-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
06-Jun-2026
ଲୋଇସିଂହା, (ବିନୋଦ ଦୀପ) ବଲାଙ୍ଗୀର ଜିଲ୍ଲା ଜଙ୍ଗଲ ବିଭାଗ କାର୍ଯ୍ୟାଳୟ ପରିସର ରେ ବିଶ୍ଵ ପରିବେଶ ଦିବସ ଅବସରରେ ଲୋଇସିଂହା ବ୍ଲକ ସରଗାଡ଼ ଗ୍ରାମ ର ନାରାୟଣ ବାରିକ ଙ୍କୁ ପ୍ରକୃତି ବନ୍ଧୁ ସମ୍ମାନ ରେ ସମ୍ମାନିତ କରାଗଲା l ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ ପାଇଁ ଜିଲ୍ଲାପାଲ ଗୌରବ ଶିବାଜୀ ଇଶଲ୍ୱାର ତାଙ୍କୁ ସମ୍ମାନିତ କରିଛନ୍ତି l ଏହି ଅବସର ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଲ ଗୌରବ ଶିବାଜି ଇସଲୱାର ଯୋଗ ଦେଇଥିବା ବେଳେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜୀ. ସୀ ମଲ୍ଲିକ, ଡି ଏଫ୍ ଓ ଅଜିତ ବିଶି , ଏସ ସି ଏଫ୍ ମାନସ ରଞ୍ଜନ ବେହେରା ଓ ସୁମନ ମାଝି , ପଲ୍ୟୁସନ ସି ଇ ଏସ ବବିତା ସିଂହ ମଂଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ନାରାୟଣ ବାରିକ ଙ୍କୁ ଦଶ ହଜାର ଟଙ୍କା ରାଶି ର ଚେକ୍ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା l