-+91-9937148622 |

prerana_bgr@rediffmail.com |

  Saturday 18th April 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଜିଲା ଖବର ପଡିଲା ପ୍ରଭାବ♦️ ଖବର ପ୍ରସାରଣ ପରେ ପୁନଃନିର୍ମାଣହେଲାଏମ.ପି.ଭି-୫୫,ଏମ୍ ଭି-୧୨୮ ଠାରୁ ମାଲାଭରମ ଛକ ପର୍ଯ୍ୟନ୍ତ ଦେଇ ଯାଇଥିବା ପିଚୁ ରାସ୍ତା    (18-Apr-2026)       ||      ପାଳସାହି ରେ ମାଗଣl ସ୍ୱାସ୍ଥ୍ୟ ସେବା ଶିବିର   (18-Apr-2026)       ||      ରେଟାମୁଣ୍ଡାରେ ଚୋବିଶ ପ୍ରହର ନାମଯଜ୍ଞ,   (18-Apr-2026)       ||      ଜେ ଏସ ଏମ କଲେଜ ଅଫ ଆର୍ଟ୍ସ, ସାଇନ୍ସ ଆଣ୍ଡ କମର୍ସ ଫେରୱେଲ ସେରିମୋନୀ   (18-Apr-2026)       ||      ରାଜ୍ୟର ୪ଟି ପ୍ରସ୍ତାବିତ କୃଷି ଭିତ୍ତିକ କଲେଜ ପାଇଁ ୫୦ କୋଟି ବଲାଙ୍ଗିର କୃଷି ବିଜ୍ଞାନ କଲେଜ ପାଇଁ ୧୦ କୋଟି ମଞୁର   (18-Apr-2026)       ||      କଣ୍ଟାମାଳରେ ବିଜୁବାବୁଙ୍କ ୨୯ତମ ତିରୋଧାନ ଦିବସ ପାଳିତ    (18-Apr-2026)       ||      ବାଲିଗୁଡା ରେ ବିଜୁ ବାବୁଙ୍କ ୨୯ ତମ ତିରୋଧାନ ଦିବସ   (18-Apr-2026)       ||      ହନୁମାନଜୀଉ ଙ୍କ ବାର୍ଷିକ ଉତ୍ସବ   (18-Apr-2026)       ||      ଆଦର୍ଶ ଶିକ୍ଷୟତ୍ରୀ କେ ଅମ୍ବିକା ନାୟାରଙ୍କ ଦେହନ୍ତ, ଅଂଚଳ ରେ ଶୋକ ର ଛାୟା    (17-Apr-2026)       ||      ଆଦର୍ଶ ଶିକ୍ଷୟତ୍ରୀ କେ ଅମ୍ବିକା ନାୟାରଙ୍କ ଦେହନ୍ତ, ଅଂଚଳ ରେ ଶୋକ ର ଛାୟା    (17-Apr-2026)       ||      ଗଦ୍ୟ ଶିଳ୍ପୀ ଭୁବନେଶ୍ୱର ବେହେରା ଙ୍କ ସ୍ମୃତି ରେ ରାଜ୍ୟ ସ୍ତରୀୟ ଶ୍ରାଦ୍ଧୋତ୍ସବ ପାଳନ*- *ଯୋଗ ଦେଲେ ଜିଲ୍ଲାପାଳ ଓ ବିଶିଷ୍ଟ ବ୍ୟକ୍ତି*-   (17-Apr-2026)       ||      ଶୋଚନୀୟ ହେଲାଣି ବରୀ ରାସ୍ତା   (17-Apr-2026)       ||      *ପଲିଟେକ୍‌ନିକ କଲେଜରେ ଉତ୍ତେଜନା* *ଅଧ୍ଯକ୍ଷଙ୍କ ବଦଳି ଦାବୀରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରାଉ*   (17-Apr-2026)       ||      ବଲାଙ୍ଗିରରେ ବିଜୁବାବୁଙ୍କ ତିରୋଧାନ ଦିବସ ପାଳିତ   (17-Apr-2026)       ||      ୪୨ ମୌଜାରେ"ଦୟାନିଧି ସାମ୍ବାଦିକ ରତ୍ନ ସମ୍ମାନ - ୨୦୨୬ " ପ୍ରଦାନ ଉତ୍ସବ    (17-Apr-2026)       ||      ଏପିଏସ କ୍ଲାସେସର ସିବିଏସଇ ଦଶମ ପରୀକ୍ଷା ବିଦ୍ୟାର୍ଥୀଙ୍କ ମହା ସଫଳତା   (17-Apr-2026)       ||      ନୂଆପଡାରେ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ଉଲ୍ଲେଖନୀୟ ପ୍ରଦର୍ଶନ: ୧୦ ଟପ୍ପର ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ପ୍ରଶାସନଙ୍କ ପକ୍ଷରୁ ସମ୍ବର୍ଦ୍ଧନା   (17-Apr-2026)       ||      ନିଜସ୍ୱ ଗୃହ ପାଲଟିଛି ଭୂତକୋଠି, ଭଡ଼ାରେ ଚାଲିଛି ବରୀ ପ୍ରାଣୀ ଚିକିତ୍ସାଳୟ   (17-Apr-2026)       ||      ଡାବୁଗାଁ ରେ ବିଜୁ ବାବୁଙ୍କ ୨୯ ତମ ଶ୍ରାଦ୍ଧ ଦିବସ ପାଳିତ*   (17-Apr-2026)       ||      ଯୁବୋଦୟ ସ୍କୁଲ: ବଲାଙ୍ଗିର ଶିକ୍ଷା ଆକାଶରେ ସୂର୍ଯ୍ୟୋଦୟ   (17-Apr-2026)       ||     

HOME   ଜିଲ୍ଲା

ନୀଳଜି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଅଷ୍ଟାଦଶ ବାର୍ଷିକ ଉତ୍ସବ ପାଳିତ

15-Apr-2026



ସିନାପାଲି,(ଚିନ୍ତାମଣି ନେତାମ):
ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ନୀଳଜି ଗ୍ରାମରେ ଅବସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅଷ୍ଟାଦଶ ବାର୍ଷିକ ଉତ୍ସବ ଉତ୍ସାହ, ଉଲ୍ଲାସ ଓ ଆନନ୍ଦମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଓ ସ୍ଥାନୀୟ ଗଣମାନ୍ୟ ବ୍ୟକ୍ତିଙ୍କର ଭରପୂର ସମାଗମ ଦେଖିବାକୁ ମିଳିଥିଲା।
ଉତ୍ସବ ଅବସରରେ ଆୟୋଜିତ ସଭାରେ ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ସତ୍ୟବ୍ରତ ଗହୀର ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବରେ ପୂର୍ବତନ ବୋଡେ଼ନ ପଂଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ଲମ୍ବୋଦର ନିଆଲ ଯୋଗଦେଇଥିଲେ। ମୁଖ୍ୟ ବକ୍ତା ଭାବରେ ଶ୍ରୀଯୁକ୍ତ ଗୌରାଙ୍ଗ କୁମାର ସାହୁ, କବି-ଶିକ୍ଷକ ପି.ଏମ. ଶ୍ରୀ ରାଜା (ଏ.ଟି. ହାଇସ୍କୁଲ, ଖଡ଼ିଆଳ) ଉପସ୍ଥିତ ରହି ପ୍ରେରଣାଦାୟକ ଭାଷଣ ଦେଇଥିଲେ।
ଏହାସହ ଉପାଧ୍ୟାକ୍ଷା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ନୂଆପଡା ଶ୍ରୀମତୀ ବେଳମତି ମାଝୀ, ସଂକୁଳ ପ୍ରମୁଖ ଶ୍ରୀଯୁକ୍ତ ତୁଳସୀ ରାମ ମେହେର, ପରିଚାଳନା ସମିତି ସମ୍ପାଦକ ଶ୍ରୀ ଲକ୍ଷ୍ମଣ ପ୍ରଧାନ ଏବଂ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପ୍ରସାନନ୍ଦ କୁମ୍ଭାର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
କାର୍ଯ୍ୟକ୍ରମର ଆରମ୍ଭରେ ଅତିଥିମାନେ ପ୍ରଭୁ ଶ୍ରୀରାମ, ମା ସରସ୍ବତୀ, ଶ୍ରୀଗୁରୁଜୀ, ଡ଼ଃ ହେଡ଼ଗୱାର ଓ ଭାରତ ମାତାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଦୀପ ପ୍ରଜ୍ୱଳନ ସହ ପୂଜାର୍ଚ୍ଚନା କରିଥିଲେ। ଶିଶୁମନ୍ଦିର ଛାତ୍ରୀମାନେ ସୁମଧୁର କଣ୍ଠରେ ସ୍ୱାଗତ ସଙ୍ଗୀତ ପ୍ରସ୍ତୁତ କରି ସମସ୍ତଙ୍କୁ ମୋହିତ କରିଥିଲେ। ପରବର୍ତ୍ତୀତ ମୁଖ୍ୟ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଓ ସ୍ମୃତିଚିହ୍ନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।
ସମ୍ପାଦକ ଶ୍ରୀ ଲକ୍ଷ୍ମଣ ପ୍ରଧାନ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ବୀରଭଦ୍ର ସା ବାର୍ଷିକ ବିବରଣୀ ପଠନ କରିଥିଲେ। ଅତିଥିମାନେ ନିଜ ଭାଷଣରେ ଶିଶୁମନ୍ଦିରକୁ ଏକ ଆଦର୍ଶ ଶିକ୍ଷା ଅନୁଷ୍ଠାନ ବୋଲି ବର୍ଣ୍ଣନା କରି, ଏଠାରେ ଶିକ୍ଷା ସହ ସଂସ୍କାର ଓ ଚରିତ୍ର ଗଠନକୁ ଯେପରି ଗୁରୁତ୍ୱ ଦିଆଯାଉଛି ତାହାର  ପ୍ରଶଂସା କରିଥିଲେ।
ଏହି ଅବସରରେ ସିନାପାଲି ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଚରଣ ନେତାମ ଓ ସ୍ୱାଗତ ସଙ୍ଗୀତ ସମୟରେ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିବା ଶିକ୍ଷକ ଶ୍ରୀ ଦୀପକ ସା ଏବଂ ଶ୍ରୀ ଧୀରେନ୍ଦ୍ର କୁମାର ସାଙ୍କୁ ନାରିକେଳ ଓ ଉପହାର ଦେଇ ସମ୍ମାନିତ କରାଯାଇଥିଲା।
ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ଛାତ୍ରଛାତ୍ରୀମାନଙ୍କର ଚମତ୍କାର ସାଂସ୍କୃତିକ କାର୍ଯ୍ୟକ୍ରମ। ନୃତ୍ୟ, ସଙ୍ଗୀତ, ଅଭିନୟ ଓ ବିଭିନ୍ନ ସୃଜନଶୀଳ ପ୍ରଦର୍ଶନ ମାଧ୍ୟମରେ ଶିଶୁମାନେ ନିଜ ପ୍ରତିଭାର ଦୃଶ୍ୟମାନ ପ୍ରଦର୍ଶନ କରି ସମସ୍ତଙ୍କ ହୃଦୟ ଜିତିନେଇଥିଲେ। ଦର୍ଶକମାନେ ମଧ୍ୟ ଏହି ପ୍ରଦର୍ଶନକୁ ଭୁରିଭୁରି ପ୍ରଶଂସା କରିଥିଲେ।
ଏହାସହ ଶିକ୍ଷା, କ୍ରୀଡ଼ା ଓ ଅନ୍ୟାନ୍ୟ କ୍ଷେତ୍ରରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ଟ୍ରଫି ଓ ପୁରସ୍କାର ପ୍ରଦାନ କରାଯାଇଥିଲା, ଯାହା ସେମାନଙ୍କ ମନରେ ନୂଆ ଉତ୍ସାହ ଓ ପ୍ରେରଣା ସୃଷ୍ଟି କରିଥିଲା।
ସମଗ୍ର କାର୍ଯ୍ୟକ୍ରମକୁ ଆଚାର୍ଯ୍ୟ ଶ୍ରୀ ବୀରଭଦ୍ର ସା ସୁଚାରୁ ଭାବରେ ସଂଚାଳନା କରିଥିବାବେଳେ, ଶେଷରେ ପରିଚାଳନା ସମିତିର କୋଷାଧ୍ୟକ୍ଷ ଶ୍ରୀ ଓଂକାର ପାଣ୍ଡେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।
ଏହି ଉତ୍ସବରେ ଅଞ୍ଚଳର ବିଭିନ୍ନ ପ୍ରମୁଖ ବ୍ୟକ୍ତିମାନେ ଯଥା ତାରାଚନ୍ଦ୍ର ପ୍ରଧାନ, କୁମ୍ଭ ବାଗ, ଅଶୋକ ପ୍ରଧାନ, କିଶୋର ସା, ଜନ୍ମେଜୟ ଦଣ୍ଡସେନା, ଥବିର ନିଆଲ, ଗଜମନ ନିଆଲ, ତୁଳସୀ ରାମ ନିଆଲ, ତରୁଣ ସା, ଦୁର୍ବଳ ସୁନାନୀ, ଲୋମସ ସା, ଦେବାନନ୍ଦ ବାଗ, ରୋହିତାଶ୍ୱ ସୁନାନୀ, ବୁଲୁ ସୁନାନୀ, ବିଜୟ ନାଗ, ଗଗନ ସା, ସନ୍ତୋଷ ସାହୁ ଆଦି ଉପସ୍ଥିତ ରହିଥିଲେ।ଉତ୍ସବର ସଫଳ ଆୟୋଜନରେ ସୁନେଶ୍ୱର ପୁଞ୍ଜି, ବେଣୁଧର ନିଆଲ, ଖିରାଦ୍ରୀ ସୁନାନୀ, ଡୁମେରମତି ଗହୀର, ପ୍ୟାରୀ ସା ଓ ମିନା ନାଗଙ୍କ ସହଯୋଗ ପ୍ରଶଂସନୀୟ ରହିଥିଲା। ଅଭିଭାବକ ଓ ପରିଚାଳନା ସମିତିର ସଭ୍ୟସଭ୍ୟା  ସହଯୋଗ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ବାଜିଲା ଖବର ପଡିଲା ପ୍ରଭାବ♦️ ଖବର ପ୍ରସାରଣ ପରେ ପୁନଃନିର୍ମାଣହେଲାଏମ.ପି.ଭି-୫୫,ଏମ୍ ଭି-୧୨୮ ଠାରୁ ମାଲାଭରମ ଛକ ପର୍ଯ୍ୟନ୍ତ ଦେଇ ଯାଇଥିବା ପିଚୁ ରାସ୍ତା   18-Apr-2026
  ଜିଲ୍ଲା  
ପାଳସାହି ରେ ମାଗଣl ସ୍ୱାସ୍ଥ୍ୟ ସେବା ଶିବିର   18-Apr-2026
  ଜିଲ୍ଲା  
ରେଟାମୁଣ୍ଡାରେ ଚୋବିଶ ପ୍ରହର ନାମଯଜ୍ଞ,   18-Apr-2026
  ଜିଲ୍ଲା  
ଜେ ଏସ ଏମ କଲେଜ ଅଫ ଆର୍ଟ୍ସ, ସାଇନ୍ସ ଆଣ୍ଡ କମର୍ସ ଫେରୱେଲ ସେରିମୋନୀ   18-Apr-2026
  ରାଜ୍ୟ  
ରାଜ୍ୟର ୪ଟି ପ୍ରସ୍ତାବିତ କୃଷି ଭିତ୍ତିକ କଲେଜ ପାଇଁ ୫୦ କୋଟି ବଲାଙ୍ଗିର କୃଷି ବିଜ୍ଞାନ କଲେଜ ପାଇଁ ୧୦ କୋଟି ମଞୁର   18-Apr-2026
  ଜିଲ୍ଲା  
କଣ୍ଟାମାଳରେ ବିଜୁବାବୁଙ୍କ ୨୯ତମ ତିରୋଧାନ ଦିବସ ପାଳିତ   18-Apr-2026
  ଜିଲ୍ଲା  
ବାଲିଗୁଡା ରେ ବିଜୁ ବାବୁଙ୍କ ୨୯ ତମ ତିରୋଧାନ ଦିବସ   18-Apr-2026
  ଜିଲ୍ଲା  
ହନୁମାନଜୀଉ ଙ୍କ ବାର୍ଷିକ ଉତ୍ସବ   18-Apr-2026
  ଜିଲ୍ଲା  
ଆଦର୍ଶ ଶିକ୍ଷୟତ୍ରୀ କେ ଅମ୍ବିକା ନାୟାରଙ୍କ ଦେହନ୍ତ, ଅଂଚଳ ରେ ଶୋକ ର ଛାୟା   17-Apr-2026
  ଜିଲ୍ଲା  
ଆଦର୍ଶ ଶିକ୍ଷୟତ୍ରୀ କେ ଅମ୍ବିକା ନାୟାରଙ୍କ ଦେହନ୍ତ, ଅଂଚଳ ରେ ଶୋକ ର ଛାୟା   17-Apr-2026
  ଜିଲ୍ଲା  
ଗଦ୍ୟ ଶିଳ୍ପୀ ଭୁବନେଶ୍ୱର ବେହେରା ଙ୍କ ସ୍ମୃତି ରେ ରାଜ୍ୟ ସ୍ତରୀୟ ଶ୍ରାଦ୍ଧୋତ୍ସବ ପାଳନ*- *ଯୋଗ ଦେଲେ ଜିଲ୍ଲାପାଳ ଓ ବିଶିଷ୍ଟ ବ୍ୟକ୍ତି*-   17-Apr-2026
  ଜିଲ୍ଲା  
ଶୋଚନୀୟ ହେଲାଣି ବରୀ ରାସ୍ତା   17-Apr-2026

You Might Also Like