-+91-9937148622 |

prerana_bgr@rediffmail.com |

  Saturday 12th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   (12-Sep-2026)       ||      ବଲାଙ୍ଗୀର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (12-Sep-2026)       ||      ବାଲାଜୀ କଲେଜ ଅଫ ନର୍ସିଂ କୁ ମିଳିଲା ଏନ୍ଓସି♦️ ଚଳିତ ଶିକ୍ଷାବର୍ଷରେ ୫ଟି ପାଠ୍ୟକ୍ରମ ପାଇଁ ମିଳିଲା ଅନୁମୋଦନ   (12-Sep-2026)       ||      ଉଠା ଦୋକାନୀଙ୍କ ଦୁଃଖ♦️ଜୀବନ ଜୀବିକା କେତେ ଦୁର୍ବିସହ ପରିଶ୍ରମୀ ଏକା ଜାଣେ, ପରିଶ୍ରମ ଫଳ କେତେ ମିଠା ଲାଗେ ପ୍ରଦୀପ ଭାଇ ବଖାଣେ    (12-Sep-2026)       ||      ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ପାଳିତ   (12-Sep-2026)       ||      ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   (11-Sep-2026)       ||      ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   (11-Sep-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   (11-Sep-2026)       ||      ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ    (11-Sep-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   (11-Sep-2026)       ||      ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   (11-Sep-2026)       ||      ୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   (11-Sep-2026)       ||      ଏକାଦଶ ଜିଲ୍ଲାପରିଷଦ ବୈଠକ   (11-Sep-2026)       ||      ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   (11-Sep-2026)       ||      Hjk   (11-Sep-2026)       ||      ଆଗଲପୁର ସମିତିସଭ୍ୟଙ୍କୁ ଗୁଳିକରି ହତ୍ୟା : କାର ଭିତରୁ ରକ୍ତାକ୍ତ ମୃତ ଦେହ ଉଦ୍ଧାର   (11-Sep-2026)       ||     

HOME   ଜିଲ୍ଲା

କଳା ସଂସ୍କୃତି ଭାଷା କ୍ଷେତ୍ରରେ ରୋମାନିଆ ରେ ଐତିହାସିକ ବିଶ୍ୱ ରେକର୍ଡ ସୃଷ୍ଟି କରିଥିବା କିସ ଆଦିବାସୀ ବିଶ୍ୱବିଦ୍ୟାଳୟ ର କଳାକାରଙ୍କୁ ଐତିହାସିକ ଓ ଭବ୍ୟ ସମ୍ବର୍ଦ୍ଧନା

13-Jun-2026



ବଲାଙ୍ଗୀର(ପ୍ରେରଣା ଖବର)  ରୋମାନିଆରେ ଆୟୋଜିତ ବିଶ୍ୱ ପ୍ରସିଦ୍ଧ ଆନ୍ତର୍ଜାତୀୟ ୱିଲିୟମ୍ ସେକ୍ସପିୟର ଥିଏଟର ମହୋତ୍ସବରେ ୭୧ଟି ଦେଶର ପ୍ରତିନିଧିଙ୍କ ମଧ୍ୟରେ ଭାରତର ପ୍ରତିନିଧିତ୍ୱ କରି ବିଶ୍ୱ ମଞ୍ଚରେ ଓଡ଼ିଶା ଓ ଭାରତର ଗୌରବ ବୃଦ୍ଧି କରିଥିବା କଳିଙ୍ଗ ଇନଷ୍ଟିଟ୍ୟୁଟ ଅଫ୍ ସୋସିଆଲ ସାଇନ୍ସେସ୍ (KISS), ଭୁବନେଶ୍ୱରର ପ୍ରତିଭାଶାଳୀ ଛାତ୍ରଛାତ୍ରୀମାନଙ୍କୁ ବଲାଙ୍ଗୀରବାସୀଙ୍କ ପକ୍ଷରୁ ଭବ୍ୟ ଓ ଐତିହାସିକ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।
କିସର ଆଦିବାସୀ ଛାତ୍ରଛାତ୍ରୀମାନେ ନିଜର ଅନନ୍ୟ ଆଦିବାସୀ ଗୀତ, ସଙ୍ଗୀତ, ନୃତ୍ୟ, କଳା, ସଂସ୍କୃତି, ପରମ୍ପରା ଓ ଐତିହ୍ୟର ଅତୁଳନୀୟ ପ୍ରଦର୍ଶନ ମାଧ୍ୟମରେ ଆନ୍ତର୍ଜାତୀୟ ଦର୍ଶକଙ୍କୁ ମୁଗ୍ଧ କରିଥିଲେ। ବିଶେଷକରି ସାନ୍ତାଳୀ ଭାଷାରେ ୱିଲିୟମ୍ ସେକ୍ସପିୟରଙ୍କ ନାଟକ ମଞ୍ଚସ୍ଥ କରି ସେମାନେ ବିଶ୍ୱ ରଙ୍ଗମଞ୍ଚ ଇତିହାସରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଥିଲେ। ରୋମାନିଆରେ ସେମାନଙ୍କ ପ୍ରଦର୍ଶନକୁ କଳା, ସଂସ୍କୃତି ଓ ନାଟ୍ୟ ଜଗତର ବିଶିଷ୍ଟ ବ୍ୟକ୍ତିବର୍ଗଙ୍କ ଦ୍ୱାରା ଉଚ୍ଚ ପ୍ରଶଂସା କରାଯାଇଥିଲା।
ଏହିଏହି ସଫଳତା କେବଳ KISS ପାଇଁ ନୁହେଁ, ବରଂ ଓଡ଼ିଶା,

ଭାରତ ଓ ସମଗ୍ର ବିଶ୍ୱର ଆଦିବାସୀ ସମାଜ ପାଇଁ ଗର୍ବ ଓ ଗୌରବର ବିଷୟ। ଛାତ୍ରଛାତ୍ରୀମାନେ ବିଶ୍ୱ ସମୁଦାୟ ସମ୍ମୁଖରେ ଭାରତର ଆଦିବାସୀ ସଂସ୍କୃତିର ସମୃଦ୍ଧି, ବିବିଧତା ଓ ମହାନ ପରମ୍ପରାକୁ ସଫଳତାର ସହ ପ୍ରତିପାଦନ କରିଥିଲେ।
 ବଲାଙ୍ଗିର ଜାତୀୟ ରାଜପଥରୁ KISS କ୍ୟାମ୍ପସ, ପର୍ଯ୍ୟନ୍ତ ପାରମ୍ପରିକ ଆଦିବାସୀ ବାଦ୍ୟଯନ୍ତ୍ର, ନୃତ୍ୟ, ଗୀତ ଓ ସାଂସ୍କୃତିକ ଶୋଭାଯାତ୍ରା ମାଧ୍ୟମରେ କଳାକାରମାନଙ୍କୁ ଉତ୍ସାହ ଓ ଆନନ୍ଦର ସହ ଭବ୍ୟ ସ୍ୱାଗତ କରାଯାଇଥିଲା। KISS କ୍ୟାମ୍ପସରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ବିଭିନ୍ନ ସାମାଜିକ, ସାଂସ୍କୃତିକ, ଶିକ୍ଷାନୁଷ୍ଠାନିକ  ସଂଗଠନର ପ୍ରତିନିଧିମାନେ ଯୋଗଦେଇ କଳାକାରମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।
ବକ୍ତାମାନେ KIIT ଓ KISSର ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତଙ୍କ ପ୍ରତି ଗଭୀର କୃତଜ୍ଞତା ବ୍ୟକ୍ତ କରି କହିଥିଲେ ଯେ, ତାଙ୍କର ଦୂରଦର୍ଶୀ ନେତୃତ୍ୱ ଲକ୍ଷାଧିକ ଆଦିବାସୀ ଶିଶୁଙ୍କ ଜୀବନରେ ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡ଼ା, କୌଶଳ ବିକାଶ, କଳା, ସଂସ୍କୃତି ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଅଭୂତପୂର୍ବ ପରିବର୍ତ୍ତନ ଆଣିଛନ୍ତି। ଶିକ୍ଷା ମାଧ୍ୟମରେ ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ତାଙ୍କର ଅବଦାନ ସମଗ୍ର ବିଶ୍ୱ ପାଇଁ ଏକ ଆଦର୍ଶ ମଡେଲ୍ ଭାବେ ପରିଗଣିତ ହେଉଛି।
ବକ୍ତାମାନେ କହିଥିଲେ ଯେ, ମାତ୍ର ୩୩ ବର୍ଷ ମଧ୍ୟରେ KISS ଲକ୍ଷାଧିକ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ବିଦ୍ୟାଳୟ, ଉଚ୍ଚ ଓ ବୃତ୍ତିଗତ ଶିକ୍ଷା ପ୍ରଦାନ କରି ବିଭିନ୍ନ କ୍ଷେତ୍ରରେ ରୋଜଗାରର ସୁଯୋଗ ସୃଷ୍ଟି କରିଛି। ଏହା ଦ୍ୱାରା ସେମାନଙ୍କ ମଧ୍ୟରେ ଆତ୍ମନିର୍ଭରଶୀଳତା, ସମ୍ମାନ ଓ ସାମାଜିକ ନ୍ୟାୟର ଭାବନା ସୁଦୃଢ଼ ହୋଇଛି। ଡ଼. ସାମନ୍ତଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡ଼ା, କଳା, ସଂସ୍କୃତି, ଭାଷା ସଂରକ୍ଷଣ, ହସ୍ତଶିଳ୍ପ, ମାନବୀୟ ମୂଲ୍ୟବୋଧ ଓ ସାମାଜିକ ଉନ୍ନତି କ୍ଷେତ୍ରରେ ଅବଦାନ ଅତୁଳନୀୟ ବୋଲି ବର୍ଣ୍ଣନା କରାଯାଇଥିଲା।
 

ସମ୍ବର୍ଦ୍ଧନା ସଭାରେ ପୂର୍ବତନ ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି, ପୂର୍ବତନ ଦେଓଗାଁ ବ୍ଲକ ଅଧ୍ୟକ୍ଷ ଶ୍ରୀ ଲକ୍ଷ୍ମଣ ମେହେର, ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ, ଆଇନଜୀବୀ ପ୍ରିୟରଞ୍ଜନ ବାହିଦାର ଓ ଜଷ୍ଟିସ୍ ଏସ୍. କାର୍ଜୀ ପ୍ରମୁଖ ଉଦ୍ବୋଧନ ଦେଇ କଳାକାରମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।
ସମସ୍ତ ବକ୍ତା KISS ପରିବାରକୁ ଇତିହାସ ସୃଷ୍ଟି କରି ଓଡ଼ିଶା ଓ ଭାରତର ଗୌରବକୁ ବିଶ୍ୱ ଦରବାରରେ ପହଞ୍ଚାଇଥିବାରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   12-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   12-Sep-2026
  ଜିଲ୍ଲା  
ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   12-Sep-2026
  ଜିଲ୍ଲା  
ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   12-Sep-2026
  ଜିଲ୍ଲା  
ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   12-Sep-2026
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ   12-Sep-2026
  ଜିଲ୍ଲା  
ବାଲାଜୀ କଲେଜ ଅଫ ନର୍ସିଂ କୁ ମିଳିଲା ଏନ୍ଓସି♦️ ଚଳିତ ଶିକ୍ଷାବର୍ଷରେ ୫ଟି ପାଠ୍ୟକ୍ରମ ପାଇଁ ମିଳିଲା ଅନୁମୋଦନ   12-Sep-2026
  ଜିଲ୍ଲା  
ଉଠା ଦୋକାନୀଙ୍କ ଦୁଃଖ♦️ଜୀବନ ଜୀବିକା କେତେ ଦୁର୍ବିସହ ପରିଶ୍ରମୀ ଏକା ଜାଣେ, ପରିଶ୍ରମ ଫଳ କେତେ ମିଠା ଲାଗେ ପ୍ରଦୀପ ଭାଇ ବଖାଣେ   12-Sep-2026
  ଜିଲ୍ଲା  
ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ପାଳିତ   12-Sep-2026
  ଜିଲ୍ଲା  
ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   11-Sep-2026
  ଜିଲ୍ଲା  
ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   11-Sep-2026

You Might Also Like