-+91-9937148622 |
prerana_bgr@rediffmail.com |
Saturday 11th April 2026 |
R.N.I. Regd No. ODIODI/2010/46693
Breaking News
11-Apr-2026
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ପିଏମଶ୍ରୀ ମହାରାଜା ଉଚ୍ଚ ବିଦ୍ୟାଳୟ ଠାରେ ପୂର୍ବତନ ଛାତ୍ର ପରିଷଦ ତଥା ପଞ୍ଚ ଶଖା ଶିକ୍ଷା ସେତୁ କମିଟି ଗଠନ ନିମିତ୍ତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା |ସଭା ର ସଭାପତି ତଥା ପ୍ରଧାନ ଶିକ୍ଷକ ଶ୍ରୀ ଅଜୟ କୁମାର ଲୁହା ଙ୍କ ସଭାପତିତ୍ବ ରେ କମିଟି ଗଠନ କରାଯାଇଥିଲା |। ନୂତନ ସଭାପତି ଭାବରେ ଡ. ପ୍ରଫୁଲ୍ଲ କୁମାର ରଥ, ଉପ ସଭାପତି ଶ୍ରୀ କଇଁରୁ ସ୍ୱାଇଁ, ମେମ୍ବର କନଭେନେର ଭାବେ ଶ୍ରୀ ପିୟୁଷ କୁମାର ପଣ୍ଡା ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଥିଲେ |ସିଆରସିସି ଶ୍ରୀଯୁକ୍ତ ବ୍ରତାନନ୍ଦ ଭୋଇ ସଭାକୁ ସଂଯୋଜନା କରିଥିବାବେଳେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଜଳିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ |
ଶିକ୍ଷକ ଶିକ୍ଷୟିତ୍ରୀ ଅନୁଲିତା ମିଶ୍ର ଜୟନ୍ତୀ ମେହେର, ବିନୋଦିନୀ ମହାପାତ୍ର, ସସ୍ମିତା ପାତ୍ର, ତୃପ୍ତିକା ତ୍ରିପାଠୀ ସୀମା ମହାପାତ୍ର ସୁଜାତା ସାହୁ ମାମା ମାଧୁରୀ ପଣ୍ଡା , ନରେନ୍ଦ୍ର ଚାନ୍ଦ, ଶିବାଶିଷ ମିଶ୍ର, ସୁଭଦ୍ରା ହାରା, ଓ ଅଜୟ ବେହେରା ସହଯୋଗ କରିଥିଲେ। ଏହି ଛାତ୍ର ସମାବେଶ ରେ ଶହେ ରୁ ଉର୍ଦ୍ଧ୍ବ ଛାତ୍ର ଯୋଗ ଦେଇ ବିଦ୍ୟାଳୟ ର ଉନ୍ନତି ଲାଗି ସଂକଳ୍ପ ନେଇ ଥିଲେ l ଓ ଆଗମୀ ଦିନରେ ଏହି ଛାତ୍ର ମାନଙ୍କୁ ନେଇ ମହାରାଜା ହାଇସ୍କୁଲ ଆଲୁମିନି ଆସୋସିଏସନ ଗଠନ ଲାଗି ଆଲୋଚନା ହୋଇଥିଲା l