-+91-9937148622 |
prerana_bgr@rediffmail.com |
Sunday 12th April 2026 |
R.N.I. Regd No. ODIODI/2010/46693
Breaking News
11-Apr-2026
କଣ୍ଟାବାଞ୍ଜି(ମୋହନ ସୁନା): ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଠାରେ ସେଭେନ ବ୍ଲକ୍ ଖୋ-ଖୋ ଆସୋସିଏସନ ଇଣ୍ଡିଆ ପକ୍ଷରୁ ଦୁଇ ଦିନିଆ ଜାତୀୟ ସ୍ତରୀୟ ରେଫରୀ ପରୀକ୍ଷା ଶିବିର ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହାକୁ ଉଦଘାଟନ କରିଥିଲେ। କ୍ରୀଡ଼ା କ୍ଷେତ୍ରରେ ଶୃଙ୍ଖଳା ଓ ସଠିକ୍ ନିର୍ଣ୍ଣୟ ନେବାରେ ରେଫରୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ବିଧାୟକ ଶ୍ରୀ ବାଗ ଅଭିଭାଷଣରେ କହିଥିଲେ। ଉତ୍ସବରେ ସମ୍ମାନିତ ଅତିଥି ଭାବେ ସମାଜସେବୀ ସଞ୍ଜୟ ଗାନ୍ଧୀ,ମନୋଜ ଡାଲମିଆ,ସେଭେନ ବ୍ଲକ୍ ଖୋ-ଖୋ ରାଜ୍ୟ ସମ୍ପାଦକ ବିଜୟ ମହାପାତ୍ର,ରାଜ୍ୟ ଯୁଗ୍ମ ସମ୍ପାଦକ ଶୁଭେନ୍ଦ୍ର ମହାନ୍ତି, ଅଧ୍ୟାପକ ଚିନ୍ମୟ ଯୋଷୀ,ଖୋ-ଖୋ କୋଚ୍ ପଦ୍ମଚରଣ ଦାସ,ଅଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ରହି ରେଫରୀମାନଙ୍କୁ ଉତ୍ସାହିତ କରିଥିଲେ।ବରିଷ୍ଠ କ୍ରୀଡ଼ା ଶିକ୍ଷକ ବିନୋଦ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ।ଏହି ଶିବିରରେ ବିଭିନ୍ନ ପ୍ରାନ୍ତରୁ ଆସିଥିବା କ୍ରୀଡ଼ାବିତ୍ ଓ କ୍ରୀଡ଼ା ଶିକ୍ଷକ ଅଂଶଗ୍ରହଣ କରିଥିଲେ। ସୌମ୍ୟ ରଞ୍ଜନ ପାଣିଗ୍ରାହୀ, ମନୋଜ ମହାପାତ୍ର,ରାଜେନ୍ଦ୍ର ଧରୁଆ,କୃଷ୍ଣଚନ୍ଦ୍ର ବାରିକ,ସିକ୍ସର ଆଲୋକ ଦାସ,ନିକିତା ସେଠ,ଡୋଳେଶ୍ୱରୀ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।