-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
11-Feb-2021
ପାଟଣାଗଡ଼ (ଗୋରେଖନାଥ ବରିହା) ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ର ଆହ୍ୱାନ କ୍ରମେ ପାଟଣାଗଡ଼ ଡିଭିଜନ ସିଜିନାଲ କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ଆଜି ସ୍ଥାନୀୟ ମାରୱାଡ଼ି ଧର୍ମଶାଳା ପରିସରରେ ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ର ଉପସଭାପତି କିଶୋର ପରିଚ୍ଛା ଯୋଗଦେଇ ସିଜିନାଲ କେନ୍ଦୁପତ୍ର କର୍ମଚାରୀ ଙ୍କ ପାରିଶ୍ରମିକ ବୃଦ୍ଧି , ଅବସର ପରେ ପେନସନ ମିଳିବାର ବ୍ୟବସ୍ଥା ,ଚେକର ଓ ମନସି ମାନଙ୍କ ଦକ୍ଷତା ଭିତ୍ତିରେ ପ୍ରମୋସନ କରିବା ର ବ୍ୟବସ୍ଥା କରିବାକୁ ସରକାର ଙ୍କୁ ଅନୁରୋଧ କରିଥିଲେ । ସଂଘ ପକ୍ଷରୁ ୨୦ ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀ ଉଦେଶ୍ୟ ରେ ଡିଏଫଓ (କେନ୍ଦୁପତ୍ର ବିଭାଗ ) ଙ୍କୁ ପ୍ରଦାନ କରିଥିଲେ । ୨୦ ଦିନ ମଧ୍ୟରେ ସମସ୍ତ ଦାବି ପୂରଣ ନ ହେଲେ ସଂଘ ପକ୍ଷରୁ କାମ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି ।ଏହି ସମାବେଶରେ ପାଟଣାଗଡ଼ ଡିଭିଜନ ସିଜିନାଲ କେନ୍ଦୁପତ୍ର କର୍ମଚାରୀ ,ଚେକର ,ବାଇଡିଙ୍ଗ ଚେକର ,ହେଡ ଚେକର ,ମନସି ପ୍ରାୟ ଦୁଇ ହଜାର ଉର୍ଦ୍ଧ୍ବ ଯୋଗଦେଇ ଥିଲେ।