ନଗର କଂଗ୍ରେସ କମିଟି ପକ୍ଷରୁ ଦାବି କରାଯାଇଛି । ଜିଲ୍ଲାର ନଜୁଲ ଆଇନ ମାଧ୍ୟମରେ ଜିଲ୍ଲାରେ ନଜୁଲ ଜମିରେ ବସତି ସ୍ଥାପନ କରିଥିବା ଲୋକଙ୍କ ତାଙ୍କ ଜମିର ବନ୍ଦୋବସ୍ତ କରି ତାଙ୍କୁ ବାସଗୃହ ଜମି ଯୋଗାଇ ଦେବାର ନିୟମ ଥିଲେ ସୁଦ୍ଧ ଏହି ନିୟମର ପାଳନ କରାଯାଉ ନାହିଁ ବୋଲି ନଗର କଂଗ୍ରେସ କମିଟି ପକ୍ଷରୁ ଅଭିଯୋଗ କରାଯାଇଛି । ଏ ସଂପର୍କରେ ବିଭିନ୍ନ ଜିଲ୍ଲସ୍ତରୀୟ ସମୀକ୍ଷା ବୈଠକରେ ବିଧାୟକ ନରସିଂହ ମିଶ୍ର ସରକାରୀ ଚିହ୍ନଟ ଜମିରେ ବିସ୍ଥାପିତ ମାନଙ୍କୁ ଥଇଥାନ କରିବା ଉପରେ ଜୋର୍ ଦେଇଆସିଛନ୍ତି । ହେଲେ ନିଧାୟଙ୍କ ନିର୍ଦ୍ଦେଶକୁ ଜିଲ୍ଲା ପ୍ରଶାସନ ପାଳନ କରିନାହିଁ ବୋଲି କଂଗ୍ରେସ କହିଛି । ଆଜି ନଗର କଂଗ୍ରେସ କମିଟି ପକ୍ଷରୁ ଏକ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରା୍ାଇଥିଲା । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅରିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ଲାଗୁରୀ ଗ୍ରହଣ କରି ବିସ୍ଥାପିତ ମାନଙ୍କୁ ଉଚିତ ନୟାୟ ପ୍ରଦାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ତେବେ ବିସ୍ଥାପିତ ମାନଙ୍କ ଉପଯୁକ୍ତ ଥାଇଥାନ କରାନଗଲେ ଆଗକୁ ଭୟାବହ ଆନ୍ଦୋଳନ ହେବ ବୋଲି ନଗର କଂଗ୍ରେସ କମିଟର ସଭ୍ୟ ମାନେ ଚେତାବନୀ ଦେଇଛନ୍ତି । ଆଜିର ବିକ୍ଷୋଭ ସମାବେଶରେ କଂଗ୍ରେସ ନେତା ସାନନ୍ଦ ମିଶ୍ର, ଉମାଶଙ୍କର ସାହୁ, ସନ୍ତକ ବହିଦାର, ମନୀଷ ମିଶ୍ର, ପ୍ରେମ ପ୍ରକାଶ ମିଶ୍ର, ଅଜୟ ବାଲି, କୈଳାଶ ମିଶ୍ରଙ୍କ ସମେତ ଅନ୍ୟ କଂଗ୍ରେସ ନେତା ଉଦ୍ବୋଧନ ଦେଇଥିଲେ । ଏହି ଧାରଣାରେ କରଙ୍ଗାକଟା ବନ୍ଧ ଆଡିର ବହୁ ବିସ୍ଥାପିତ ମାନେ ସାମିଲ ହୋଇ ଜିଲ୍ଲା ପ୍ରଶାସନର ପଦକ୍ଷେପକୁ ଦୃଢ଼ ନିନ୍ଦା କରିଥିଲେ ।