-+91-9937148622 |

prerana_bgr@rediffmail.com |

  Friday 19th June 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗିର ସାଜିଛି ନିଶାଖୋର ଅପରାଧୀଙ୍କ ସୁରକ୍ଷିତ ପେଣ୍ଠସ୍ଥଳୀ   (19-Jun-2026)       ||      ଭୋଟର ତାଲିକାକୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ଉଦ୍ଦେଶ୍ୟରେ ବିଭିନ୍ନ ମତଦାନ କେନ୍ଦ୍ର ବୁଲିଲେ ବଲାଙ୍ଗୀର ଜିଲ୍ଲାପାଳ    (19-Jun-2026)       ||      ଓଡିଶା ସରକାର ଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆଗଲପୁର ବ୍ଲକ୍ ରେ ବ୍ଲକ୍ ସ୍ତରୀୟ କୃଷକ ସମାବେଶ    (18-Jun-2026)       ||      ଅଧିକାର ମେଳାରେ ୭୧ ଜଣ ବରିଷ୍ଠ ନାଗରିକଙ୍କୁ ସହାୟକ ଉପକରଣ ବଣ୍ଟନ   (18-Jun-2026)       ||      ପୁରୁଣାପାଣି ଶିତଳ ଷଷ୍ଠୀ ମହୋତ୍ସବ ରେ ନରସିଂହ, ଶିକ୍ଷା, ପିଇବା ପାଣି ଓ ଗମନାଗମନ ପ୍ରତି ଦୃଷ୍ଟି ଦେଉ ସରକାର - ନରସିଂହ   (18-Jun-2026)       ||      *ଡାବୁଗାଁ ଡ଼ଙ୍ଗରୀଗୁଡା ଠାରେ ପ୍ରତିଷ୍ଠା ହେଲା ମାଁ ସମଲେଇଙ୍କ ମନ୍ଦିର*   (18-Jun-2026)       ||      ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରା ଚତୁର୍ଥ ଦିବସରେ ବୈଦିକ ରୀତିରେ ହେଲା ଗଣ୍ଠିଆଳ ଫିଟା , ରାତ୍ରରେ ବରାନୁଗମନ ସମାପନ   (18-Jun-2026)       ||      ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଭ୍ରାମ୍ୟମାଣ ସେବା   (18-Jun-2026)       ||      ଡୁଙ୍ଗୁରିପାଲିରେ ଶୀତଳ ଷଷ୍ଠୀ ଯାତ୍ରା ଆରମ୍ଭ |ମା ପାର୍ବତୀଙ୍କୁ କନ୍ୟା ରୂପେ ପାଇ ମିଶ୍ର ଦମ୍ପତି ଆନନ୍ଦିତ   (18-Jun-2026)       ||      ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ପଶ୍ଚିମବଙ୍ଗ ଗସ୍ତ : ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ନୃସିଂହନାଥ ଧାମ ପରିଦର୍ଶନ ପାଇଁ ନିମନ୍ତ୍ରଣ    (18-Jun-2026)       ||      ଆବର୍ଜନା ଉଠାଇଲେ ଏନଏସି ଅଧ୍ୟକ୍ଷ, କାଉନସିଲର ଓ ଯୁବ ଗୋଷ୍ଠୀ, ସଫେଇ କର୍ମଚାରୀଙ୍କ ସହ ମୁହାଁ ମୁହିଁ ପରିସ୍ଥିତି ନାକେଦମ୍ ପୁଲିସ, ଦୁଇ ଘଣ୍ଟା ତୁଷୁରା - ବଲାଙ୍ଗୀର ରାସ୍ତା ଅବରୋଧ   (18-Jun-2026)       ||      ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ଗତ ଦୁଇ ବର୍ଷରେ ରାଜ୍ୟ ସରକାରଙ୍କ ବିକାଶମୂଳକ ଯୋଜନା ଏବଂ ସଫଳତା ସମ୍ପର୍କରେ ଉପସ୍ଥାପନ କଲେ ମନ୍ତ୍ରୀ    (18-Jun-2026)       ||      ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ପକ୍ଷରୁ ସାଇବର୍ ଆଇନ ସମ୍ପର୍କିତ ଆଲୋଚନାଚକ୍ର ୨୧ ରେ    (18-Jun-2026)       ||      ବ୍ରାହ୍ମଣୀ ଗ୍ରାମରେ ମାଇକ୍ରୋ ଟୁରିଜିମ୍‌ ପ୍ରକଳ୍ପର ପରିଦର୍ଶନ କଲେ ପ୍ରଶାସନିକ ଦଳ    (18-Jun-2026)       ||      ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ନେଇ ପ୍ରସ୍ତୁତି ବୈଠକ   (18-Jun-2026)       ||      ଶିଶୁ ମଙ୍ଗଳ କମିଟି କୋର୍ଟ କ୍ୟାମ୍ପ: ବ୍ଲକ ସ୍ତରୀୟ ପିତୃ-ମାତୃହୀନ ଶିଶୁଙ୍କ ଉପସ୍ଥାପନା ଓ ପରାମର୍ଶ ଶିବିର   (18-Jun-2026)       ||      ମା ଜାଗୁଳାଇ ରାମଲୀଳା ସମିତି ପକ୍ଷରୁ ଦୁଇଦିନିଆ ରାମଲୀଳା ଉତ୍ସବ    (18-Jun-2026)       ||      ଆଗଲପୁର ବ୍ଲକ୍ ରେ ବିକାଶ ର ଧାରା ଓଡ଼ିଶା ସାରା କାର୍ଯକ୍ରମ   (17-Jun-2026)       ||      ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରାର ତୃତୀୟ ଦିବସ, ଭୈରବ ବାବାଙ୍କ ଗୁଆଗୁଣ୍ଡା ନିଉତା ସମ୍ପନ୍ନ   (17-Jun-2026)       ||      ବଲାଙ୍ଗିର ର ୯ ଗୋଟି ଶିତଳ ଷଷ୍ଠୀ ଅନୁଷ୍ଠାନକୁ ମୁଖ୍ୟମନ୍ତ୍ରୀଙ୍କ ୩୬ ଲକ୍ଷ ଟଙ୍କା ଅନୁଦାନ   (17-Jun-2026)       ||     

HOME   ଜିଲ୍ଲା

ସମାଜସେବୀ ଗୋଳକ ବିହାରୀ ପଟେଲଙ୍କ ପରଲୋକ

14-Jun-2026



ଲୋଇସିଂହା ବ୍କକ ଅନ୍ତର୍ଗତ କୁଶଙ୍ଗ ଗ୍ରାମର ବିଶିଷ୍ଟ ସମାଜସେବୀ ଗୋଳକ ବିହାରୀ ପଟେଲ ଙ୍କ ଶନିବାର ରାତିରେ ଦେହାନ୍ତ ହୋଇଯାଇଛି । ସେ କିଛିଦିନ ହେଲା ବାର୍ଦ୍ଧକ୍ୟ ଜନିତ ଅସୁସ୍ଥ କାରଣରୁ ଶଯ୍ୟାଶାୟୀ ଥିଲେ । ତାଙ୍କୁ ମୃତ୍ୟୁବେଳକୁ ୮୧ ବର୍ଷ ବୟସ ହୋଇଥିଲା । ସେ ୧୯୪୫ ମସିହାରେ କୁଶଙ୍ଗ ରେ ଜନ୍ମ ହୋଇ ପ୍ରାଥମିକ ଶିକ୍ଷାଲାଭ ପରେ ବଲାଙ୍ଗିର ପୃଥୀରାଜ ହାଇସ୍କୁଲରୁ ମାଟ୍ରିକ ପାସ୍‌ କରିଥିଲେ । ୧୯୬୪ ମସିହାରେ ପୋଲିସ ବିଭାଗର ରାଇଟର (writer) ପଦବୀରେ ଚାକିରୀ ଆରମ୍ଭ କରିଥିଲେ ।ପଦୋନ୍ନତି ପାଇ ରାଜ୍ୟର ବିଭିନ୍ନ ପୋଲିସ ଷ୍ଟେସନରେ ଦକ୍ଷତାର ସହ ନିଜ କାର୍ଯ୍ୟ ସଂପାଦନ କରିଥିଲେ । ଜଣେ ସଚ୍ଚୋଟ ପୋଲିସ ଅଧିକାରୀ ଭାବରେ ତାଙ୍କର ସୁନାମ ଥିଲା । ଭୁବନେଶ୍ଵରରେ ପୋଲିସ ସବ-ଇନ୍ସପେକ୍ଟର ଭାବରେ ଚାକିରୀ କରୁଥିବାବେଳେ ୧୯୮୬ ମସିହାରେ ସ୍ଵଚ୍ଛୋକୃତ ଭାବେ ଚାକିରୀରୁ ଅବସର ନେଇ ନିଜ ଜନ୍ମମାଟି କୁଶଙ୍ଗ ରେ ଅବସ୍ଥାନ କରି ସମାଜସେବାରେ ନିଜକୁ ସମର୍ପିତ କରିଥିଲେ । ତାଙ୍କର ପ୍ରଚେଷ୍ଟାରେ କୁଶଙ୍ଗ ରେ ଆଞ୍ଚଳିକ ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା ।ଅନ୍ୟ ଉପାନ୍ତ ଗାଁରେ ମଧ୍ୟ ହାଇସ୍କୁଲ ପ୍ରତିଷ୍ଠା କରିବାରେ ତାଙ୍କର ଅବଦାନ ଅତୁଳନୀୟ । ତାଙ୍କର ଅଦମ୍ୟ ଇଚ୍ଛାଶକ୍ତି, ପ୍ରଶାସନିକ ଦକ୍ଷତା, ଦୁରଦୃଷ୍ଟି ବଳରେ ବିଭିନ୍ନ ସାମାଜିକ ସଂଗଠନ ସହିତ ନିଜକୁ ଜଡିତ କରି ନିସ୍ୱାର୍ଥପର ଭାବରେ ଜନସେବା କରିଆସୁଥିଲେ । କୁଶଙ୍ଗ ପଞ୍ଚାୟତରୁ ସମିତି ସଭ୍ୟ ଭାବରେ ମଧ୍ୟ ସେ ନିର୍ବାଚିତ ହୋଇଥିଲେ । କୁଶଙ୍ଗ ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି କଳ୍ପେ ନିଜକୁ ସମର୍ପିତ କରି ନବେ ଦଶକରୁ କୁଶଙ୍ଗ ରେ ଏକ ନୂତନ ବ୍ଲକ ପ୍ରତିଷ୍ଠା ପାଇଁ ନିରନ୍ତର ଉଦ୍ୟମ କରି ଆସୁଥିଲେ । ଯାହାକି ତାଙ୍କର ଏହା ବଡ଼ ସ୍ଵପ୍ନ ଥିଲା ।
ସେ କୁଶଙ୍ଗ ରେ ଲୋକକଳା ର ଉନ୍ନତି ପାଇଁ ସ୍ଥାନୀୟ ଏବଂ ଲୋଇସିଂହା ବ୍ଲକର କଳାକାରମାନଙ୍କୁ ନେଇ"ମା'ଉଗ୍ରତାରା ସାଂସ୍କୃତିକ କଳାକାର ସଂଘ" ନାମରେ ଏକ ସଂଘ ପ୍ରତିଷ୍ଠା କରିଥିଲେ।ଏହି କଳାକାରମାନେ ପ୍ରତିବର୍ଷ "ମକର ସଂକ୍ରାନ୍ତି" ଅବସରରେ ମକର ମିଳନ ଉତ୍ସବ ପାଳନ କରି ଲୋକକଳା ପ୍ରଦର୍ଶନ କରିଆସୁଛନ୍ତି । ସଂଗଠନର ପ୍ରତିଷ୍ଠାତା ତଥା ଆବାହକ ଭାବରେ ବୟସ୍କ କଳାକାରମାନେ କିପରି ସରକାରଙ୍କ ଠାରୁ ଭତ୍ତା ଓ ସାହାଯ୍ୟ ପାଇପାରିବେ  ସେ ନିରନ୍ତର ବିଭାଗୀୟ କତ୍ତ୍ଵପକ୍ଷଙ୍କ ଦୃଷ୍ଟିଆକର୍ଷଣ କରୁଥିଲେ । ଅବସର ନେଲା ପରେ ଅନେକ ବ୍ୟସ୍ତତା ସତ୍ତ୍ଵେ ଘରେ ହୋମିଓପାଥି ଚିକିତ୍ସା କରି ମଧ୍ୟ ଲୋକମାନଙ୍କର ସେବା କରୁଥିଲେ ।
ତାଙ୍କର ମହତ୍ ଜନସେବା ପାଇଁ ବିଭିନ୍ନ ଅନୁଷ୍ଠାନ ଦ୍ଵାରା ସେ ସମ୍ମାନିତ ହୋଇଥିଲେ । ସେଥିମଧ୍ୟରୁ"ଅଷ୍ଟଭୂଜା ସାହିତ୍ୟ ଅନୁଷ୍ଠାନ, ପୁରୀ, ରାଜ୍ୟ ଗବେଷଣା ଓ ପ୍ରଶିକ୍ଷଣ ପରିଷଦ,ଜୟ ଦେବଭଜନ, ଭୂବନେଶ୍ଵର, ପ୍ରାଇଭେଟ ହୋମିଓପାଥି ପ୍ରାକ୍ଟିସ ସଂଘ ଦ୍ଵାରା ଏକଲବ୍ୟ ପୁରସ୍କାର,ଆଞ୍ଚଳିକ ମହାବିଦ୍ୟାଳୟ କୁଶଙ୍ଗ ତରଫରୁ ସମାଜସେବା ଓ କଲେଜର ପ୍ରତିଷ୍ଠାତା ଭାବରେ ସମ୍ମାନ ପ୍ରଦାନ ଇତ୍ୟାଦି ଅନେକ ସମ୍ମାନ ଅନ୍ୟତମ।
ତାଙ୍କର ମୃତ୍ୟୁଶଯ୍ୟା ନିକଟରେ ଆତ୍ମିୟ ସ୍ଵଜନ ମଧ୍ୟରେ ଭାଇ ଗଦାଧର, ବଳରାମ, ଦୁଇପୁଅ ଲୋକନାଥ ଓ ମନୋହର, ଝିଅ ଏବଂ ଜ୍ବାଇଁ ଅବସରପ୍ରାପ୍ତ ଶିକ୍ଷକ ଶ୍ୟାମସୁନ୍ଦର ପଟେଲ, ନାତି ଦେବା ଶିଷ ଓ ନାତୁଣି ଉପସ୍ଥିତ ଥିଲେ । ତାଙ୍କର ଶବାଧାର ରେ କୁଶଙ୍ଗ ଗ୍ରାମର ଅନେକ ଭଦ୍ରବ୍ୟକ୍ତି, କଳାକାର ଓ ବିଶିଷ୍ଟ ବ୍ୟକ୍ତିମାନେ ସାମିଲ ଥିଲେ । ରବିବାର ସକାଳେ ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ବଡ ପୁଅ ଲୋକନାଥ ପଟେଲ ମୁଖାଗ୍ନି ଦେଇଥିଲେ ।ଗୋଲକ ବିହାରୀ ପଟେଲଙ୍କ ଅବର୍ତ୍ତମାନରେ କୁଶଙ୍ଗ ଗ୍ରାମ ତଥା ଅଞ୍ଚଳର ଅପୂରଣୀୟ କ୍ଷତି ହେଲା ବୋଲି ବହୁ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ସେ ଜଣେ କେବଳ ବାକ୍ତି ନଥିଲେ ଏକ ଅନୁଷ୍ଠାନ ଥିଲେ ବୋଲି କହିଛନ୍ତି ।ପ୍ରକାଶ ଥାଉକି ତାଙ୍କର ସହଧର୍ମିଣୀ ପୂର୍ବରୁ ଇହଲୋକ ତ୍ୟାଗକରି ସାରିଛନ୍ତି ।


News Comment




Photo in News

Advertisment
Lastest News
  ଅପରାଧ  
ବଲାଙ୍ଗିର ସାଜିଛି ନିଶାଖୋର ଅପରାଧୀଙ୍କ ସୁରକ୍ଷିତ ପେଣ୍ଠସ୍ଥଳୀ   19-Jun-2026
  ଜିଲ୍ଲା  
ଭୋଟର ତାଲିକାକୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ଉଦ୍ଦେଶ୍ୟରେ ବିଭିନ୍ନ ମତଦାନ କେନ୍ଦ୍ର ବୁଲିଲେ ବଲାଙ୍ଗୀର ଜିଲ୍ଲାପାଳ   19-Jun-2026
  ଜିଲ୍ଲା  
ଓଡିଶା ସରକାର ଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆଗଲପୁର ବ୍ଲକ୍ ରେ ବ୍ଲକ୍ ସ୍ତରୀୟ କୃଷକ ସମାବେଶ   18-Jun-2026
  ଜିଲ୍ଲା  
ଅଧିକାର ମେଳାରେ ୭୧ ଜଣ ବରିଷ୍ଠ ନାଗରିକଙ୍କୁ ସହାୟକ ଉପକରଣ ବଣ୍ଟନ   18-Jun-2026
  ଜିଲ୍ଲା  
ପୁରୁଣାପାଣି ଶିତଳ ଷଷ୍ଠୀ ମହୋତ୍ସବ ରେ ନରସିଂହ, ଶିକ୍ଷା, ପିଇବା ପାଣି ଓ ଗମନାଗମନ ପ୍ରତି ଦୃଷ୍ଟି ଦେଉ ସରକାର - ନରସିଂହ   18-Jun-2026
  ଜିଲ୍ଲା  
*ଡାବୁଗାଁ ଡ଼ଙ୍ଗରୀଗୁଡା ଠାରେ ପ୍ରତିଷ୍ଠା ହେଲା ମାଁ ସମଲେଇଙ୍କ ମନ୍ଦିର*   18-Jun-2026
  ଜିଲ୍ଲା  
ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରା ଚତୁର୍ଥ ଦିବସରେ ବୈଦିକ ରୀତିରେ ହେଲା ଗଣ୍ଠିଆଳ ଫିଟା , ରାତ୍ରରେ ବରାନୁଗମନ ସମାପନ   18-Jun-2026
  ଜିଲ୍ଲା  
ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଭ୍ରାମ୍ୟମାଣ ସେବା   18-Jun-2026
  ଜିଲ୍ଲା  
ଡୁଙ୍ଗୁରିପାଲିରେ ଶୀତଳ ଷଷ୍ଠୀ ଯାତ୍ରା ଆରମ୍ଭ |ମା ପାର୍ବତୀଙ୍କୁ କନ୍ୟା ରୂପେ ପାଇ ମିଶ୍ର ଦମ୍ପତି ଆନନ୍ଦିତ   18-Jun-2026
  ଜିଲ୍ଲା  
ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ପଶ୍ଚିମବଙ୍ଗ ଗସ୍ତ : ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ନୃସିଂହନାଥ ଧାମ ପରିଦର୍ଶନ ପାଇଁ ନିମନ୍ତ୍ରଣ   18-Jun-2026
  ଜିଲ୍ଲା  
ଆବର୍ଜନା ଉଠାଇଲେ ଏନଏସି ଅଧ୍ୟକ୍ଷ, କାଉନସିଲର ଓ ଯୁବ ଗୋଷ୍ଠୀ, ସଫେଇ କର୍ମଚାରୀଙ୍କ ସହ ମୁହାଁ ମୁହିଁ ପରିସ୍ଥିତି ନାକେଦମ୍ ପୁଲିସ, ଦୁଇ ଘଣ୍ଟା ତୁଷୁରା - ବଲାଙ୍ଗୀର ରାସ୍ତା ଅବରୋଧ   18-Jun-2026
  ଜିଲ୍ଲା  
ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ଗତ ଦୁଇ ବର୍ଷରେ ରାଜ୍ୟ ସରକାରଙ୍କ ବିକାଶମୂଳକ ଯୋଜନା ଏବଂ ସଫଳତା ସମ୍ପର୍କରେ ଉପସ୍ଥାପନ କଲେ ମନ୍ତ୍ରୀ   18-Jun-2026

You Might Also Like