-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
11-Feb-2021
ବନ୍ଧୁଗାଁ (ପ୍ରେରଣା ଖବର ବ୍ୟୁରୋ) : ବନ୍ଧୁଗାଁ ଥାନା ଅନ୍ତର୍ଗତ କୁମ୍ଭାରି ପୁଟ ପଞ୍ଚାୟତର କତାଗୁଡ଼ା ଗ୍ରାମର ମିଣିଆକା ରାଇମତି ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ଗାଧୋଇବା ସମୟରେ ତାଙ୍କ ଗୋଡ ଖସିବାରୁ ନଦୀରେ ପଡି ତାଙ୍କର ମୃତ୍ୟୁ ହୋଇଥିଲା। ଗତକାଲି ରାଇମତି ପାଣି ଗାଧୋଇବା ପାଇଁ ନିଜ ଗ୍ରାମ ନିକଟ ନଦୀକୁ ଯାଇଥିଲେ। ସେଠାରେ ସେ ବେହୋସ ହୋଇଯାଇଥିଲେ। ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଗାଁର କିଛି ବ୍ୟକ୍ତିମାନେ ବନ୍ଧୁଗାଁ ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ।ଏ ନେଇ ବନ୍ଧୁଗାଁ ଥାନା ଏ ଏସ ଆଇ ମନୁଆ ବିଡ଼ିକା ଘଟଣା ସ୍ଥଳରେ ପହଁଞ୍ଚି ନଦୀରେ ଭାସୁଥିବା ମୃତଦେହକୁ ଉଦ୍ଧାର କରି ବନ୍ଧୁଗାଁ ଡାକ୍ତରଖାନାର ବ୍ୟବଚ୍ଛେଦ ଗୃହରେ ରଖିଥିଲେ। ଆଜି ସକାଳେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କ ହସ୍ତାନ୍ତର କରିଥିଲେ।