-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
11-Feb-2021
ନୂଆପଡା (ପ୍ରେରଣା ଖବର ବ୍ୟୁରୋ) :: ମିନିଟ୍ରକକୁ ପିଟିଲା ଇନୋଭା କାର୍ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି ।
ଖବର ଅନୁଯାୟୀ, ନୂଆପଡ଼ା ଦେଇ ଯାଇଥିବା ଜାତୀୟ ରାଜପଥ ୩୫୩ ଖଡିଆଳ ଥାନା ବଡ଼ ମହେଶ୍ୱର ନିକଟରେ ଦୁର୍ଘଟଣା ଘଟିଛି । ବୁଧବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ବାହାଘର ଭୋଜି ଖାଇ ଫେରୁଥିବା ବେଳେ ମିନିଟ୍ରକୁ ପିଟିଛି ଇନୋଭା । ଯାହାଫଳରେ କି ଗାଡ଼ିରେ ଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ହୋଇଛନ୍ତି ।
ସମସ୍ତ ଗୁରୁତରଙ୍କ ଘଟଣାସ୍ଥଳରୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଜଣଙ୍କୁ ବୁର୍ଲା ଓ ୨ଜଣଙ୍କୁ ରାୟପୁର ସ୍ଥାନାନ୍ତରିତ କରାଯାଇଛି । ଅନ୍ୟ ଜଣେ ନୂଆପଡ଼଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ହସ୍ତଗତ ହୋଇନାହିଁ ।