-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
23-Feb-2021
ବଲାଙ୍ଗର(ସନ୍ତୋଷ କୁମାର ଠାକୁର): ବଲାଙ୍ଗୀରରେ ମୃତ ମହିଳାଙ୍କ କଙ୍କାଳ ଜବତ। ବଲାଙ୍ଗୀର ଜିଲ୍ଲା ସଇଁତଳା ବିବିନା ଛକ ମୁଗ ଚାଷ କ୍ଷେତରେ ଅର୍ଦ୍ଧ ଦଗ୍ଧ ମୃତ ଦେହ ଠାବ। ମହିଳାଙ୍କୁ ହତ୍ୟା କରି ଦୁର୍ବୃତ୍ତ ପାଳ ଗଦା ଭିତରେ ରଖି ନିଆଁ ଲଗାଇଥିବା ଅନୁମାନ କରାଯାଉଛି। ମୃତକ ଜଣେ ମହିଳା ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ମୃତ ମହିଳାଙ୍କ ପରିଚୟ ମିଳି ପାରି ନାହିଁ। କିଏ ଏବଂ କାହିଁକି ମହିଳାଙ୍କୁ ହତ୍ୟା କଲା, ତାହା ମଧ୍ୟ ଜଣାପଡି ନାହିଁ। ଘଟଣାସ୍ଥଳରେ ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।