-+91-9937148622 |
prerana_bgr@rediffmail.com |
Saturday 18th April 2026 |
R.N.I. Regd No. ODIODI/2010/46693
Breaking News
15-Apr-2026
(ରଂଜିତ ମହାନ୍ତି )
ପବିତ୍ର ମହା ବିଷୁବ ସଂକ୍ରାନ୍ତି ଅବସରରେ
ବରୀ ମାଉଣ୍ଡ ଶକ୍ତି ପୀଠ ଠାରେ ପୂଜା ସିଦ୍ଧ ମହାବୀର ମନ୍ଦିରରେ ବିଷୁଦ ସଂକ୍ରାନ୍ତି ଓ ମହାବୀର ଜୟନ୍ତୀ ପାଳିତ ହୋଇ ଯାଇଛି । ବଢ଼ି ସକାଳୁ ଦରୀ ଅଞ୍ଚଳର ବହୁ ଶ୍ରଦ୍ଧାକୁ ମନ୍ଦିର ଆସି ପୂଜାର୍ଜନା କରିବା ସହିତ ଆଶିର୍ବାଦ କାମନା କରିଥିଲେ । ଏହା ପରେ ଅପରାହ୍ନରେ ମନ୍ଦିର କମିଟି ପକ୍ଷରୁ ହୋମ ଯଜ୍ଞ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପୂଜକ ବୁଟୁ ପଣ୍ଡା ଓ ଅନ୍ୟ ପୂଜକ ପୂଜାର୍ଚ୍ଚନା କରିବା ସହିତ ଭୋଗ ନୈବେଦ୍ୟ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ପୁରୋଧା ସୁରଜିତ ମହାନ୍ତିଙ୍କ ସହିତ ସାମ୍ବାଦିକ ସଞ୍ଜୟ କୁମାର ବେହେରା, ରମ୍ପା ସରପଞ୍ଚ ମାନସ ଜେନା, ସାମ୍ବାଦିକ ଦର୍ଶନ ଦେହେରା, ବିଶ୍ବଜିତ ମହାନ୍ତି, ପିୟୁସ ମହାନ୍ତି ରଂଜିତ ମହାନ୍ତି ପ୍ରମୁଖ ଯୋଗଦାନ କରିବା ଯହିତ ସହଯୋଗ କରିଥିଲେ ।