-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
06-May-2026
କୁରସୁଡ (ମନୋଜ କୁମାର ଜୈନ) ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ନିର୍ବାଚନ ମଣ୍ଡଳୀର କୁରସୁଡ ମଣ୍ଡଲର କୁରସୁଡ ଠାରେ ଜନ ଆକ୍ରୋଶ ମହିଳା ପଦଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଭାଜପାର ଜିଲ୍ଲା ସଂପାଦିକା ଛନ୍ଦାରାଣୀ ନାହାକ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସିନ୍ଧେକେଲା ମଣ୍ଡଳର ମହିଲା ମୋର୍ଚ୍ଚ ସଭାନେତ୍ରୀ ଭାରତୀ ସାହୁ ଓ ଆଖପାଖ ଅଞ୍ଚଳର ସମସ୍ତ ମାଁ ଭଉଣୀ ପଦଯାତ୍ରା ସାମିଲ ହୋଇଥିଲେ। ଏହି ପଦଯାତ୍ରା ସ୍ଥାନୀୟ ଦୁର୍ଗାମଣ୍ଡପ ଠାରୁ ବାହାରି ସହର ପରିକ୍ରମଣ କରି ମାଉସୀ ମନ୍ଦିର ପ୍ରର୍ଯ୍ୟନ୍ତ ଯାଇଥିଲା । ସେଠାରେ ଏକ ସଭା ଆଯୋଜିତ ହୋଇ ଥିବା ବେଳେ ସାଂସଦଙ୍କ ପ୍ରତିନିଧି ମୁକେଶ ଜୈନ, କୁରସୁଡ ମଣ୍ଡଳ ସଭାପତି ବିନ୍ଦୁ ବେହେରା, ପୂର୍ବତନ ମଣ୍ଡଳ ସଭାପତି ନିମାଇଁ ଚରଣ ବେହେରା, ଫକୀର ଥାପା, ଶ୍ୟାମ ମହାନନ୍ଦ, ନାରାୟଣ ବାଗ, ଚଲିନ୍ଧ୍ର ନିଆର ଯୋଗଦେଇ ମହିଳା ମାନଙ୍କ ବିଭିନ୍ନ ଭନ୍ନତି ଦିଗରେ ବକ୍ତବ୍ଯ ପ୍ରଦାନ କରିବା ସହ ସହଯୋଗ କରିଥିଲେ।