-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
22-May-2026
ବରଗଡ଼/ସମ୍ବଲପୁର(ତୁଳସୀ ଚରଣ ଦାଶ): ବଲାଙ୍ଗୀର ଜିଲ୍ଲା ରାଜ ଆଗଲପୁର ନିବାସୀ ଶ୍ରୀମତୀ ପ୍ରବୀଣା ଗୁରୁ ଓ ଚନ୍ଦ୍ର ଶେଖର ଗୁରୁ ଙ୍କ ଝିଅ ନନ୍ଦିନୀ ଗୁରୁ(ଗୁଡ଼ଲି) ସମ୍ବଲପୁର ପିନାକେଲ କଲେଜ ଯୁକ୍ତ ଦୁଇ ବିଜ୍ଞାନ ବିଭାଗରେ ୯୫% ମାର୍କ ରଖି ପ୍ରଥମ ସ୍ଥାନ ଅଧିକାର କରି କଲେଜ ପାଇଁ ତଥା ରାଜ ଆଗଲପୁର ପାଇଁ ଗୌରବ ଆଣି ଦେଇଛନ୍ତି । ପ୍ରତ୍ୟହ ୮/୧୦ ଘଣ୍ଟା ପରିଶ୍ରମ କରି ଏହି ସଫଳତା ପାଇଥିବା ଶୁଶ୍ରୀ ଗୁରୁ ପ୍ରକାଶ କରିଛନ୍ତି । ଏହି ସଫଳତା ପାଇଁ ସେ କଲେଜ ର ଡାଇରେକ୍ଟର ମନୋରଞ୍ଜନ ମିଶ୍ର , ଅଧ୍ୟାପକ ଏବଂ ନିଜ ବାପା ମାଆ ତଥା ଗୁରୁଜନଙ୍କ ଆଶିର୍ବାଦ ବୋଲି ପ୍ରକାଶ କରିଛନ୍ତି । ଭବିଷ୍ୟତରେ ଶୁଶ୍ରୀ ଗୁରୁ ଜଣେ ଡାକ୍ତର ହୋଇ ଗରିବ ଲୋକଙ୍କ ସେବା କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ତାଙ୍କର ଏହି ସଫଳତା ପାଇଁ ରାଜ ଆଗଲପୁର ରୁ ଅଜା ପୁରୁଷୋତ୍ତମ ଗୁରୁ,ଅନୁସୁୟା ଗୁରୁ, ବରଗଡ଼ରୁ କେଦାର ଚରଣ ଦାଶ, ନଳିନୀ ଦାଶ ଏବଂ କଲେଜର ସହପାଠୀ ମାନେ ଉତ୍ତରୋତ୍ତର କାମନା କରି ଶୁଭେଚ୍ଛା ଜଣାଇଛନ୍ତି ।
--------×××--------