-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
22-May-2026
ନବରଙ୍ଗପୁର (ପ୍ରିୟଦର୍ଶିନୀ ପାତ୍ର)
ପାପଡାହାଣ୍ଡି ବ୍ଲକରେ ଗୋଷ୍ଠୀ ଅଧିକାରୀ କାର୍ଯ୍ୟାଳୟରେ ନୂତନ ଭାବେ ଯୋଗଦାନ କରିଥିବା ବରିଷ୍ଠ କିରାଣୀ ଶ୍ରୀ ପଙ୍କଜ ମହାପାତ୍ରଙ୍କୁ ସିଆରସିସି ସମୂହ ପକ୍ଷରୁ ଶ୍ରୀମଦ ଭାଗବତ ଗୀତ । ପ୍ରଦାନ କରି ସ୍ୱତନ୍ତ୍ର ଭାବେ ସ୍ୱାଗତ ଜଣାଯାଇଥିଲା ।ଏହି ସ୍ୱାଗତ କାର୍ଯ୍ୟକ୍ରମରେ ସିଆରସିସି ଶ୍ରୀ ବାବୁଲାଲ ସାଗର, ଶ୍ରୀ ଜଗଦିଶ ସାମଲ, ଶ୍ରୀ ଭେଙ୍କଟ ରାଜୁ , ରାଜେଶ ମୁଣ୍ଡାରୀ ପ୍ରମୁଖ ଉପସ୍ଥିତ ରହି ସ୍ୱାଗତ ଜଣାଇଥିଲେ ।ଏହି ଅବସରରେ ଶ୍ରୀ ପଙ୍କଜ ମହାପାତ୍ର ଠିକ୍ ସମୟରେ ଦରମା ପ୍ରଦାନ ସହ ଅଫିସ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟକୁ ସଠିକ ଓ ସୂଚାରୁରୂପେ ସମ୍ପାଦନ କରିବା ପାଇଁ ଆଶ୍ୱାସନା ଦେଇଥିଲେ ।ସିଆରସିସି ଶ୍ରୀ ବାବୁଲାଲ ସାଗର ନୂତନ ଦାୟିତ୍ୱ ପାଇଁ ଶ୍ରୀ ମହାପାତ୍ରଙ୍କୁ ଶୁଭେଚ୍ଛା ଜଣାଇ ସଫଳ କାର୍ଯ୍ୟଜୀବନର କାମନା କରିଥିଲେ ।