-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
22-May-2026
କଟକ(ତପନ ମହାନ୍ତି): ଅହଙ୍କାରୀ ସ୍ଵାଧୀନ ବିଧାୟକ ନିଜ ରାଜନୈତିକ ସ୍ବାର୍ଥ ସାଧନ କରିବା ପାଇଁ ଅଧାପନ୍ତରିଆ ଭାବେ ମେଗା ପାନୀୟ ଜଳ ପ୍ରକଳ୍ପ ଉଦଘାଟନ କରିଥିବା ବିରୁଦ୍ଧରେ ମାନ୍ୟବର ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନାଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ମହିଳା ସଭାନେତ୍ରୀ ସସ୍ମିତା ଦାସଙ୍କ ନେତୃତ୍ୱରେ "ନାରୀ ଅଧିକାର ଅଭିଯାନ"ର ବ୍ଲକ ସମ୍ମୁଖରେ ଜୋରଦାର ପ୍ରଦିବାଦ କରାଯିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ମାହାଙ୍ଗା ବିଡ଼ିଓଙ୍କୁ ସ୍ମାରକପତ୍ର ପ୍ରଦାନ କରାଗଲା।
ଉକ୍ତ ପ୍ରତିବାଦ ସଭାରେ ସମ୍ମାନିତ ଅତିଥିଭାବେ ପୂର୍ବତନ ମହିଳା କମିଶନର ତଥା ବିଜେଡି ମହିଳା ସମ୍ପାଦିକା ଡକ୍ଟର ମିନତି ବେହେରା, କଟକ ଜିଲ୍ଲା ବିଜୁ ମହିଳା ଜନତା ଦଳ ସଭାପତି ଅନିତା ବେହେରା, ପୂର୍ବତନ ଜିଲ୍ଲାପରିଷଦ ସଭାପତି ତଥା ରାଜ୍ୟ ବିଜୁ ମହିଳା ଜନତା ଦଳ ଉପସଭାପତି ଜ୍ୟୋତିରେଖା ନାୟକଙ୍କ ସହିତ ଶତାଧିକ ମହିଳା କର୍ମୀ ଯୋଗଦେଇଥିଲେ।