-+91-9937148622 |
prerana_bgr@rediffmail.com |
Thursday 16th July 2026 |
R.N.I. Regd No. ODIODI/2010/46693
Breaking News
16-Jul-2026
ଭୁବନେଶ୍ୱର(ମୁରଲୀ ଧର ମିଶ୍ର): ପବିତ୍ର ରଥଯାତ୍ରା ଅବସରରେ ଗୁରୁବାର ଦିନ ପୁରୀରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଭକ୍ତଙ୍କ ସହ ସାମିଲ ହୋଇ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଭବ୍ୟ ରଥଯାତ୍ରାରେ ଯୋଗ ଦେଇଛନ୍ତି ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଏବଂ ରାଜ୍ୟର ମାନ୍ୟବର ପ୍ରଥମ ମହିଳା ଡ. ଜୟଶ୍ରୀ କମ୍ଭମପାଟି। ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି ମାନ୍ୟବର ରାଜ୍ୟପାଳ ଓଡ଼ିଶାବାସୀଙ୍କ ଶାନ୍ତି, ସମୃଦ୍ଧି ଓ ସୁଖମୟ ଜୀବନ ପାଇଁ ମହାପ୍ରଭୁଙ୍କ ଆଶୀର୍ବାଦ କାମନା କରିଥିଲେ। ପବିତ୍ର ରଥଯାତ୍ରାର ଅନୁଭୂତିକୁ ଆଧ୍ୟାତ୍ମିକ ଓ ଉତ୍ସାହପ୍ରଦ ବୋଲି ବର୍ଣ୍ଣନା କରି ରାଜ୍ୟପାଳ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଦିବ୍ୟ ଉପସ୍ଥିତିରେ ରହିବାର ସୁଯୋଗ ପାଇ ନିଜକୁ ଧନ୍ୟ ମନେ କରିଥିଲେ।
ଏହି ଅବସରରେ ସମସ୍ତ ଭକ୍ତଙ୍କୁ ରାଜ୍ଯପାଳ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ପବିତ୍ର ରଥଯାତ୍ରା ଆମ ସମସ୍ତଙ୍କ ମଧ୍ୟରେ ଆସ୍ଥା, ଏକତା, ସମାନତା, ଭାଇଚାରା ଓ ମାନବିକତାର ଭାବନାକୁ ଆହୁରି ସୁଦୃଢ଼ କରୁ ବୋଲି ପ୍ରାର୍ଥନା କରିଥିଲେ l
ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ବିରାଜମାନ କରୁ ଏବଂ ମହାପ୍ରଭୁଙ୍କ ଆଶୀର୍ବାଦ ସମସ୍ତଙ୍କୁ ଶାନ୍ତି, ସଦଭାବ, କରୁଣା ଓ ଧର୍ମର ପଥରେ ଆଗେଇ ନେଉ ବୋଲି ରାଜ୍ୟପାଳ କାମନା କରିଥିଲେ l