-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
12-Feb-2021
ଦାରିଙ୍ଗବାଡ଼ି,(ପ୍ରେରଣା ଖବର ବ୍ୟୁରୋ) :: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଶ୍ରାନିକେତା ଘାଟିର ଆମ୍ବ ଖାଲିଆ ବୁଲାଣିରେ ଏକ ଯାତ୍ରୀବାହୀ ଅଟୋ ଦୁର୍ଘଟଣାର ଶିକାର ହୋଇଛି । ଏଥିରେ ବସିଥିବା ଜଣେ ଯାତ୍ରୀ ଗୁରୁତର ହୋଇଛନ୍ତି । ଗୁରୁତର ଜଣକ ଅଲିମା ଅଞ୍ଚଳର ହୋଇଥିବା ତାଙ୍କ ପରିଚୟ ଅସ୍ପଷ୍ଟ ରହିଛି ।
ସୂଚନା ଅନୂସାରେ, ଅଟୋଟି ଦାରିଙ୍ଗବାଡ଼ିରୁ ବୁଡ଼ାଗୁଡ଼ା ଅଞ୍ଚଳକୁ ଫେରୁଥିଲା । ଏହି ସମୟରେ ଆମ୍ବ ଖାଲିଆ ବୁଲାଣିରେ ଭାରସାମ୍ୟ ହରାଇ ୧୦ ଫୁଟ୍ ତଳକୁ ଖସିଯାଇ ଓଲଟି ପଡ଼ିଥିଲା । ଫଳରେ ଅଟୋଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ଏହି ଦୁର୍ଘଟଣାରେ ଅଟୋ ଚାଳକ ସାମାନ୍ୟ ଆହତ ହୋଇଥିବା ବେଳେ ଅଟୋରେ ବସିଥିବା ଜଣେ ଯାତ୍ରୀ ଗୁରୁତର ହୋଇଛନ୍ତି
ସ୍ଥାନୀୟ ଲୋକେ ତୁରନ୍ତ ଗୁରୁତରଙ୍କୁ ଉଦ୍ଧାର କରି ଦାରିଙ୍ଗବାଡ଼ି ଡାକ୍ତରଖାନାକୁ ନେଇଥିଲେ । ଘଟଣା ସମ୍ପର୍କରେ ଦାରିଙ୍ଗବାଡ଼ି ପୋଲିସ ଜାଣିବା ପରେ ଏସ୍ଆଇ ସୌମ୍ୟକାନ୍ତ ପଣ୍ଡା ଘଟଣା ସ୍ଥଳରେ ପହଞ୍ଚିଥିଲେ । କିନ୍ତୁ ଗାଡ଼ି ଟି ଗାଏବ ହୋଇଯାଇଥିଲା । ଚାଳକ ଜଣକ ନିଜ ଅଟୋକୁ ଜେସିବି ମାଧ୍ୟମରେ ଉଠାଇ ନେଇ ଅନ୍ୟ ଏକ ସ୍ଥାନରେ ଲୁଚାଇ ରଖିଥିଲେ । ପରେ ଦୁର୍ଘଟଣାଗ୍ରସ୍ତ ଅଟୋକୁ ଜବତ କରି ଥାନାକୁ ଆଣି ତଦନ୍ତ ଆରମ୍ଭ କରୁଛି ପୋଲିସ ।