-+91-9937148622 |

prerana_bgr@rediffmail.com |

  Saturday 17th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ    (17-Oct-2026)       ||      ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   (17-Oct-2026)       ||      *ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   (17-Oct-2026)       ||      ମଦ ବନ୍ଦ ପାଇଁ ତାତିଲେ ମହିଳା    (17-Oct-2026)       ||      ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||      ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ    (16-Oct-2026)       ||      ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   (16-Oct-2026)       ||      ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   (16-Oct-2026)       ||      ବିଶ୍ୱ ହାତ ଧୋଇବା ଦିବସ ପାଳନ    (16-Oct-2026)       ||      ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||      ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   (16-Oct-2026)       ||      କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||     

HOME   ରାଜ୍ୟ

ରାଜ୍ୟ ବଜେଟ୍ ୨୦୨୧-୨୨: ରାଜସ୍ଵ ହ୍ରାସ ଚ୍ୟାଲେଞ୍ଜର ମୁକାବିଲାକୁ ଫୋକସ୍, କ’ଣ ରହିଛି ଅର୍ଥ ମନ୍ତ୍ରୀଙ୍କ ପୂଜାରୀଙ୍କ ବଜେଟ୍‌ ନେଣ-ଦେଣ ହିସାବ, କାହାକୁ କେତେ ?

22-Feb-2021



ଭୁବନେଶ୍ଵର (ପ୍ରେରଣା ଖବର ବ୍ୟୁରୋ) :ଆର୍ଥିକ ବର୍ଷ ୨୦୨୧ -୨୦୨୨ ପାଇଁ ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ। ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟରେ ରାଜ୍ୟ ସରକାର ଏଥର ସ୍ବାସ୍ଥ୍ୟ, ଶିକ୍ଷା, ଗ୍ରାମାଞ୍ଚଳର ଆୟ, ଏସସିଏସଟିଙ୍କ ବିକାଶ ଉପରେ ଗୁରୁତ୍ଵ ଦେଇଛନ୍ତି। ବିଶେଷ କରି କରୋନା ସମୟରେ ରାଜ୍ୟର ରାଜସ୍ଵ ହ୍ରାସ ପାଇଥିବାରୁ ସ୍ଥିତିରେ ସୁଧାର ଆଣିବା ଉପରେ ଫୋକସ ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ।

୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ୍। ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବର୍ଷ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି।  କରୋନା ପୀଡ଼ିତ ଆର୍ଥିକ ଅବସ୍ଥାର ନିଅଣ୍ଟ ଭରଣା କରିବା ପାଇଁ ରାଜ୍ୟ ସରକାର ୧୮ ହଜାର ୪୬୫ କୋଟି ଟଙ୍କା ଋଣ କରିବାକୁ ଯୋଜନା ରଖିଛନ୍ତି।  ଲକ୍ଷେ ୭୦ ହଜାରର ଏହି ଆୟ ବ୍ୟୟ ହିସାବରେ ରାଜ୍ୟ ସରକାର ନିଜସ୍ବ ଟିକସ ବାବଦକୁ ୩୭ ହଜାର ୫ଶହ କୋଟି ଟଙ୍କା ପାଇବେ। ଅଣ ଟିକସ ରାଜସ୍ବ ବାବଦରେ ୨୦ ହଜାର କୋଟି ଟଙ୍କା ମିଳିବାର ଆକଳନ କରିଛନ୍ତି। କେନ୍ଦ୍ରୀୟ ଟିକସରେ ରାଜ୍ୟର ଅଂଶ ବାବଦକୁ ମିଳିବ ୩୦ ହଜାର ୧୩୭ କୋଟି ଟଙ୍କା।

ପ୍ରଶାସନିକ ବ୍ୟୟ ବରାଦ

ଜିଏସଟି କ୍ଷତି ଭରଣା ଓ କେନ୍ଦ୍ରୀୟ ଅନୁଦାନରୁ ୩୭ ହଜାର ୯୬୩ କୋଟି ଟଙ୍କା ମିଳିବ। ଏଥିରେ ପ୍ରଶାସନିକ ବ୍ୟୟ ବାବଦରେ ୮୫ ହଜାର କୋଟି, କାର୍ଯ୍ୟକ୍ରମ ବ୍ୟୟ ୭୫ ହଜାର କୋଟି,  ବିପର୍ଯ୍ୟୟ ପ୍ରଶମନ ଖର୍ଚ୍ଚ ୩ ହଜାର ୫୦ କୋଟି ଏବଂ ସ୍ଥାନୀୟ ସଂସ୍ଥା ଓ ଉନ୍ନୟନ ସଂସ୍ଥାକୁ ୬ ହଜାର ୯ଶହ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର।

କୃଷି

ପ୍ରଥମେ କୃଷି ବଜେଟ ଆଣିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । କୃଷି କ୍ଷେତ୍ର ପାଇଁ ୧୭ ହଜାର ୪୬୮ କୋଟି ଟଙ୍କା ଖର୍ଚ୍ଚ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ କାଳିଆ ଯୋଜନାରେ ୧ ହଜାର ୮ଶହ କୋଟି, ଉଦ୍ୟାନ କୃଷି ମିଶନ ପାଇଁ ୧୩୨ କୋଟି ଖର୍ଚ୍ଚ  ବ୍ୟୟ ବରାଦ ହୋଇଛି।

ମଧୁବାବୁ ପେନସନ ଯୋଜନା

ମଧୁବାବୁ  ପେନସନ ଯୋଜନା ପାଇଁ ୧ ହଜାର ୫ ଶହ ୯କୋଟି । ଜାତୀୟ ସାମାଜିକ ସହାୟତା ଯୋଜନା ପାଇଁ ୯୨୩ କୋଟି। ଦିବ୍ୟାଙ୍ଗମାନଙ୍କ ସଶକ୍ତିକରଣ ପାଇଁ ୧ ଶହ ୫କୋଟି । ଗୁଣାତ୍ମକ ଆବାସିକ ସହାୟତା ପାଇଁ ୧୩୩ କୋଟି। 

୧୦ ଜିଲ୍ଲାରେ ଇଣ୍ଟିଗ୍ରେଟେଡ୍ ଇନଫ୍ରାଷ୍ଟ୍ରକଚର କମ୍ପଲେକ୍ସ

୧୦ ଜିଲ୍ଲାରେ ହେବ ଇଣ୍ଟିଗ୍ରେଟେଡ୍ ଇନଫ୍ରାଷ୍ଟ୍ରକଚର କମ୍ପଲେକ୍ସ। ଓଡ଼ିଶା ସମନ୍ବିତ ପରିମଳ ଉନ୍ନୟନ ପ୍ରକଳ୍ପ ପାଇଁ ୩୯୫ କୋଟି।  ସ୍ବଚ୍ଛ ଭାରତ ମିଶନରେ ଗ୍ରାମାଞ୍ଚଳ ପାଇଁ ୨ଶହ କୋଟି। ସହରାଞ୍ଚଳ ପାଇଁ ୨ଶହ ୧୫ କୋଟି ପ୍ରସ୍ତାବ।

ଅବଢା

ପୁରୀ ପାଇଁ ଅବଢ଼ା ଯୋଜନାରେ ୫୪୨ କୋଟି ଟଙ୍କା।  ଏକାମ୍ର ଯୋଜନା ପାଇଁ ୨ ଶହ କୋଟି। ସମଲେଇ ଯୋଜନା ପାଇଁ ୨ ଶହ କୋଟି। ଓଏଚପିସିରେ ନିବେଶ ହେବ ୫ଶହ କୋଟି।  ଓପିଟିସିଏଲ ଅଂଶଧନ ସହାୟତା ବାବଦରେ ୩୩୨ କୋଟି ଖର୍ଚ୍ଚ ହେବ।

ସ୍ଵାସ୍ଥ୍ୟ

ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ୧୩ ହଜାର କୋଟି ଟଙ୍କା ବ୍ୟୟବରଦ କରାଯାଇଛି। ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ମିଶନ ପାଇଁ ୧ହଜାର ୫୭୨ କୋଟି।  ଜାତୀୟ ସ୍ବାସ୍ଥ୍ୟ ମିଶନ ପାଇଁ ୧ହଜାର ୭୫୫ କୋଟି। SCBକୁ ଏମସ ପ୍ଲସ କରିବା ପାଇଁ ୩ ହଜାର ୫ଶହ କୋଟି ଟଙ୍କା ବ୍ୟୟ ହେବ। 

ପାନୀୟ  ଜଳ ଯୋଗାଣ

ପାନୀୟ ଜଳ ଯୋଗାଣ ପାଇଁ ୧୨ ହଜାର କୋଟି। ବସୁଧା ଯୋଜନା ପାଇଁ ୨ ହଜାର ୪୧୯ କୋଟି । ଜଳ ଜୀବନ ମିଶନ ପାଇଁ ୬ ହଜାର ୩ ଶହ କୋଟି।

କଟକ ବସ ଟର୍ମିନାଲ ଓ ବ୍ଲକସ୍ତରୀୟ ବସଷ୍ଟାଣ୍ଡ

କଟକ ବସ ଟର୍ମିନାଲ ଓ ବ୍ଲକ ସ୍ତରୀୟ ବସଷ୍ଟାଣ୍ଡ ପାଇଁ ଶହେ କୋଟି।  ଏୟାରଷ୍ଟ୍ରିପ ନବୀକରଣ ପାଇଁ ଶହେ କୋଟି। ବିଶ୍ବସ୍ତରୀୟ ହକି ଷ୍ଟାଡିୟମ ପାଇଁ ୯୦ କୋଟି ବ୍ୟୟ ବରାଦ।  ବିଧାୟକଙ୍କ ପାଣ୍ଠି ପାଇଁ ୪୪୧ କୋଟି।  ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ୧୮୦ କୋଟି ବ୍ୟୟ ବରାଦ ହୋଇଛି।

ପକ୍କା ଘର ଓ ଟଙ୍କିକିଆ ଚାଉଳ

ଓଡ଼ିଶା ଭାଷା, ସଂସ୍କୃତି ଓ ଐତିହ୍ୟ ପାଇଁ ୧୩୫ କୋଟି। ପଞ୍ଚାୟତି ରାଜ ପାଇଁ ୬,୯୫୦ କୋଟି। ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୨୪,୩୭୦ କୋଟି ।  ଆଦର୍ଶ ବିଦ୍ୟାଳୟ ପାଇଁ ୨୮୦ କୋଟି। ୫ଲକ୍ଷ ପକ୍କା ଘର ନିର୍ମାଣ ପାଇଁ ୩ହଜାର କୋଟି ଖର୍ଚ୍ଚ ହେବ। ଟଙ୍କିକିଆ ଚାଉଳ ପାଇଁ ୯୬୯ କୋଟି ଖର୍ଚ୍ଚ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର।

ପାଇପ ପାଣି ଓ ଅନୁସୂଚିତ ଜାତି ଓ ଜନଜାତି

୮ ଖଣିଜ ସଂପଦ ଜିଲ୍ଲାରେ ପାଇପ ପାଣି ପାଇଁ ୮ହଜାର ୧୬୫ କୋଟି।  ସହରାଞ୍ଚଳ ସ୍ବେରେଜ ପାଇଁ ୧୬୦ କୋଟି।  ଅର୍ବାନ ସାନିଟେସନ ପାଇଁ ୧୯୦ କୋଟି ବ୍ୟୟ ବରାଦ କରାଯାଇଛି। ସଡକ ବିକାଶ ଯୋଜନାରେ ୨ହଜାର ୨ଶହ ୯୬ କୋଟି। ବିଜୁ ସେତୁ ଯୋଜନାରେ ୯ଶହ୧୨ କୋଟି।  ଅନୁସୂଚିତ ଜାତି ଓ ଜନଜାତି ପାଇଁ ୨୯ ହଜାର ୬୩ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

ମୋ ସ୍କୁଲ ଓ ମମତା ଯୋଜନା

ମୋ ସ୍କୁଲ କାର୍ଯ୍ୟକ୍ରମ ପାଇଁ ୨୫୩ କୋଟି।   ମମତା ଯୋଜନା ୨ ହଜାର ୧୨୨ କୋଟି। ଏବଂ ଓଡ଼ିଶା ଚଳଚ୍ଚିତ୍ର ନିଗମ ପାଇଁ ୨୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ବଜେଟରେ ବ୍ୟୟବରାଦ ହୋଇଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ   17-Oct-2026
  ଜିଲ୍ଲା  
ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   17-Oct-2026
  ଜିଲ୍ଲା  
*ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   17-Oct-2026
  ଜିଲ୍ଲା  
ମଦ ବନ୍ଦ ପାଇଁ ତାତିଲେ ମହିଳା   17-Oct-2026
  ଜିଲ୍ଲା  
ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   16-Oct-2026
  ଜିଲ୍ଲା  
ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ   16-Oct-2026
  ଜିଲ୍ଲା  
ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   16-Oct-2026
  ଜିଲ୍ଲା  
ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ   16-Oct-2026
  ଜିଲ୍ଲା  
ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   16-Oct-2026
  ଜିଲ୍ଲା  
ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   16-Oct-2026
  ଜିଲ୍ଲା  
ବିଶ୍ୱ ହାତ ଧୋଇବା ଦିବସ ପାଳନ   16-Oct-2026
  ଜିଲ୍ଲା  
ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ   16-Oct-2026

You Might Also Like