-+91-9937148622 |

prerana_bgr@rediffmail.com |

  Sunday 9th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା ବ୍ଲକ ବିଜେପି ପକ୍ଷରୁ ହରଘର ଘରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ   (09-Aug-2026)       ||      ବରପାଲି ସାମ୍ବାଦିକ ସଂଘ ପକ୍ଷରୁ କର୍କଟ ରୋଗର ନିରୁପଣ ପରୀକ୍ଷା ଓ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ   (09-Aug-2026)       ||      କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା କାର୍ଯ୍ୟକାରିଣୀ ପାପଡାହାଣ୍ଡି ରେ ଅନୁଷ୍ଠିତ   (09-Aug-2026)       ||      ବିଶ୍ୱ ଆଦିବାସୀ ଦିବସ ରେ ସୁବର୍ଣ୍ଣପୁରକୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ସାମିଲ ପାଇଁ ଦାବି   (09-Aug-2026)       ||      ଲୀଳାନାଟକ କଳାକାର ଅବିନ୍ଦ୍ର ସେଠଙ୍କ ପରଲୋକ     (09-Aug-2026)       ||      ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି ର ସାଧାରଣ ବୈଠକ    (09-Aug-2026)       ||      କ୍ଲଷ୍ଟରସ୍ତରୀୟ ସେବା ନିବୃତ୍ତ ସମ୍ମାନ ଅନୁଷ୍ଠିତ    (09-Aug-2026)       ||      ବ୍ୟକ୍ତିଗତ ସ୍ୱାର୍ଥକୁ ପାଶୋରି ଯୁବବର୍ଗ ଦେଶର ପ୍ରଗତି ରଥର ବାହକ ହେଲେ ଆମେ ବିକଶିତ ଭାରତ ଗଠନ କରିପାରିବା    (09-Aug-2026)       ||      ଅତାବିରା ବ୍ଲକ୍ ଓଷ୍ଟାର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ    (09-Aug-2026)       ||      ପଲ୍ଲୀ ଆଲୋକ ପାଠାଗାର ଦ୍ୱାରା ବିଶ୍ୱ ସ୍ତନ୍ୟପାନ ସପ୍ତାହ–୨୦୨୬ ପାଳିତ   (09-Aug-2026)       ||      ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ-୨୦୨୬ ଅବସରରେ ସଂସ୍କୃତ ପ୍ରତିଯୋଗିତା    (08-Aug-2026)       ||      ପ୍ଲାଷ୍ଟିକ୍‌ମୁକ୍ତ ପରିସର ଓ ବର୍ଜ୍ୟବସ୍ତୁ ପରିଚାଳନାରେ କଡ଼ା ଅନୁପାଳନ ନିର୍ଦ୍ଦେଶ   (08-Aug-2026)       ||      ଟ୍ରାଫିକ ନିୟନ୍ତ୍ରଣ ପାଇଁ ବିଧାୟକ ପାଣ୍ଠିରୁ ବ୍ୟାରିକେଡ୍‌: ଆଗକୁ ସହରରେ ସିସି ଟିଭି ବ୍ୟବସ୍ଥା   (08-Aug-2026)       ||      ଡ଼. ସୁରେନ୍ଦ୍ର ମେହେରଙ୍କୁ ଜୀବନବ୍ୟାପି ସାଧନା ପୁରସ୍କାର   (08-Aug-2026)       ||      ସଂକୀର୍ତ୍ତନ ପ୍ରେମୀ ସୁରେନ୍ଦ୍ର କୁମାର ସାହୁ ଙ୍କ ପରଲୋକ   (08-Aug-2026)       ||      ସରକାରଙ୍କ ତୃଟିପୂର୍ଣ୍ଣ ଚାଷିପଞ୍ଜିକରଣ ନୀତି.. ପ୍ରଭାବିତ ହେବ ବଲାଙ୍ଗୀର ଜିଲ୍ଲାର ୫୦ହଜାର ହେକ୍ଟର ଚାଷଜମି,ବାଦପଡିବେ କ୍ଷୁଦ୍ର ଓ ନାମମାତ୍ର ଚାଷୀ   (08-Aug-2026)       ||      *ମଦ ନିଶାରେ ଅମାନୁଷିକ ବ୍ୟବହାର, ଠେଙ୍ଗାରେ ପିଟି ପିଟି ମାରିଦେଲେ ସମ୍ପର୍କୀୟ ଭାଈକୁ*   (08-Aug-2026)       ||      ରେଭେନ୍ଶା ଅଧ୍ୟାପକ ମାନଙ୍କପ୍ରତି ଅସଦା ଚରଣ ପ୍ରତିବାଦରେ କୁଳପତିଙ୍କୁ ସ୍ମାରକପତ୍ର   (08-Aug-2026)       ||      କଟକରେ ଝାଡ଼ାବାନ୍ତିର କୌଣସି ଗୋଷ୍ଠୀ ସଂକ୍ରମଣ ନାହିଁ   (08-Aug-2026)       ||      ବରଗଡ ଲୋକସଭା କ୍ଷେତ୍ରର ବିଭିନ୍ନ ରାଜମାର୍ଗର ତ୍ବରାନ୍ବିତ କାର୍ଯ୍ୟ,କେତେକ ଫ୍ଲାଇ ଓଭର ଓ ନୂତନ ରାଜମାର୍ଗ ର ଟେଣ୍ଡର ପ୍ରକ୍ରିୟା ଜାରି କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ନିତିନ ଗଡକରୀଙ୍କୁ ସାକ୍ଷାତ କଲେ ବରଗଡ ଲୋକସଭା ସାଂସଦ   (08-Aug-2026)       ||     

HOME   ଜିଲ୍ଲା

ସମାଜସେବୀ ଗୋଳକ ବିହାରୀ ପଟେଲଙ୍କ ପରଲୋକ

14-Jun-2026



ଲୋଇସିଂହା(ପ୍ରେରଣା ଖବର): ଲୋଇସିଂହା ବ୍କକ ଅନ୍ତର୍ଗତ କୁଶଙ୍ଗ ଗ୍ରାମର ବିଶିଷ୍ଟ ସମାଜସେବୀ ଗୋଳକ ବିହାରୀ ପଟେଲ ଙ୍କ ଶନିବାର ରାତିରେ ଦେହାନ୍ତ ହୋଇଯାଇଛି । ସେ କିଛିଦିନ ହେଲା ବାର୍ଦ୍ଧକ୍ୟ ଜନିତ ଅସୁସ୍ଥ କାରଣରୁ ଶଯ୍ୟାଶାୟୀ ଥିଲେ । ତାଙ୍କୁ ମୃତ୍ୟୁବେଳକୁ ୮୧ ବର୍ଷ ବୟସ ହୋଇଥିଲା । ସେ ୧୯୪୫ ମସିହାରେ କୁଶଙ୍ଗ ରେ ଜନ୍ମ ହୋଇ ପ୍ରାଥମିକ ଶିକ୍ଷାଲାଭ ପରେ ବଲାଙ୍ଗିର ପୃଥୀରାଜ ହାଇସ୍କୁଲରୁ ମାଟ୍ରିକ ପାସ୍‌ କରିଥିଲେ । ୧୯୬୪ ମସିହାରେ ପୋଲିସ ବିଭାଗର

ରାଇଟର (writer) ପଦବୀରେ ଚାକିରୀ ଆରମ୍ଭ କରିଥିଲେ ।ପଦୋନ୍ନତି ପାଇ ରାଜ୍ୟର ବିଭିନ୍ନ ପୋଲିସ ଷ୍ଟେସନରେ ଦକ୍ଷତାର ସହ ନିଜ କାର୍ଯ୍ୟ ସଂପାଦନ କରିଥିଲେ । ଜଣେ ସଚ୍ଚୋଟ ପୋଲିସ ଅଧିକାରୀ ଭାବରେ ତାଙ୍କର ସୁନାମ ଥିଲା । ଭୁବନେଶ୍ଵରରେ ପୋଲିସ ସବ-ଇନ୍ସପେକ୍ଟର ଭାବରେ ଚାକିରୀ କରୁଥିବାବେଳେ ୧୯୮୬ ମସିହାରେ ସ୍ଵଚ୍ଛୋକୃତ ଭାବେ ଚାକିରୀରୁ ଅବସର ନେଇ ନିଜ ଜନ୍ମମାଟି କୁଶଙ୍ଗ ରେ ଅବସ୍ଥାନ କରି ସମାଜସେବାରେ ନିଜକୁ ସମର୍ପିତ କରିଥିଲେ । ତାଙ୍କର ପ୍ରଚେଷ୍ଟାରେ କୁଶଙ୍ଗ ରେ ଆଞ୍ଚଳିକ ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା ।ଅନ୍ୟ ଉପାନ୍ତ ଗାଁରେ ମଧ୍ୟ ହାଇସ୍କୁଲ ପ୍ରତିଷ୍ଠା କରିବାରେ ତାଙ୍କର ଅବଦାନ ଅତୁଳନୀୟ । ତାଙ୍କର ଅଦମ୍ୟ ଇଚ୍ଛାଶକ୍ତି, ପ୍ରଶାସନିକ ଦକ୍ଷତା, ଦୁରଦୃଷ୍ଟି ବଳରେ ବିଭିନ୍ନ ସାମାଜିକ ସଂଗଠନ ସହିତ ନିଜକୁ ଜଡିତ କରି ନିସ୍ୱାର୍ଥପର ଭାବରେ ଜନସେବା କରିଆସୁଥିଲେ । କୁଶଙ୍ଗ ପଞ୍ଚାୟତରୁ ସମିତି ସଭ୍ୟ ଭାବରେ ମଧ୍ୟ ସେ ନିର୍ବାଚିତ ହୋଇଥିଲେ । କୁଶଙ୍ଗ ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି କଳ୍ପେ ନିଜକୁ ସମର୍ପିତ କରି ନବେ ଦଶକରୁ କୁଶଙ୍ଗ ରେ ଏକ ନୂତନ

ବ୍ଲକ ପ୍ରତିଷ୍ଠା ପାଇଁ ନିରନ୍ତର ଉଦ୍ୟମ କରି ଆସୁଥିଲେ । ଯାହାକି ତାଙ୍କର ଏହା ବଡ଼ ସ୍ଵପ୍ନ ଥିଲା ।
ସେ କୁଶଙ୍ଗ ରେ ଲୋକକଳା ର ଉନ୍ନତି ପାଇଁ ସ୍ଥାନୀୟ ଏବଂ ଲୋଇସିଂହା ବ୍ଲକର କଳାକାରମାନଙ୍କୁ ନେଇ"ମା'ଉଗ୍ରତାରା ସାଂସ୍କୃତିକ କଳାକାର ସଂଘ" ନାମରେ ଏକ ସଂଘ ପ୍ରତିଷ୍ଠା କରିଥିଲେ।ଏହି କଳାକାରମାନେ ପ୍ରତିବର୍ଷ "ମକର ସଂକ୍ରାନ୍ତି" ଅବସରରେ ମକର ମିଳନ ଉତ୍ସବ ପାଳନ କରି ଲୋକକଳା ପ୍ରଦର୍ଶନ କରିଆସୁଛନ୍ତି । ସଂଗଠନର ପ୍ରତିଷ୍ଠାତା ତଥା ଆବାହକ ଭାବରେ ବୟସ୍କ କଳାକାରମାନେ କିପରି ସରକାରଙ୍କ ଠାରୁ ଭତ୍ତା ଓ ସାହାଯ୍ୟ ପାଇପାରିବେ  ସେ ନିରନ୍ତର ବିଭାଗୀୟ କତ୍ତ୍ଵପକ୍ଷଙ୍କ ଦୃଷ୍ଟିଆକର୍ଷଣ କରୁଥିଲେ । ଅବସର ନେଲା ପରେ ଅନେକ ବ୍ୟସ୍ତତା ସତ୍ତ୍ଵେ ଘରେ ହୋମିଓପାଥି ଚିକିତ୍ସା କରି ମଧ୍ୟ ଲୋକମାନଙ୍କର ସେବା କରୁଥିଲେ ।
ତାଙ୍କର ମହତ୍ ଜନସେବା ପାଇଁ ବିଭିନ୍ନ ଅନୁଷ୍ଠାନ ଦ୍ଵାରା ସେ ସମ୍ମାନିତ ହୋଇଥିଲେ । ସେଥିମଧ୍ୟରୁ"ଅଷ୍ଟଭୂଜା ସାହିତ୍ୟ ଅନୁଷ୍ଠାନ, ପୁରୀ, ରାଜ୍ୟ ଗବେଷଣା ଓ ପ୍ରଶିକ୍ଷଣ ପରିଷଦ,ଜୟ ଦେବଭଜନ, ଭୂବନେଶ୍ଵର, ପ୍ରାଇଭେଟ ହୋମିଓପାଥି ପ୍ରାକ୍ଟିସ ସଂଘ ଦ୍ଵାରା ଏକଲବ୍ୟ ପୁରସ୍କାର,ଆଞ୍ଚଳିକ ମହାବିଦ୍ୟାଳୟ କୁଶଙ୍ଗ ତରଫରୁ ସମାଜସେବା ଓ କଲେଜର ପ୍ରତିଷ୍ଠାତା ଭାବରେ ସମ୍ମାନ ପ୍ରଦାନ ଇତ୍ୟାଦି ଅନେକ ସମ୍ମାନ ଅନ୍ୟତମ।
ତାଙ୍କର ମୃତ୍ୟୁଶଯ୍ୟା ନିକଟରେ ଆତ୍ମିୟ ସ୍ଵଜନ ମଧ୍ୟରେ ଭାଇ ଗଦାଧର, ବଳରାମ, ଦୁଇପୁଅ ଲୋକନାଥ ଓ ମନୋହର, ଝିଅ ଏବଂ ଜ୍ବାଇଁ ଅବସରପ୍ରାପ୍ତ ଶିକ୍ଷକ ଶ୍ୟାମସୁନ୍ଦର ପଟେଲ, ନାତି ଦେବା ଶିଷ ଓ ନାତୁଣି ଉପସ୍ଥିତ ଥିଲେ । ତାଙ୍କର ଶବାଧାର ରେ କୁଶଙ୍ଗ ଗ୍ରାମର ଅନେକ ଭଦ୍ରବ୍ୟକ୍ତି, କଳାକାର ଓ ବିଶିଷ୍ଟ ବ୍ୟକ୍ତିମାନେ ସାମିଲ ଥିଲେ । ରବିବାର ସକାଳେ ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ବଡ ପୁଅ ଲୋକନାଥ ପଟେଲ ମୁଖାଗ୍ନି ଦେଇଥିଲେ ।ଗୋଲକ ବିହାରୀ ପଟେଲଙ୍କ ଅବର୍ତ୍ତମାନରେ କୁଶଙ୍ଗ ଗ୍ରାମ ତଥା ଅଞ୍ଚଳର ଅପୂରଣୀୟ କ୍ଷତି ହେଲା ବୋଲି ବହୁ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ସେ ଜଣେ କେବଳ ବାକ୍ତି ନଥିଲେ ଏକ ଅନୁଷ୍ଠାନ ଥିଲେ ବୋଲି କହିଛନ୍ତି ।ପ୍ରକାଶ ଥାଉକି ତାଙ୍କର ସହଧର୍ମିଣୀ ପୂର୍ବରୁ ଇହଲୋକ ତ୍ୟାଗକରି ସାରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା ବ୍ଲକ ବିଜେପି ପକ୍ଷରୁ ହରଘର ଘରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ   09-Aug-2026
  ଜିଲ୍ଲା  
ବରପାଲି ସାମ୍ବାଦିକ ସଂଘ ପକ୍ଷରୁ କର୍କଟ ରୋଗର ନିରୁପଣ ପରୀକ୍ଷା ଓ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ   09-Aug-2026
  ଜିଲ୍ଲା  
କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା କାର୍ଯ୍ୟକାରିଣୀ ପାପଡାହାଣ୍ଡି ରେ ଅନୁଷ୍ଠିତ   09-Aug-2026
  ଜିଲ୍ଲା  
ବିଶ୍ୱ ଆଦିବାସୀ ଦିବସ ରେ ସୁବର୍ଣ୍ଣପୁରକୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ସାମିଲ ପାଇଁ ଦାବି   09-Aug-2026
  ଜିଲ୍ଲା  
ଲୀଳାନାଟକ କଳାକାର ଅବିନ୍ଦ୍ର ସେଠଙ୍କ ପରଲୋକ     09-Aug-2026
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି ର ସାଧାରଣ ବୈଠକ   09-Aug-2026
  ଜିଲ୍ଲା  
କ୍ଲଷ୍ଟରସ୍ତରୀୟ ସେବା ନିବୃତ୍ତ ସମ୍ମାନ ଅନୁଷ୍ଠିତ   09-Aug-2026
  ଜିଲ୍ଲା  
ବ୍ୟକ୍ତିଗତ ସ୍ୱାର୍ଥକୁ ପାଶୋରି ଯୁବବର୍ଗ ଦେଶର ପ୍ରଗତି ରଥର ବାହକ ହେଲେ ଆମେ ବିକଶିତ ଭାରତ ଗଠନ କରିପାରିବା    09-Aug-2026
  ରାଜ୍ୟ  
ଅତାବିରା ବ୍ଲକ୍ ଓଷ୍ଟାର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ   09-Aug-2026
  ଜିଲ୍ଲା  
ପଲ୍ଲୀ ଆଲୋକ ପାଠାଗାର ଦ୍ୱାରା ବିଶ୍ୱ ସ୍ତନ୍ୟପାନ ସପ୍ତାହ–୨୦୨୬ ପାଳିତ   09-Aug-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ-୨୦୨୬ ଅବସରରେ ସଂସ୍କୃତ ପ୍ରତିଯୋଗିତା   08-Aug-2026
  ଜିଲ୍ଲା  
ପ୍ଲାଷ୍ଟିକ୍‌ମୁକ୍ତ ପରିସର ଓ ବର୍ଜ୍ୟବସ୍ତୁ ପରିଚାଳନାରେ କଡ଼ା ଅନୁପାଳନ ନିର୍ଦ୍ଦେଶ   08-Aug-2026

You Might Also Like