-+91-9937148622 |
prerana_bgr@rediffmail.com |
Monday 14th September 2026 |
R.N.I. Regd No. ODIODI/2010/46693
Breaking News
07-Jun-2026
ବଲାଙ୍ଗୀର/ଭୁବନେଶ୍ୱର(ପ୍ରେରଣା ଖବର): କାବ୍ୟରତ୍ନ ଗୋପୀକୃଷ୍ଣ ପଣ୍ଡିଆ ବଲାଙ୍ଗୀରଙ୍କୁ ସାହିତ୍ୟ କ୍ଷତ୍ରରେ ବିଶେଷ ଅବଦାନ ପାଇଁ ଜାତୀୟ କବି ଲେଖକ ସଂଗଠନ ଭଦ୍ରକର ୬ଷ୍ଠ ବାର୍ଷିକ ଉତ୍ସବ ପାଳନ ଅବସରରେ ଜାତୀୟ କବି ସାରସ୍ବତ ସମ୍ମାନ ୨୦୨୬ରେ ସମ୍ମାନୀତ କରିଛନ୍ତି। ଭୁବନେଶ୍ବର ସ୍ଥିତ ଗୀତ ଗୋବିନ୍ଦ ସଦନରେ ଏକ ଆଡମ୍ବରପୂର୍ଣ୍ଣ ମହୋତ୍ସବରେ ମୁଖ୍ୟ ଅତିଥି ଓଡିଶା ଭାଷା ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ମୁଖ୍ୟ ବକ୍ତା ବିଶିଷ୍ଟ କବି ଓ ପ୍ରଶାସକ ରକ୍ଷକ ନାୟକ, ସମ୍ମାନୀତ ଅତିଥି ନାଟ୍ୟକାର ଶ୍ରୀ ବିଜୟ ଦାଶ, ବିଶିଷ୍ଟ ସମ୍ମାନୀତ ଅତିଥି ସିନେ ଅଭିନେତା ଅଶୃମୋଚନ ମହାନ୍ତି, ଅନୁଷ୍ଠାନର ପ୍ରତିଷ୍ଠାତା ଦୀନବନ୍ଧୁ ବେଜ କବି ଗୋପିକୃଷ୍ଣ ପଣ୍ଡିଆଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ସାରସ୍ବତ ସମ୍ମାନରେ ସମ୍ବର୍ଦ୍ଧିତ କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ବଲାଙ୍ଗୀର ଅଞ୍ଚଳରେ ତାଙ୍କ ବନ୍ଧୁ ପରିଜନ ତଥା, ସାହିତ୍ୟିକ, ବୁଦ୍ଧିଜୀବୀ, କଳାକାରଙ୍କ ନିକଟରୁ ପ୍ରମୁଖ କବି ଶ୍ରୀ ପଣ୍ଡିଆଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି।