-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
09-Feb-2021
ନୟାଗଡ଼ (ପ୍ରଦୀପ କୁମାର ପଣ୍ଡା) : ଆସନ୍ତା ସତର ତାରିଖରେ ଗଣିଆରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହେବାକୁ ଥିବାବେଳେ ଏହାର ପ୍ରସ୍ତୁତି ବୈଠକ ଗଣିଆ ପଞ୍ଚାୟତ ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି | ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ seshadebeଦେବ ସ୍ୱାଇଁ ଯୋଗ ଦେଇଥିବାବେଳେ ଅଧ୍ୟକ୍ଷତା କରିଥିଲେ ମଣ୍ଡଳ ଉନ୍ନୟନ ଅଧିକାରୀ ତଥା ଭାରପ୍ରାପ୍ତ ତହସିଲଦାର ଶିରିୟାଲ ପଟେଲ | ଉକ୍ତ ବୈଠକ ରେ ସାଂସଦ I ଜିଲ୍ଲା ପ୍ରତିନିଧି ତଥା କିଶୋର ପ୍ରସାଦ ସମିତି ସଭ୍ୟ ସଦାଶିବ ମିଶ୍ର, ଜିଲ୍ଲା ପରିଷଦ ସଭ୍ୟ ମହେଶ୍ୱର ମହାରଣା, ସ୍ୱାସ୍ଥ୍ୟ ଅଧିକାରୀ ମଧୁସୂଦନ ଦାଶ, ବିଇଓ ପ୍ରଶନ୍ନ କୁମାର ଦାଶ ପ୍ରମୁଖ ମଞ୍ଚାସିନ ଥିବାବେଳେ ଅତିରିକ୍ତ ବିଡିଓ ସରୋଜ କୁମାର ନାୟକ, ଅଗ୍ନିଶମ ବିଭାଗୀୟ ଅଧିକାରୀ, ପିଇଓ, ସିଡିପିଓ, ସମସ୍ତ ପଞ୍ଚାୟତ ର ଲୋକ ପ୍ରତିନିଧି ଙ୍କ ସମେତ ଗଣିଆ ବ୍ଲକର ସାମ୍ବାଦିକ ମାନେ ଯୋଗଦେଇଥିଲେ | ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଣବ ନାୟକ ଙ୍କ ସୂଚନା କ୍ରମେ ଏହି ଶିବିର ବେଲପଡା ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ପରିସରରେ ଆସନ୍ତା ସତର ତାରିଖରେ ଅନୁଷ୍ଠିତ ହେବ | ଏହି ଶିବିର ରେ ଭିନ୍ନକ୍ଷମ ଙ୍କୁ ଚି଼ହ୍ନଟ କରାଯାଇ ପ୍ରମାଣପତ୍ର ସହିତ ପରିଚୟ ପତ୍ର ପ୍ରଦାନ କରାଯିବ | ଆସନ୍ତା ବାର ତାରିଖ ସୁଦ୍ଧା ସାମାଜିକ ସୁରକ୍ଷା ଅଧିକାରୀଙ୍କ ପାଖରେ ଆବଶ୍ୟକୀୟ କାଗଜ ପତ୍ର ସହିତ ଆବେଦନକରି ଥିବା ବ୍ୟକ୍ତି ଉପଯୁକ୍ତ ସେବା ପାଇପାରିବେ ବୋଲି ବୈଠକରେ ସ୍ଥିର କରାଯାଇଛି | କୋଭିଡ କଟକଣା କୁ ପାଳନ କରାଯାଇ ସମୁଦାୟ ଦୁଇଶହ ଜଣ ଙ୍କୁ ଏହି ଶିବିରରେ ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି ଅଧିକାରୀ ପ୍ରଣବ ସୂଚନା ଦେଇଛନ୍ତି |