-+91-9937148622 |

prerana_bgr@rediffmail.com |

  Saturday 26th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||     

HOME   ରାଜ୍ୟ

ସଂସଦ କ୍ୟାଣ୍ଟିନରେ ପ୍ରତିଦିନ କିଭଳି ପ୍ରସ୍ତୁତ ହୋଇଥାଏ ଖାଦ୍ୟ ଓ କେତେ ପ୍ରକାର ବ୍ୟଞ୍ଜନ ରୋଷେଇ ହୁଏ ଜାଣନ୍ତୁ

06-Feb-2021



ନୂଆଦିଲ୍ଲୀ (ପ୍ରେରଣା ଖବର) ଗତ କିଛି ଦିନ ହେଲା ସଂସଦ କ୍ୟାଣ୍ଟିନକୁ ନେଇ ଅନେକ ଚର୍ଚ୍ଚା ହେଉଛି। କ୍ୟାଣ୍ଟିନରେ ମିଳୁଥିବା ସବସିଡି ସରକାର ବନ୍ଦ କରିଦେଇଛନ୍ତି। ବର୍ତ୍ତମାନ କ୍ୟାଣ୍ଟିନରେ ଖାଇବା ପୂର୍ବ ଭଳି ଶସ୍ତାରେ ମିଳୁନି। ସବୁ ମେନ୍ୟୁର ଦାମ ବଢି ଯାଇଛି। ସଂସଦ କ୍ୟାଣ୍ଟିନର ନିଜର ଏକ ଇତିହାସ ରହିଛି। ସ୍ୱାଧୀନତା ପରଠାରୁ ସାଂସଦ, ସଂସଦ ପରିସର କର୍ମଚାରୀ ଓ ଏଠାକୁ ଆସୁଥିବା ତମାମ ପ୍ରତିନିଧି ମଣ୍ଡଳ ଏଠାରେ ଖାଇ ଆସୁଛନ୍ତି। ସଂସଦରେ କିଭଳି ଖାଇବା ମିଳେ ଓ କିଭଳି ପ୍ରସ୍ତୁତ ହୁଏ ପଢନ୍ତୁ।
ଦେଶ ସ୍ୱାଧୀନତା ସମୟରେ ସଂସଦ କ୍ୟାଣ୍ଟିନ ବହୁତ ଛୋଟ ଓ ପାରମ୍ପରିକ ଥିଲା। ଆଗରୁ ଲୋକସଭା କର୍ମଚାରୀ କ୍ୟାଣ୍ଟିନ ଚଳାଉଥିଲେ। ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ ଅଧିକାଂଶ ସମୟରେ ଏହି କ୍ୟାଣ୍ଟିନରେ ଖାଉଥିଲେ। କିନ୍ତୁ ପରେ ଧୀରେ ଧୀରେ କ୍ୟାଣ୍ଟିନ ବ୍ୟବସ୍ଥା ବଦଳିବାକୁ ଲାଗିଲା। ୬୦ ଦଶକରେ ସଂସଦ କ୍ୟାଣ୍ଟିନରେ ଅନେକ ପରିବର୍ତ୍ତନ ହୋଇଥିଲା। କାଠ ଚୁଲି ବଦଳରେ ଏଲପିଜି ଗ୍ୟାସ ବ୍ୟବହାର ହେଲା। କ୍ୟାଣ୍ଟିନ ବ୍ୟବସ୍ଥା ସୁଧାରିବାକୁ କ୍ୟାଣ୍ଟିନ ସଞ୍ଚାଳନ ଦାୟିତ୍ୱ ଭାରତୀୟ ରେଳବାଇକୁ ଦିଆଗଲା। ୧୯୬୮ ମସିହାରୁ ଭାରତୀୟ ରେଳବାଇର ଉତ୍ତର ଜୋନର ଆଇଆରସିଟିସି କ୍ୟାଣ୍ଟିନ କାମ ସମ୍ଭାଳୁଥିଲା। ସେତେବେଳେ କ୍ୟାଣ୍ଟିନରେ ଖାଇବା ବହୁତ ଶସ୍ତା ଥିଲା।ସଂସଦରେ ଏକ ମୁଖ୍ୟ କ୍ୟାଣ୍ଟିନ ଅଛି। ଏଠାରେ ରୋଷେଇ ହୁଏ ଓ ସଂସଦ ପରିସରରେ ଥିବା ୫ଟି କ୍ୟାଣ୍ଟିନକୁ ଅଣାଯାଇଥାଏ। ସେଠାରେ ଖାଇବା ଗରମ କରିବାକୁ ପୁରା ବ୍ୟବସ୍ଥା ଅଛି। ସଂସଦ କ୍ୟାଣ୍ଟିନରେ ଭୋଜନ ପ୍ରକ୍ରିୟା ସକାଳୁ ଆରମ୍ଭ ହୋଇଥାଏ। ସକାଳୁ ପର୍ଯ୍ୟାପ୍ତ ମାତ୍ରାରେ ପରିବା, କ୍ଷୀର, ଆମିଷ ଓ ଅନ୍ୟ ଜରୁରୀ ସାମଗ୍ରୀ କ୍ୟାଣ୍ଟିନରେ ପହଞ୍ଚିଯାଏ। ସାମଗ୍ରୀ ଆସିବ ପରେ କ୍ୟାଣ୍ଟିନ କର୍ମଚାରୀ କାମ ଆରମ୍ଭ କରିଦିଅନ୍ତି। କ୍ୟାଣ୍ଟିନରେ କମ୍ପ୍ୟୁଟର ପ୍ରିଣ୍ଟରରୁ ଆରମ୍ଭ କରି ପରଷିବା ଜିନିଷ ଓ ଅନ୍ୟାନ୍ୟ ସମସ୍ତ ସାମଗ୍ରୀ ଲୋକସଭା ସଚିବାଳୟ ଦ୍ୱାରା ଉପଲବ୍ଧ କରାଯାଇଥାଏ।

୨୦୦୮ ମସିହାରେ ଗ୍ୟାସ ପାଇପ ଲାଇନରେ ଲିକ ଯୋଗୁଁ ଇନ୍ଧନର ପୁରା ପ୍ରକ୍ରିୟା ବଦଳାଇ ଦିଆଯାଇଥିଲା। ଖାଦ୍ୟ ବିଜୁଳି ଉପକରଣ ଦ୍ୱାରା ପ୍ରସ୍ତୁତ ହୋଇଥାଏ। କ୍ୟାଣ୍ଟିନ ବ୍ୟବସ୍ଥା ଓ ଖାଦ୍ୟର କ୍ୱାଲିଟି ସାଂସଦ ସହ ଜଡିତ ଏକ ସମିତି ତଦାରଖ କରିଥାନ୍ତି। ମଝି ମଝିରେ ଏଥିପାଇଁ ଗାଇଡଲାଇନ ମଧ୍ୟ ନିର୍ଦ୍ଧାରିତ କରାଯାଇଥାଏ। ଏବେ ସୁଦ୍ଧା ଆଇଆରସିଟିସି ସଂସଦ କ୍ୟାଣ୍ଟିନ ଚଳାଉଥିଲା। ଏଥିପାଇଁ ୪୦୦ କର୍ମଚାରୀ କାମ କରୁଥିଲେ।

ବର୍ତ୍ତମାନ ସଂସଦ ଅଧିବେଶନ ଚାଲିଛି ଯେଉଁଥିପାଇଁ ୫ ହଜାର ଲୋକଙ୍କ ଖାଦ୍ୟ ପ୍ରସ୍ତୁତ ହେଉଛି। ରୋଷେଇ ସାଧାରଣତଃ ୧୧ ସୁଦ୍ଧା ପ୍ରସ୍ତୁତ ହୋଇଯାଏ। ତାପରେ ମୁଖ୍ୟ କ୍ୟାଣ୍ଟିନରୁ ପରିସରର ଅନ୍ୟ କ୍ୟାଣ୍ଟିନକୁ ନିଆଯାଇଥାଏ। ଗତ ବର୍ଷ ଯାଏଁ କ୍ୟାଣ୍ଟିନରେ ମୋଟ ୯୦ ପ୍ରକାର ବ୍ୟଞ୍ଜନ ଉପଲବ୍ଧ ଥିଲା। କିନ୍ତୁ ବର୍ତ୍ତମାନ ଭାରତୀୟ ପର୍ଯ୍ୟଟନ ବିକାଶ ନିଗମ କ୍ୟାଣ୍ଟିନ ସଞ୍ଚାଳନ କରୁଛି। ବର୍ତ୍ତମାନ ୪୮ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ ହେଉଛି।
କ୍ୟାଣ୍ଟିନ ପାଇଁ ସାମଗ୍ରୀ କେନ୍ଦ୍ରୀୟ ଭଣ୍ଡାରରୁ ଆସିଥାଏ ଓ ପନିପରିବା ଓ ଫଳ ସଂସଦ ପରିସର ନିକଟ ମଦର ଡାଏରୀରୁ ଆସିଥାଏ। ଆମିଷ ପାଇଁ ଜଣେ ଧାର୍ଯ୍ୟ ଭେଣ୍ଡର ଅଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ   26-Sep-2026
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026

You Might Also Like