-+91-9937148622 |

prerana_bgr@rediffmail.com |

  Monday 14th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||     

HOME   ଜିଲ୍ଲା

ଜିଲ୍ଲାପାଳଙ୍କ ବାରପାହାଡପୀଠ ପ୍ରକଲ୍ପକାମ ପରିଦର୍ଶନ♦️ ସୁବର୍ଣ୍ଣପୁର ଜିଲ୍ଲାରେ ଇକୋଟୁରିଜମର ଯଥେଷ୍ଟ ସମ୍ଭାବନା ରହିଛି-ଜିଲ୍ଲାପାଳ ଡ.ସାହୁ

06-Jun-2026



ତରଭା(ପ୍ରେରଣା ଖବର): ସୁବର୍ଣ୍ଣପୁର ଜିଲ୍ଲାରେ ଇକୋଟୁରିଜମର ଯଥେଷ୍ଠ ସମ୍ଭାବନା ରହିଛି । ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ସ୍ଥଳୀ ରହିଛି ,ଯାହାର ବିକାଶ କରାଗଲେ ଜିଲ୍ଲାକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରାଯାଇ ପାରିବ। ତରଭା ବ୍ଲକ ପାଇକବାହାଲ ପଞ୍ଚାୟତ ଅନ୍ତର୍ଗତ ରାଜପାଲି/ବ୍ରାହ୍ମଣୀପାଲିର ବାରପାହାଡ ଜଙ୍ଗଲରେ ଥିବା ଦେବପୀଠ ସେଥିରୁ ଅନ୍ୟତମ । ଏଠାରେ ଏକ ଜଳସଂରକ୍ଷଣ କେନ୍ଦ୍ର ନିର୍ମାଣ ଚାଲିଛି,ଆଗକୁ ଆହୁରୀ ଉନ୍ନୟନମୂଳକ କାମ କରାଯିବ ବୋଲି ଆଜି ଏଠିକି ପରିଦର୍ଶନରେ ଆସି ସୁବର୍ଣ୍ଣପୁର ଜିଲ୍ଲାପାଳ ଡ.ନୃପରାଜ ସାହୁ କହିଛନ୍ତି । ଆଜି ପ୍ରାୟ ଦିନ ୯ଟା ସମୟରେ ବାରପାହାଡପୀଠରେ ପହଞ୍ଚି ଚାଲିଥିବା ପ୍ରକଲ୍ପକାମ ବୁଲି ଦେଖିଥିଲେ । ପ୍ରାକୃତିକ ସୌନ୍ଦଯ୍ୟଭରା ବାରପାହାଡ ଖୋଲରେ ଅନେକକିଛି ବିକାଶ କାମ କରାଯାଇ ପରିବ ବୋଲି ସେ କହିଥିଲେ । ନବୀନ ପଟ୍ଟନାୟକଙ୍କ ସରକାରଙ୍କ ଅମଳରେ ଏଠିକି ପର୍ଯ୍ୟଟନ ବିଭାଗରୁ ୨୮ଲକ୍ଷ୬୯ ହଜାର ଟଙ୍କା ମଞ୍ଜୁର କରାଯାଇଥିଲା । ତେବେ ପ୍ରଥମ ପର୍ଯ୍ୟାୟରେ ମାତ୍ର ୮ଲକ୍ଷ ଟଙ୍କା ଦିଆଯାଇଥିଲା । କିନ୍ତୁ ବାକିଆ ଅର୍ଥ ନଆସିବାରୁ ସେହି ଅର୍ଥ ପଡିରହିଲା । ଚଳିତବର୍ଷ ବନବିଭାଗ ତାଙ୍କ ବିଭାଗରୁ ୨୪ ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର କରାଇ ୮୦/୬୦ ମିଟର ଏକ ଜଳସଂରକ୍ଷଣ କେନ୍ଦ୍ରନିର୍ମାଣ କରାଇଛି । ପ୍ରାୟ ୧୦ଫୁଟ ପର୍ଯ୍ୟନ୍ତ ଖୋଳି ପ୍ରକଲ୍ପର ଆଉଟଲେଟ ଓ ଇନଲେଟ ନିର୍ମାଣ ଚାଲିଛି । ପ୍ରକଲ୍ପକାମ ଦେଖି ଜିଲ୍ଲାପାଳ ଡ.ସାହୁ ସନ୍ତୋଷ ବ୍ୟକ୍ତ କରିବା ସହିତ ଏହା ବିକାଶର ଆରମ୍ଭ ମାତ୍ର,ଆଗକୁ ପର୍ଯ୍ୟଟକ ସୁବିଧା ପାଇଁ ଅନେକ କିଛି ବ୍ୟବସ୍ଥା କରାଯିବ ବୋଲି କହିଥିଲେ । ଗତବର୍ଷ ଏଠାରେ ୧୬୦୦ ଫଳନ୍ତିବୃକ୍ଷ ରୋପଣ କରାଯାଇଥିଲା । ଠିକ ସେହିପରି ଚଳିତବର୍ଷ ମଧ୍ୟ ବନବିଭାଗ ୧୦ହେକ୍ଟର ଜମିରେ ଫଳନ୍ତିବୃକ୍ଷ ରୋପଣ କରିବାକୁ ଯାଉଛି । ସ୍ଥାନୀୟ ଲୋକଙ୍କ ସହିତ ଆଲାଚନା କାଳରେ ପାହାଡଉପରେ ଥିବା ଦେବୀପୀଠ ପର୍ଯ୍ୟନ୍ତ ରାସ୍ତା ଓ ପାହାଚନିର୍ମାଣ,ପର୍ଯ୍ୟଟକଙ୍କ ପାଇଁ ପିକନିକ ପିଣ୍ଢି,ଚାଷିଙ୍କ ଜମିକୁ ପାଣିନେବାକୁ ପ୍ରକଲ୍ପରେ ଆଉଟଲେଟର ବ୍ୟବସ୍ଥା, ଉପରମୁଣ୍ଡରେ ଚେକଡ୍ୟାମ ନିର୍ମାଣ ଓ ତଳେ ଏକ ସୁଦୃଷ୍ୟ ଗେଟ ନିର୍ମାଣ କରିବାକୁ ଦାବି କରାଯାଇଥିଲା । ଉପସ୍ଥିତ ବନବିଭାଗର ଏସିଏଫ ଗିରିଧାରୀ ନାଗ, ରେଞ୍ଜ ଅଫିସର ସୁଭାଷ ମହାପାତ୍ର,ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରାଜେଶ ସାହୁ ଅନୁଦାନ ଓ ପ୍ରକଲ୍ପକାମ ବିଷୟରେ ଜିଲ୍ଲାପାଳ ଡ.ସାହୁଙ୍କୁ ଅବଗତ କରିଥିଲେ । କିଛିଚାଷି ଜମିମାନଙ୍କୁ ଜଳସେଚନ ସୁବିଧା ପାଇଁ ପ୍ରକଲ୍ପର ତଳମୁଣ୍ଡର ଆଡିକୁ ବଢାଇବାକୁ ଜିଲ୍ଲାପାଳ ଓ ଉପସ୍ଥିତ ବନଅଧିକାରୀମାନଙ୍କୁ ଅନୁରୋଧ କରିଥିଲେ । ଆଜିର ଜିଲ୍ଲାପାଳଙ୍କ ଏହି ପରିଦର୍ଶନ

ସମୟରେ ରାଜପାଲି ଗ୍ରାମର ବରିଷ୍ଠନାଗରିକ ବାଳଗୋପାଳ ପଣ୍ଡା,ଲୋକନାଥ ପଣ୍ଡା,ଅଭିମନ୍ୟୁ ପଣ୍ଡା,ବାସୁଦେବ ପଣ୍ଡା, ଜିତେନ୍ଦ୍ର ପଣ୍ଡା, ମେଣ୍ଡାର ସନ୍ତୋଷ ଦାସ,ନରହରି ପୂଜାହାରୀ, କ୍ଷମାନିଧି ଝାଙ୍କର, ସିଦ୍ଧାର୍ଥ ଅଗ୍ରୱାଲ,ବିଭୁତିଭୁଷଣ ଝାଙ୍କର, ଭୁବନାନନ୍ଦ ବାଦୀ,ପାଇକବାହାଲ ସରପଞ୍ଚ ଗଣନାଥ ସାହୁ, ସମିତିସଭ୍ୟ ରାଜକିଶୋର ଭୁଏ,ବାରପାହାଡସେନାର କିଶୋର ପଣ୍ଡା,ପ୍ରମୋଦ ନାୟକ, ମନ ଖମାରୀ,ବ୍ରାହ୍ମଣୀପାଲିର ଭାଗିରଥି ସାହୁ,ଶେଷଦେବ ମେହେର,ସତ୍ୟାନନ୍ଦ ସାହୁ,ଡାହିମାଳର ଗୌତମ ସା, ବିଶ୍ୱାମିତ୍ର ସା,ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ନରୋତ୍ତମ ମଲ୍ଲିକ, ଧିରେନ୍ଦ୍ର ଝାଙ୍କର,ମଖନାମୁଣ୍ଡାର ଦେବୀ ପୂଜକ ଜିତେନ ଧରୁଆ, କୁଜାବୁଢା ଧରୁଆ, ତିଲେଇମାଲର ଦଶରଥ ଧରୁଆ ପ୍ରମୁଖଙ୍କ ସହ ଶତାଧିକ ଲୋକ ଉପସ୍ଥିତ ରହି ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ। ପରେ ଜିଲ୍ଲାପାଳ ରାଣିସର୍ଡାଠାରେ ହୋଇଥିବା ୧୦ହେକ୍ଟରର ବନୀକରଣକୁ ପରିଦର୍ଶନ କରିବା ସହିତ ପାଇକବାହାଲଠାରେ ଥିବା ଆଧ୍ୟାତ୍ମିକପୀଠ ସିତାରାମ ସିଦ୍ଧମଠ ଓ ଭାଗ୍ୟଡୁଙ୍ଗୁରୀକୁ ପରିଦର୍ଶନ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ   13-Sep-2026
  ଜିଲ୍ଲା  
କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   13-Sep-2026
  ଜିଲ୍ଲା  
ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   13-Sep-2026
  ଜିଲ୍ଲା  
ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ   13-Sep-2026
  ଜିଲ୍ଲା  
ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି   13-Sep-2026
  ଜିଲ୍ଲା  
ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   13-Sep-2026
  ଜିଲ୍ଲା  
ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   13-Sep-2026
  ଜିଲ୍ଲା  
ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   13-Sep-2026

You Might Also Like