-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
11-Feb-2021
ଅନୁଗୁଳ(ଲକ୍ଷ୍ମୀଧର କବି): ଅନୁଗୁଳ ଖାଲଗାଁ ଭୟାବହ ଅଗ୍ନିକାଣ୍ଡ ଘଟିଛି ।ନିଆଁ ଲାଗି ପୋଡିଯାଇଛି ଘର , ଗୁହାଳ । ତେବେ ଏହି ଅଗ୍ନିକାଣ୍ଡରେ ଗୋରୁ ସହ ୨୨ ଟି ମେଣ୍ଢା ଜୀବନ୍ତ ଦଗ୍ଧ ହୋଇଛନ୍ତି । ଅଗ୍ନିଶମ ଆଁକୁ ଆୟତ୍ତ କରିଛି ।
ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ପଞ୍ଚୁନାଥ ବିଶ୍ୱାଳ ଏବଂ ବିଶ୍ୱନାଥ ବିଶ୍ୱାଳରେ ଘରେ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ନିଆଁ ବ୍ୟାପିବାରେ ଲାଗିଥିଲା । ସ୍ଥାନୀୟଲୋକେ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ଅସଫଳ ହୋଇଥିଲା । ଶେଷରେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । କିନ୍ତୁ ଅଗ୍ନିକାଣ୍ଡରେ ୬ବଖରା ଘର ସହ ୮ଟି ଗାଇ ଗୁହାଳ ନଷ୍ଟ ହୋଇଯାଇଛି । ସେହିପରି ଅଗ୍ନିକାଣ୍ଡରେ ୨୨ ଟି ମେଣ୍ଢା ସହ ଗୋଟିଏ ଗାଈ ଜୀବନ୍ତ ପୋଡି ଯାଇଛି ।