-+91-9937148622 |
prerana_bgr@rediffmail.com |
Saturday 12th September 2026 |
R.N.I. Regd No. ODIODI/2010/46693
Breaking News
09-Jun-2026
ଲୋଇସିଂହା, (ପ୍ରେରଣା ଖବର )ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର)-୨୦୨୬ କାର୍ଯ୍ୟକ୍ରମ ଅଧୀନରେ ମତଦାତା ତାଲିକାକୁ ସଠିକ୍ ଓ ନିର୍ଭୁଲ କରିବା ପାଇଁ ବୁଥ୍ ସ୍ତରୀୟ ଅଧିକାରୀ ମାନେ ଘରେ ଘରେ ପରିଦର୍ଶନ କରୁଛନ୍ତି l ଏହି ଅଭିଯାନ ଅନ୍ତର୍ଗତ ବି.ଏଲ.ଓ ମାନେ ମତଦାତାଙ୍କ ନାମ, ଠିକଣା, ବୟସ୍ ଓ ଅନ୍ୟାନ୍ୟ ତଥ୍ୟ ଯାଞ୍ଚ କରୁଥିବା ସହ ନୂତନ ମତଦାତାଙ୍କ ପଞ୍ଜିକରଣ, ମୃତ ଓ ସ୍ଥାନାନ୍ତରିତ ବ୍ୟକ୍ତିଙ୍କ ନାମ ବାଦ ଦେବା ସହିତ ଆବଶ୍ୟକ ସଂଶୋଧନ କାର୍ଯ୍ୟ କରୁଛନ୍ତି l ଆଜି ଲୋଇସିଂହା ବ୍ଲକ କାର୍ଯ୍ୟାଳୟ ପରିସର ରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏହି ଅବସରରେ ଲୋଇସିଂହା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅକ୍ଷୟ ପାଣି ଉଡ୍ଡୁ, ତହସିଲଦାର ଟିକୁନୁ ପୁଟା, ଏବିଡ଼ିଓ କିଶୋର ଚନ୍ଦ୍ର ମାନସିଂହ ଙ୍କ ସହିତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ଅଭିଯାନର ତଦାରଖ କରିଥିଲେ।ପ୍ରଶାସନ ପକ୍ଷରୁ ସମସ୍ତ ମତଦାତାଙ୍କୁ ବି.ଏଲ.ଓ ମାନଙ୍କୁ ସହଯୋଗ କରି ସଠିକ୍ ତଥ୍ୟ ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି। ଏହି ସଘନ ସଂଶୋଧନ କାର୍ଯ୍ୟକ୍ରମ ମାଧ୍ୟମରେ ନିର୍ଭୁଲ ଓ ଅଦ୍ୟତନ ମତଦାତା ତାଲିକା ପ୍ରସ୍ତୁତ ହେବ ବୋଲି ପ୍ରଶାସନ ଆଶା ପ୍ରକାଶ କରିଛି l