-+91-9937148622 |

prerana_bgr@rediffmail.com |

  Saturday 12th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   (12-Sep-2026)       ||      ବଲାଙ୍ଗୀର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (12-Sep-2026)       ||      ବାଲାଜୀ କଲେଜ ଅଫ ନର୍ସିଂ କୁ ମିଳିଲା ଏନ୍ଓସି♦️ ଚଳିତ ଶିକ୍ଷାବର୍ଷରେ ୫ଟି ପାଠ୍ୟକ୍ରମ ପାଇଁ ମିଳିଲା ଅନୁମୋଦନ   (12-Sep-2026)       ||      ଉଠା ଦୋକାନୀଙ୍କ ଦୁଃଖ♦️ଜୀବନ ଜୀବିକା କେତେ ଦୁର୍ବିସହ ପରିଶ୍ରମୀ ଏକା ଜାଣେ, ପରିଶ୍ରମ ଫଳ କେତେ ମିଠା ଲାଗେ ପ୍ରଦୀପ ଭାଇ ବଖାଣେ    (12-Sep-2026)       ||      ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ପାଳିତ   (12-Sep-2026)       ||      ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   (11-Sep-2026)       ||      ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   (11-Sep-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   (11-Sep-2026)       ||      ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ    (11-Sep-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   (11-Sep-2026)       ||      ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   (11-Sep-2026)       ||      ୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   (11-Sep-2026)       ||      ଏକାଦଶ ଜିଲ୍ଲାପରିଷଦ ବୈଠକ   (11-Sep-2026)       ||      ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   (11-Sep-2026)       ||      Hjk   (11-Sep-2026)       ||      ଆଗଲପୁର ସମିତିସଭ୍ୟଙ୍କୁ ଗୁଳିକରି ହତ୍ୟା : କାର ଭିତରୁ ରକ୍ତାକ୍ତ ମୃତ ଦେହ ଉଦ୍ଧାର   (11-Sep-2026)       ||      ଚିନାଜୁରୀ କେବାଡ଼ କେନାଲ ରାସ୍ତାରେ ଆଗଲପୁ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା    (11-Sep-2026)       ||      ସପ୍ତାହକୁ ୫ ଦିନିଆ କାର୍ଯ୍ୟଦିବସ ଲାଗୁ କରିବା ଦାବିରେ ଆଜି ବ୍ୟାଙ୍କ କର୍ମଚାରୀ ମାନଙ୍କ ଦିନିକିଆ ଧର୍ମଘଟ, ବାଲାଙ୍ଗୀକେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମୁଖରେ ଧାରଣାରେ ବସିଲେ ବ୍ୟାଙ୍କ କର୍ମଚାରୀ ସଂଘ    (11-Sep-2026)       ||      ଯାତ୍ରୀମାନଙ୍କୁ ସୁରକ୍ଷିତ, ନିର୍ଭରଯୋଗ୍ୟ ଓ ନିର୍ଭୟ ଯାତ୍ରା ସୁବିଧା ଯୋଗାଇଦେବା ପାଇଁ ଖୋର୍ଦ୍ଧା ରୋଡ୍ ମଣ୍ଡଳ ପ୍ରତିବଦ୍ଧ   (11-Sep-2026)       ||     

HOME   ଜିଲ୍ଲା

ପୁଇଁନ୍ତଲା ତହସିଲ କାର୍ଯ୍ୟାଳୟରେ ଅଚଳାବସ୍ଥା, ଜନଅସନ୍ତୋଷ ବୃଦ୍ଧି

13-Jun-2026



ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଲା ତହସିଲ କାର୍ଯ୍ୟାଳୟରେ ପ୍ରଶାସନିକ ତାଳମେଳର ଅଭାବ ଯୋଗୁଁ ଦୈନ୍ଦିନ କାର୍ଯ୍ୟ ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି। ଜମିବାଡ଼ି ମ୍ୟୁଟେସନଠୁ ଆରମ୍ଭ କରି ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ୍ କାର୍ଯ୍ୟ ପର୍ଯ୍ୟନ୍ତ ସବୁ କାମ ଠପ୍ ହୋଇଯାଇଛି। ଫଳରେ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ପୁଇଁନ୍ତଲା ତହସିଲଦାର ଭାବେ କାର୍ଯ୍ୟରତ ଅଛନ୍ତି ଗୌରବ କୁମାର ବର୍ଗେ। ଅଭିଯୋଗ ଅନୁସାରେ, ତହସିଲଦାର ଅନୁପସ୍ଥିତ ରହିଲେ ତହସିଲର ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଉଛି। ଏଥିସହ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ କର୍ମଚାରୀଙ୍କ ମଧ୍ୟରେ ସହଯୋଗର ଅଭାବ ସ୍ପଷ୍ଟ ଦେଖିବାକୁ ମିଳୁଛି। ମୁଖ୍ୟ କିରାଣୀ ରୀନା ପାଣିଗ୍ରାହୀ ଏବଂ ବରିଷ୍ଠ କର୍ମଚାରୀ ପ୍ରଭାତ ମଲ୍ଳିକ ଜନସାଧାରଣଙ୍କୁ ସହଯୋଗ କରୁନଥିବା ଅଭିଯୋଗ ହୋଇଛି। କେହି ନିଜ କାମ ସମ୍ପର୍କରେ ବୁଝିବାକୁ ଆସିଲେ ସେମାନେ ସବୁବେଳେ ବିରକ୍ତି ପ୍ରକାଶ କରୁଥିବା ସ୍ଥାନୀୟ ଲୋକେ କହିଛନ୍ତି।

ବର୍ତ୍ତମାନ ପରିସ୍ଥିତି ଆହୁରି ଜଟିଳ ହୋଇଛି ଆରଆଇ ଓ ଅମିନଙ୍କ ବଦଳି ପରେ। ନୂତନ ଭାବେ ଯୋଗଦାନ କରିବାକୁ ଥିବା କର୍ମଚାରୀ ଏପର୍ଯ୍ୟନ୍ତ ଯୋଗଦାନ କରିନଥିବାରୁ ଛାତ୍ରଛାତ୍ରୀଙ୍କ ଆୟ, ଜାତି, ବାସିନ୍ଦା ସାର୍ଟିଫିକେଟ୍ କାମ ସମ୍ପୂର୍ଣ୍ଣ ବନ୍ଦ ହୋଇପଡ଼ିଛି। ଏହାଦ୍ୱାରା ଉଚ୍ଚଶିକ୍ଷା ଓ ଚାକିରି ପାଇଁ ଆବେଦନ କରୁଥିବା ଛାତ୍ରଛାତ୍ରୀ ହଇରାଣ ହେଉଛନ୍ତି।

ସେହିପରି ଜନସାଧାରଣଙ୍କ ଜମିବାଡ଼ି ସମ୍ବନ୍ଧୀୟ ମ୍ୟୁଟେସନ କାର୍ଯ୍ୟ ମଧ୍ୟ ଠପ୍ ହୋଇପଡ଼ିଛି। ଗତ ବର୍ଷର ଅଧିକାଂଶ ମ୍ୟୁଟେସନ ଫାଇଲ୍ ଏପର୍ଯ୍ୟନ୍ତ ଫଏସଲା ହୋଇନଥିବା ଅଭିଯୋଗ ହୋଇଛି। କର୍ମଚାରୀଙ୍କ ସହଯୋଗର ଅଭାବ ଓ ସମୟାନୁବର୍ତ୍ତୀତା ନ ଥିବାରୁ ତହସିଲ କାର୍ଯ୍ୟାଳୟକୁ ଆସୁଥିବା ଲୋକେ ଦିନକୁ ଦିନ ଫେରିଯିବାକୁ ବାଧ୍ୟ ହେଉଛନ୍ତି।

ଏହି ପରିସ୍ଥିତି ଯୋଗୁଁ ପୁଇଁନ୍ତଲା ଅଞ୍ଚଳରେ ଜନଅସନ୍ତୋଷ ବଢ଼ିବାରେ ଲାଗିଛି। ସାଧାରଣ ଲୋକେ କହିଛନ୍ତି, ସରକାର ସାଧାରଣ ଲୋକଙ୍କ କାମକୁ ସହଜ କରିବା ପାଇଁ ଅନେକ ପଦକ୍ଷେପ ନେଉଥିବା ବେଳେ ତଳସ୍ତରେ କର୍ମଚାରୀଙ୍କ ଅବହେଳା ଯୋଗୁଁ ସେ ଉଦ୍ଦେଶ୍ୟ ବିଫଳ ହେଉଛି।

ସ୍ଥାନୀୟ ଲୋକେ ଦାବି କରିଛନ୍ତି ଯେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ପୁଇଁନ୍ତଲା ତହସିଲ କାର୍ଯ୍ୟାଳୟର କାର୍ଯ୍ୟ ପୁନଃ ସ୍ୱାଭାବିକ କରାଇବା ସହ ଦାୟିତ୍ୱରେ ଅବହେଳା କରୁଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।

ଏ ନେଇ ତହସିଲଦାର ଗୌରବ କୁମାର ବର୍ଗେଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାଙ୍କର ମତାମତ ମିଳିପାରିନାହିଁ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   12-Sep-2026
  ଜିଲ୍ଲା  
ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   12-Sep-2026
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ   12-Sep-2026
  ଜିଲ୍ଲା  
ବାଲାଜୀ କଲେଜ ଅଫ ନର୍ସିଂ କୁ ମିଳିଲା ଏନ୍ଓସି♦️ ଚଳିତ ଶିକ୍ଷାବର୍ଷରେ ୫ଟି ପାଠ୍ୟକ୍ରମ ପାଇଁ ମିଳିଲା ଅନୁମୋଦନ   12-Sep-2026
  ଜିଲ୍ଲା  
ଉଠା ଦୋକାନୀଙ୍କ ଦୁଃଖ♦️ଜୀବନ ଜୀବିକା କେତେ ଦୁର୍ବିସହ ପରିଶ୍ରମୀ ଏକା ଜାଣେ, ପରିଶ୍ରମ ଫଳ କେତେ ମିଠା ଲାଗେ ପ୍ରଦୀପ ଭାଇ ବଖାଣେ   12-Sep-2026
  ଜିଲ୍ଲା  
ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ପାଳିତ   12-Sep-2026
  ଜିଲ୍ଲା  
ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   11-Sep-2026
  ଜିଲ୍ଲା  
ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ   11-Sep-2026
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   11-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   11-Sep-2026

You Might Also Like