-+91-9937148622 |
prerana_bgr@rediffmail.com |
Saturday 18th April 2026 |
R.N.I. Regd No. ODIODI/2010/46693
Breaking News
15-Apr-2026
ସୋନପୁର (ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁର ଟାଉନ ହଲ ଠାରେ ଜିଲ୍ଲା ସ୍ତରୀୟ ଭାରତ ରତ୍ନ ଡ଼. ବାବା ସାହେବ ଭୀମ ରାଓ ଡ଼.ଆମ୍ବେଦକର ଜୟନ୍ତୀ ସମାରୋହ ୨୦୨୬ ପାଳିତ ହୋଇ ଯାଇଛି l ଏଠାରେ ଆୟୋଜିତ ଏକ ସଭା ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ଯୋଗ ଦେଇ ଜଣେ କେତେ ଦୂର ଯାଏ ପ୍ରତିବାଦ କରିପାରେ ନିଜ ଦେଶ ପାଇଁ, ସମାନତା ପାଇଁ, ସତ୍ୟାନ୍ତର ପାଇଁ ଓ ସ୍ବାଧୀନତା ପାଇଁ ତାହା ଡ଼ ଆମ୍ବେଦକର ଠୁଁ ଶିଖିବା ଅଛି ବୋଲି କହିଥିଲେ l ଓ ଭାରତ ଗଠନ ରେ ସବୁ ଦିଗରେ ଡ଼. ଆମ୍ବେଦକର ଙ୍କ ଅବଦାନ ରହିଛି ବୋଲି କହି ଆମେ ଆମ୍ବେଦକର ହେବା, ଗୋପବନ୍ଧୁ କିମ୍ୱା ଗାନ୍ଧୀ ହେବା ଖୁବ୍ କଷ୍ଟକର ହୋଇପାରେ କିନ୍ତୁ ତାଙ୍କ କଥା କିଛି ଆମେ ମାନି ପାରିଲେ ଗୋଟେ ସୁନ୍ଦର ଗୋଟେ ମଜଭୁତ୍ ଦେଶ ଗଠନ କରି ପାରିବା ବୋଲି ଜିଲ୍ଲାପାଳ ଡ଼.ସାହୁ କହିଥିଲେ l ସମ୍ମାନିତ ଅତିଥି ଭାବରେ ଏ ଡି ଏମ ଶ୍ରୀ ରାଜେନ୍ଦ୍ର ମାଝୀ, ଏ ଡି ଏମ ଅଞ୍ଜଳିନା ପଧାନ, ଉପ ଜିଲ୍ଲାପାଳ ଡ଼. ସୌମ୍ୟ ରୂପା ରଥ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଉଷା ରାଣୀ ଦାସ ଯୋଗ ଦେଇ ପ୍ରଥମେ ଶ୍ରୀ ଗଣେଶ ଓ ଡ଼ ଆମ୍ବେଦକର ଙ୍କ ଫଟୋ ଚିତ୍ର ରେ ଦୀପ ପ୍ରଜ୍ବଳନ ଓ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ l ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଡ. ସୁଦାମ ଦୀପ ଯୋଗ ଦେଇ ରାଜନୈତିକ ସମାନତା ଠାରୁ ସାମାଜିକ ସମାନତା ଖୁବ୍ ଜରୁରୀ ବୋଲି କହିଥିଲେ l ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ଆୟୋଜିତ ଚିତ୍ରାଙ୍କନ, ଝୋଟି, ଓଡ଼ିଆ ଇଂରାଜୀ ଡିବେଟ ପ୍ରତି ଯୋଗିତା ର ୩୬ ଜଣ କୃତୀ ପ୍ରତିଯୋଗୀଙ୍କୁ ଏହି ସଭା ରେ ପୁରଷ୍କୃତ କରା ଯାଇଥିଲା l ଏହି କାର୍ଯ୍ଯ କ୍ରମ ରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ଅର୍ଜ୍ଜୁନ ମାଝୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପଧାନ, ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ମଙ୍ଗଳ ପଧାନ, ଜିଲ୍ଲା ନିଜାରତ ଅଧିକାରୀ ସତ୍ୟ ବ୍ରତ ସାହୁ, ପୌର ପରିଷଦ ଅଧିକାରୀ ରୁଷି ମାଝୀ, ସମାଜ ସେବୀ ଗୋବିନ୍ଦ ମହାରଣା ପ୍ରମୁଖ ସ୍ୱଚ୍ଛ ଭାରତ ଓ ବିଭିନ୍ନ ସଙ୍ଗଠନ ର କର୍ମ କର୍ତ୍ତା, ସ୍କୁଲ ଛାତ୍ର ଛାତ୍ରୀ, ବୁଦ୍ଧିଜୀବି, ସ୍ଵେଚ୍ଛା ସେବୀ, ବିଶିଷ୍ଟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ l ସକାଳ ୮ ଟା ରେ ଡ଼.ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ସୁବର୍ଣ୍ଣପୁର ଏସପି ଶ୍ରୀ ନାରାୟଣ ନାଏକ, ଉଭୟ ଏ ଡି ଏମ, ଉପ ଜିଲ୍ଲାପାଳ ଓ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ ,ବିଶିଷ୍ଟ ବ୍ୟକ୍ତି, ଛାତ୍ର ଛାତ୍ରୀ ମାନେ ପୁଷ୍ପ ମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ଲକ୍ଷ୍ମୀ ନାରାୟଣ ସାହୁ ସଭା ସଂଯୋଜନା କରିଥିବାବେଳେ ଅତିରିକ୍ତ ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରୀତି ସୁନା ଧନ୍ଯବାଦ ଅର୍ପଣ କରିଥିଲେ l