-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
02-May-2026
ଲୋଇସିଂହା, (ପ୍ରେରଣା ଖବର) ଲୋଇସିଂହା ଅନ୍ତର୍ଗତ ଗୁର୍ଜିଭଟା ରେ ପ୍ରଥମ ନାଇଟ ଫୂଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଉକ୍ତ ନାଇଟ ଫୁଟବଲ ମ୍ୟାଚ ରେ ମୁଖ୍ୟଅତିଥି ଭାବେ ସମାଜସେବୀ ଯୁଧିଷ୍ଠିର ପଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସୁନୀଲ ଦାସ ଯୋଗ ଦେଇଥିଲେ l ଉକ୍ତ ଖେଳ ର ପ୍ରଥମ ମ୍ୟାଚ ଟି ଲୋଇସିଂହା ଓ ଶାସ୍ତ୍ରୀନଗର ବଲାଙ୍ଗୀର ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଲୋଇସିଂହା ଦଳ ଶାସ୍ତ୍ରୀନଗର ଦଳ କୁ 4-3 ଗୋଲ ଦେଇ ବିଜୟୀ ହୋଇଥିଲା l ଦ୍ୱିତୀୟ ମ୍ୟାଚ ତୁଷୁରା ଓ ଆଗଲପୁର ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ତୁଷୁରା ଦଳ 2-1 ଗୋଲ ରେ ବିଜୟୀ ହୋଇଥିଲା l ପ୍ରଥମ ସେମି ଫାଇନାଲ ଲୋଇସିଂହା ଓ ତୁଷୁରା ମଧ୍ୟରେ ହୋଇଥିବା ବେଳେ ଲୋଇସିଂହା ଦଳ ତୁଷୁରା କୁ 2-0 ଗୋଲ ଦେଇ ବିଜୟୀ ହେବାସହ ଫାଇନାଲ କୁ ପ୍ରବେଶ କରିଥିଲା l ଏହି ଖେଳ କୁ ସନ୍ଦୀପ ତରିଆ, ରୋଶନ ସାହୁ, ସୁବଳ ନାଏକ ପରିଚାଳନା କରିଥିଲେ l