-+91-9937148622 |
prerana_bgr@rediffmail.com |
Monday 14th September 2026 |
R.N.I. Regd No. ODIODI/2010/46693
Breaking News
19-May-2026
ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର)
ଡାବୁଗାଁ ବ୍ଲକ ର ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଡାବୁଗାଁ ବ୍ଲକ ର ଚାଷୀ ଙ୍କୁ ଅଦା ବିହନ ବଣ୍ଟନ ମଙ୍ଗଳବାର କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ଡାବୁଗାଁ ବ୍ଲକ ର ୧୨ ଟି ପଞ୍ଚାୟତ ର ୪ ହେକ୍ଟର ଜମି ରେ ଅଦା ଚାଷ ପାଇଁ ୪୦ଜଣ ଚଷି ଙ୍କୁ ୭୫ କେଜି ଲେଖାଏଁ ୩ କୁଇଣ୍ଟାଲ ଅଦା ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ସହକାରୀ ଉଦ୍ୟାନ ଅଧିକାରୀ ରବି ଶଙ୍କର ପଣ୍ଡା ଚାଷୀ ଙ୍କୁ ଅଦା ବଣ୍ଟନ କରିଥିଲେ । ଅଦା ଚାଷ ହେବା ପରେ ଚାଷୀ ଙ୍କୁ ସରକାର ଙ୍କ ତାରଫରୁ ସବସିଡି ଦିଆଯିବ ବୋଲି ଶ୍ରୀ ପଣ୍ଡା ଚାଷୀଙ୍କୁ ସୂଚନା ପ୍ରଦାନ କରିଥିଲେ ।