-+91-9937148622 |
prerana_bgr@rediffmail.com |
Monday 14th September 2026 |
R.N.I. Regd No. ODIODI/2010/46693
Breaking News
06-Jun-2026
ଡୁଙ୍ଗୁରିପାଲି- ନଳକୁଅ ଖୋଲା ଗାଡିରେ ଲାଗିଥିବା ଜଣେ ଶ୍ରମିକଙ୍କ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ପ୍ରାପ୍ତ ସୂଚନା ଅନୁସାରେ ରାମପୁର ଥାନା ଅନ୍ତର୍ଗତ ଧାଡ଼ୁକିପାଲି ଗ୍ରାମରେ ଏକ ନଳକୂଅ ଖୋଲା କାମ ଜଣେ ବ୍ୟକ୍ତି କରାଉଥିଲେ । ନଳକୂଅ ଖୋଲି ସାରିବା ପରେ ଶ୍ରମିକମାନେ ବ୍ୟବହୃତ ଲୁହା ପାଇପ ଗୁଡିକୁ ସଜାଢି ଗାଢିରେ ରଖୁଥିଲେ । ଉପରେ ଥିବା ବିଦ୍ୟୁତ ତାରେ ଲାଗି ଯିବାରୁ ଶ୍ରମିକ ଜଣ ଗୁରୁତର ହୋଇ ପଡିଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତିକ କରିଥିଲେ । ମୃତ ଶ୍ରମିକ ଜଣକ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ବାସିନି ଗ୍ରାମର ମହାଦେବ ଗୌଡ(୨୦) ବୋଲି ଜଣା ପଡିଛି । ରାମପୁର ଥାନାରେ ଏକ ଅପମୃତ୍ୟୁ ମାମଲା ଋଜ୍ଜୁ ହୋଇ ତଦନ୍ତ ଜାରି ରହିଛି । ସବ୍ ଇନ୍ସପେକ୍ଟର ପ୍ରକାଶ ନନ୍ଦ ଘଟଣାର ତଦନ୍ତ ଭାର ନେଇଛନ୍ତି ।