-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
07-May-2026
ସୁନ୍ଦରଗଡ଼ରେ ରାସ୍ତା ସମସ୍ୟା ଗ୍ରାମବାସୀ ଅସୁବିଧାରେ
ସୁନ୍ଦରଗଡ଼ ଜିଲ୍ଲାର ସବଡେଗା ବ୍ଲକ ଅଧୀନସ୍ଥ କୁକୁରିଡିହି ବସ୍ତିପଡ଼ାରେ ଦୀର୍ଘଦିନ ଧରି ରାସ୍ତାର ଦୁରବସ୍ଥା ଚାଲିଆସୁଛି। ଖରାପ ରାସ୍ତା ଯୋଗୁଁ ଗ୍ରାମବାସୀମାନେ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି।
ଆମ୍ବୁଲାନ୍ସ ସେବା ପହଞ୍ଚିବାରେ ଅସୁବିଧା
ଛାତ୍ରଛାତ୍ରୀଙ୍କ ଶିକ୍ଷାରେ ବାଧା
ବଜାର ଯାତାୟାତରେ ସମସ୍ୟା ଦୈନିକ ଜୀବନ ବିପର୍ଯ୍ୟୟ ପରିସ୍ଥିତି।
ବିଶେଷକରି ବର୍ଷା ଦିନରେ ରାସ୍ତାର ଅବସ୍ଥା ଅଧିକ ଦୟନୀୟ ହୋଇପଡ଼େ, ଯାହା ଫଳରେ ଗ୍ରାମବାସୀମାନେ ଦୁର୍ଭୋଗରେ ପଡ଼ୁଛନ୍ତି। ଦୀର୍ଘ ୨୦ ବର୍ଷ ହେଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ପ୍ରଶାସନ ଏହାପ୍ରତି ଗୁରୁତ୍ୱ ଦେଇନାହାନ୍ତି ବୋଲି ଅଭିଯୋଗ ରହିଛି।ତେଣୁ ଗ୍ରାମବାସୀମାନେ ଶୀଘ୍ର ଏହି ରାସ୍ତାର ମରାମତି ସହ ଆବଶ୍ୟକ ମୌଳିକ ସୁବିଧା ଯୋଗାଇଦେବାକୁ ସ୍ଥାନୀୟ ପ୍ରଶାସନଙ୍କୁ ଜୋରଦାର ଦାବି କରିଛନ୍ତି।
(ସୁନ୍ଦରଗଡ଼ରୁ ଟୋନିସ ରୋହିଦାସ ଙ୍କର ରିପୋର୍ଟ)