-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
02-May-2026
ବଲାଙ୍ଗୀର(ପ୍ରେରଣା ଖବର): ରାଜ୍ୟ ସରକାର ସାମ୍ୱାଦିକଙ୍କୁ ବାରମ୍ବାର ପ୍ରତାରଣ କରୁଥିବା ନେଇ ଅଭିଯୋଗ କରିଛି ଓଡିଶା ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ l ତେଣୁ ଜାତୀୟ ଶ୍ରମିକ ଦିବସକୁ ପ୍ରତିବାଦ ଦିବସ ଭାବେ ରାଜ୍ୟର ସମସ୍ତ ଜିଲ୍ଲା ସମେତ ଭୁବନେଶ୍ୱରରେ ମଧ୍ୟ ପ୍ରତିବାଦ କରିଛି ଓୟୁଜେ ସଂଘ l ଏନେଇ ଶୁକ୍ରବାର ଦିନ ବଲାଙ୍ଗୀର ଜିଲ୍ଲା ସାମ୍ୱାଦିକ ୟୁନିଅନ (ଓ ୟୁ ଜେ) ଶାଖା ତରଫରୁ ମଧ୍ୟ ପ୍ରତିବାଦ ଦିଵସ ପାଳନ କରାଯାଇଥିଲା। ଜିଲା ସଭାପତି ପ୍ରଦୀପ୍ତ କୁମାର ମିଶ୍ରଙ୍କ ଅଧକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଳା ବ୍ୟାଚ୍ ପିନ୍ଧି ପ୍ରତିକ ଧାରଣା ଦେଇଥିଲେ ବଲାଙ୍ଗିର ଓୟୁଜେ ୟୁନିଟର ସଦସ୍ୟମାନେ। ପରେ ଏହି ଅବସରରେ ୪ଦଫା ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଡ.ବିଜୟାନନ୍ଦ ସେଠୀଙ୍କୁ ପ୍ରଦାନ କରିଥିଲେ। ଦାବୀ ଗୁଡିକ ମଧ୍ୟରେ ସାମାଜିକ ନିରାପତ୍ତା ସହିତ ମାସିକ ୩୦ ହଜାର ଟଙ୍କା ପେନସନ, ସାମ୍ୱାଦିକ ସୁରକ୍ଷା ଆଇନ ପ୍ରଣୟନ, ନୂତନ ଅଧିସ୍ୱୀକୃତି କମିଟି ଗଠନ ସହିତ ସୀକୃତି ପ୍ରଦାନ, ସ୍ୱାସ୍ଥ୍ୟବୀମା ରାଶି ୫ ଲକ୍ଷରୁ ୧୦ ଲକ୍ଷ ବୃଦ୍ଧି ସହିତ ମାତାପିତା ଙ୍କୁ ସାମିଲ କରିବା ଦାବୀ ରହିଛି। ଏହି ଅବସରରେ ରାଜ୍ୟ ସଂଘ ସମ୍ପାଦକ ଋତୁରାଜ ସିଂହ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁବୋଧ କୁମାର ମେହେର, ଜିଲ୍ଲା ସଂଘ ସାଧାରଣ ସମ୍ପାଦକ
ଅଭୟ କୁମାର ତ୍ରିପାଠୀ, ଉପସଭାପତି ପ୍ରଭନଜିତ ସିଂ ସାଲୁଜା, ଶରତ କୁମାର ମିଶ୍ର, ଜାତୀୟ କାର୍ଯ୍ୟକାରିଣୀ ଦୀପକ ସମଜଦାର, କୋଷାଧକ୍ଷ ଅନ୍ତର୍ଯ୍ୟାମୀ ପଶାୟତ, ଗୁପ୍ତେଶ୍ୱର ପୃଷ୍ଟି, ମୁକେଶ ବହିଦାର,ବରିଷ୍ଠ ସଦସ୍ୟ ନବୀନ ପଶାୟତ, ଭଗବାନ ମହାନ୍ତି, ଉମାକାନ୍ତ ପଧାନ, ସତ୍ୟପ୍ରିୟ ମିଶ୍ର, ସୁନିଲ ବେହେରା, ଦିଲୀପ ସିଂ, ଦିଲ୍ଲୀପ ମେହେର, ବୀରେନ୍ଦ୍ର ନାଗ, ଜନ୍ମେଜୟ ଚାନ୍ଦ, ବିଶିକେଶନ ମାଝୀଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ଆନ୍ଦୋଳନରେ ସାମିଲ ଥିଲେ l