-+91-9937148622 |

prerana_bgr@rediffmail.com |

  Tuesday 28th July 2026 |

| | | |

R.N.I. Regd No. ODIODI/2010/46693

Breaking News

ମଧୁସୁଦନ ଆଇନ ବିଶ୍ୱବିଦ୍ୟାଳୟ ର କୂଳପତି ଯୁଧିଷ୍ଠିର ମହାବିଦ୍ୟାଳୟରେ ଭାବ ବିନିମୟ   (27-Jul-2026)       ||      ସଂସଦରେ ଉଠିଲା ଓଡ଼ିଶାର ଲବାନ/ଲବାନା ସମୁଦାୟଙ୍କୁ ଏସ୍‌ଟି ମାନ୍ୟତା ଦାବି   (27-Jul-2026)       ||      ପାଣି ଘେରରେ ଲୋଇସିଂହା ବ୍ଲକ    (27-Jul-2026)       ||      ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି   (27-Jul-2026)       ||      ନିଶାମୁକ୍ତ ଭାରତ ଗଠନରେ ଯୁଵା ଶକ୍ତିର ଭୂମିକା କାର୍ଯ୍ୟକ୍ରମ    (27-Jul-2026)       ||      ଚାଲିଗଲେ ବରିଷ୍ଠ କଂଗ୍ରେସ ନେତା ଧରମସିଂ ବଡପଣ୍ଡା   (27-Jul-2026)       ||      ସରକାରୀ ମହିଳା ମହାବିଦ୍ୟାଲୟ, ବଲାଙ୍ଗିରରେ ପ୍ରବେଶ ଉତ୍ସବ   (27-Jul-2026)       ||      ପାତାଳି ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ନିଳାଦ୍ରୀ ବିଜେ   (27-Jul-2026)       ||      *ଡାବୁଗାଁ ଠାରେ ଜିଲ୍ଲାପାଳଙ୍କ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ*   (27-Jul-2026)       ||      ନେପାଳରେ ବୈଧ ହେଲା ଭାରତୀୟ ୨୦୦ ଓ ୫୦୦ ଟଙ୍କିଆ ନୋଟ୍   (27-Jul-2026)       ||      ମାନସ ବିହାର ରୁଗୁଡ଼ିଖାଳ ରାମମନ୍ଦିର ପ୍ରାଙ୍ଗଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମ   (26-Jul-2026)       ||      ପ୍ରବଳ ବର୍ଷା ଯୋଗୁଁ ଲୋଇସିଂହା ବ୍ଲକ ର ବିଭିନ୍ନ ପଂଚାୟତ ରେ ଘରେ ପାଣି ପଶିବା ଯୋଗୁଁ ଲୋକେ ହଇରାଣ ହରକତ    (26-Jul-2026)       ||      *ବ୍ରାହ୍ମଣ ଏକତା ମଞ୍ଚ ର ସାମ୍ବାଦିକ ସମ୍ମିଳନୀ*-   (26-Jul-2026)       ||      ସ୍ୱଭାବକବି ଗଙ୍ଗାଧରଙ୍କ ପୌତ୍ରବଧୂ ପ୍ରେମଶୀଳା ମେହେରଙ୍କ ବିୟୋଗ   (26-Jul-2026)       ||      ଗାଳ୍ପିକ ମନୋଜ ପୂଜାରୀ ଙ୍କ ଚତୁର୍ଥ ଗଳ୍ପ ସଂକଳନ ବାଘ ଭୟ ର ଲୋକାର୍ପଣ    (26-Jul-2026)       ||      *ସ୍ୱାଧୀନତା ସଂଗ୍ରାମୀ ବୀରାଙ୍ଗନା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦେବାକୁ ଲୋକସଭାରେ ଉଠିଲା ଦାବି*   (26-Jul-2026)       ||      ଶିଆଲଯୋର ରେ ଅସୁବିଧା ରେ ଅଛନ୍ତି ବୁଣାକାର... ଉଚିତ ଦାମରେ ଚାଷୀ ସାର ପାଉନାହାନ୍ତି ଚାଷୀ   (26-Jul-2026)       ||      ବାରମ୍ବାର ରାସ୍ତା ନିର୍ମାଣ: ବିକାଶର ପ୍ରତୀକ ନା ସରକାରୀ ଅର୍ଥର ଅପବ୍ୟୟ?   (26-Jul-2026)       ||      ଲୋୟରସୁକତେଲ ପ୍ରକଲ୍ପରୁ ଛଡାଗଲା ଚଳିତବର୍ଷର ପ୍ରଥମବନ୍ୟାଜଳ   (26-Jul-2026)       ||      *ବି.ଏମ୍.ସେମଲା ଠାରେ ସେବାୟତ ମାନଙ୍କୁ ନେଇ ସାଂଗଠନିକ ବୈଠକ ଅନୁଷ୍ଠିତ*   (26-Jul-2026)       ||     

HOME   ଜିଲ୍ଲା

ଭିତ୍ତିଭୂମୀ ନିର୍ମାଣରେ ଇତିହାସ ରଚିଲା ଓଡିଶା,୧୭ଟି ପ୍ରକଲ୍ପକୁ ବିଶ୍ୱକର୍ମା ପୁରସ୍କାର, ବଲାଙ୍ଗୀରର କ୍ୟାନସର ହସପିଟାଲ ଓ ଲୋୟର ସୁକତେଲ ପ୍ରକଲ୍ପ ପୁରସ୍କୃତ

11-Apr-2026



ବଲାଙ୍ଗୀର(ପ୍ରେରଣା ଖଵର): ସମଗ୍ର ଦେଶରେ ଭିତ୍ତିଭୂମୀ ନିର୍ମାଣ ଚାଲିଛି । ବଡବଡ ପ୍ରକଲ୍ପରେ ନୂତନ ଜ୍ଞାନକୌଶଳ ପ୍ରୟୋଗ ହେଉଛି। ତେବେ ହଜାର ହଜାର ପ୍ରକଲ୍ପ ମଧ୍ୟରୁ କିଛି ପ୍ରକଲ୍ପ ସଠିକ ସମୟରେ ସଠିକଢଙ୍ଗରେ କାମ ସରୁଛି। ତେଣୁ ସେମାନଙ୍କୁ ପ୍ରୋତ୍ସାହିତ କରିବାକୁ ସିଆଇଡିସି ପକ୍ଷରୁ ପୁରସ୍କୃତ କରାଯାଉଛି । ଭାରତର ୧୫୦୦ଟି ପ୍ରକଲ୍ପକୁ ଚୟନ କରାଯାଇ ଉତ୍କୃଷ୍ଟତା ପାଇଁ ବିଶ୍ୱକର୍ମା ପୁରସ୍କାର ପ୍ରଦାନ କରାଯାଇଛି । ଏଥିରେ ଓଡିଶାର ୧୭ଟି ପ୍ରକଲ୍ପ ବିଶ୍ୱକର୍ମା ପୁରସ୍କାର ପାଇ ଚଳିତବର୍ଷ ଇତିହାସ ସୃଷ୍ଟିକରିଛି । ତେବେ ସବୁଠୁ ଖୁସିର ଖବର ହେଲା କେବିକେ ଅଞ୍ଚଳର ବଲାଙ୍ଗୀର ଜିଲ୍ଲାର ଭୀମଭୋଇ ମେଡିକାଲ କଲେଜରେ ପୂର୍ତ୍ତବିଭାଗ

ପକ୍ଷରୁ ନବନିର୍ମିତ କ୍ୟାନସର ହସପିଟାଲ ବିଲଡିଂ ଓ ଜଳସେଚନ ବିଭାଗର ଲୋୟରସୁକତେଲ ପ୍ରକଲ୍ପ ମଧ୍ୟ ପୁରସ୍କୃତ ହୋଇଛି । ଯାହାକୁ ନେଇ ବଲାଙ୍ଗୀର ଜିଲ୍ଲାରେ ଖୁସିର ମାହୋଲ ସୃଷ୍ଟି ହୋଇଛି ଓ ବିଭିନ୍ନ ମହଲରେ ଏହାକୁ ସ୍ୱାଗତ କରାଯାଇଛି ।  କନଷ୍ଟ୍ରକନ ଇଣ୍ଡଷ୍ଟ୍ରି ଡେଭଲପମେଣ୍ଟ କାଉନସିଲ ପକ୍ଷରୁ ନୂଆଦିଲ୍ଲୀର ଜନପଥରେ ଥିବା ଡ.ବିଆର ଆମ୍ବେଦକର ଇଣ୍ଟରନେସନାଲ ସେଣ୍ଟରରେ ଶୁକ୍ରବାର ଦିନ ଆୟୋଜିତ ଏକ ଭବ୍ୟକାର୍ଯ୍ୟକ୍ରମରେ  ରୋଡ,ଟ୍ରାନ୍ସପୋର୍ଟ ଓ ହାଇୱେ ବିଭାଗର କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ମୁଖ୍ୟଅତିଥି ଭାବରେ ଯୋଗଦେଇ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ସେଠାରେ ଓଡିଶାର ୧୭ଟି ପ୍ରକଲ୍ପକୁ ଉତ୍କଳମଣ୍ଡପ ଗ୍ୟାଲେରୀରେ ପ୍ରଦର୍ଶିତ କରାଯାଇଥିଲା । ୧୭ଟି ପ୍ରକଲ୍ପ ମଧ୍ୟରେ ଜଳସେଚନ ବିଭାଗର ବଲାଙ୍ଗୀରର ଲୋୟରସୁକତେଲ ପ୍ରକଲ୍ପ,ଭଞ୍ଜନଗର ଡେମ,ବିଜେପୁରର ଗଙ୍ଗାଧରମେହେର ପ୍ରକଲ୍ପ,ମାଧବଭିଡା ଆନିକଟ,ପୁରୁଣାଗଡ ମେଗାଲିଫ୍ଟ,ପୂର୍ତ୍ତବିଭାଗର ବଲାଙ୍ଗୀର ଭୀମଭୋଇ ମେଡିକାଲକଲେଜର ନୂଆ କ୍ୟାନସରବିଲଡିଂପ୍ରକଲ୍ପ,ଭୁବନେଶ୍ୱରର ଲୋକାୟୁକ୍ତ ଭବନ,ଯାଜପୁରର ନୂଆ ମାତୃ ଓ ଶିଶୁ ହସପିଟାଲ ବିଲଡିଂ,ଓଡିଶା ଷ୍ଟେଟ ହାଉସିଂ କର୍ପୋରେସନର ନିର୍ମାଣାଧିନ ଭୁବନେଶ୍ୱର ଗୋପବନ୍ଧୁ ଏକାଡେମୀର ହଷ୍ଟେଲବିଲଡିଂ ସମେତ ଭୁବନେଶ୍ୱରର ଦ ସଟଲ ସ୍ପୋର୍ଟସ ଇନଫ୍ରାଷ୍ଟ୍ରକଚର,ଭୁବନେଶ୍ୱର ଏମ୍ସର ପ୍ରଶାସନିକ ବିଲଡିଂ,ସମ୍ବଲପୁର ଆଇଆଇଏମ ବିଲଡିଂ ଓ କୋରାପୁଟର ଜାତୀୟରାଜପଥ,ଭୁବନେଶ୍ୱର ରିଜର୍ଭବ୍ୟାଙ୍କର ନୂଆ ଡାଟାସେଣ୍ଟର ବିଲଡିଂ ପୁରସ୍କୃତ ହୋଇଛି । ଏହି କାର୍ଯ୍ୟକ୍ରମରେ ଜଳସେଚନ ବିଭାଗର ଇଂ.ଲିଙ୍ଗରାଜ ଗୌଡ,ପୂର୍ତ୍ତବିଭାଗର ଇଂ.ମନୋଜକୁମାର ମହାନନ୍ଦ,ଇଂ.ଆଶୁତୋଷ ଜେନା,ଇଂ.କମଲକୁମାର ସ୍ୱାଇଁ ଓ ଧିରଜକୁମାର ପଟ୍ଟନାୟକ ଯୋଗଦେଇ ଜଳସେଚନବିଭାଗ,ପୂର୍ତ୍ତବିଭାଗ ଓ କ୍ରୀଡାବିଭାଗ ପକ୍ଷରୁ ମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିଛନ୍ତି । ଠିକ ସେହିପରି ଏହି ପ୍ରକଲ୍ପଗୁଡିକୁ ନିର୍ମାଣ କରିଥିବା ନିର୍ମାଣକାରୀ ସଂସ୍ଥା ଆଇରନଟ୍ରିଙ୍ଗଲ,ଆଦିତ୍ୟନାରାୟଣ କନଷ୍ଟ୍ରକ୍ସନ,ଏସପିଡି କନଷ୍ଟ୍ରକ୍ସନ ସଂସ୍ଥା ମଧ୍ୟ ଉତ୍କୃଷ୍ଟନିର୍ମାଣ ପାଇଁ ପୁରସ୍କୃତ ହୋଇଥିଲେ । ଭୁବନେଶ୍ୱର ଏମ୍ସର ନିର୍ଦ୍ଦେଶକ ଡ.ଆଶୁତୋଷ ବିଶ୍ୱାଳ ଓ ଡିନ ଡ.ଦିଲିପ ପରିଡା ଏମ୍ସର ନୂତନ ଏକାଡେମିକ ବିଲଡିଂପାଇଁ ଓ ଏନବିସିସିର ଜେନେରାଲ ମ୍ୟାନେଜର ଇଂ.ଚିନ୍ମୟ ଘୋଷ ସମ୍ବଲପୁର ଆଇଆଇଏମ ବିଲଡିଂ ପାଇଁ ବିଶ୍ୱକର୍ମା ପୁରସ୍କାର ଗ୍ରହଣ କରିଥିଲେ । ଏହି ଅବସରରେ ଏମ୍ସ ଭୁବନେଶ୍ୱର ଓ ସିଆଇଡିସି ମଧ୍ୟରେ ଏକ ଚୁକ୍ତି ମଧ୍ୟ ସ୍ୱାକ୍ଷର ହୋଇଥିଲା । ଠିକ ସେହିପରି ଅଣ୍ଡର ଇଣ୍ଡଷ୍ଟ୍ରି କେପଟେନ କେଟେଗୋରୀ ରେ ଅର୍କିଟେକ୍ଟ ତାରାପ୍ରସାଦ ଧଳ ଓ ଇଂ.ଅଶୋକକୁମାର ବାସା ମଧ୍ୟ ବିଶ୍ୱକର୍ମା ପୁରସ୍କାର ଗ୍ରହଣ କରିଥିଲେ । ଏହି ଅବସରରେ ଡ.ସୁଭାଷ ରସ୍ତୋଗୀ ଓ ଇଂ.ମନୋରଂଜନ ମିଶ୍ରଙ୍କ ଦ୍ୱାରା ଲିଖିତ “ଲିନ କନଷ୍ଟ୍ରକ୍ସନ ଫର ସୁପରିଅର ପ୍ରୋଜେକ୍ଟ ପରଫର୍ମେନ୍ସ” ପୁସ୍ତକକୁ ଜୁରିମେମ୍ବର ମାନେ ଉନ୍ମୋଚନ କରିଥିଲେ । ଆଇଆଇପିଏ ନୂଆଦିଲ୍ଲୀର ପୂର୍ବତନ ଡାଇରେକ୍ଟର ଜେନେରାଲ ତଥା ଜୁରି ପେନାଲିଷ୍ଟ ଶ୍ରୀ ଏସ.ଏନ.ତ୍ରୀପାଠୀ ଯୋଗଦାନ କରି ପୁରସ୍କୃତ ହୋଇଥିବା ଟିମ ଓଡିଶାଙ୍କୁ ଉତ୍ସାହିତ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମଧୁସୁଦନ ଆଇନ ବିଶ୍ୱବିଦ୍ୟାଳୟ ର କୂଳପତି ଯୁଧିଷ୍ଠିର ମହାବିଦ୍ୟାଳୟରେ ଭାବ ବିନିମୟ   27-Jul-2026
  ଜିଲ୍ଲା  
ସଂସଦରେ ଉଠିଲା ଓଡ଼ିଶାର ଲବାନ/ଲବାନା ସମୁଦାୟଙ୍କୁ ଏସ୍‌ଟି ମାନ୍ୟତା ଦାବି   27-Jul-2026
  ଜିଲ୍ଲା  
ପାଣି ଘେରରେ ଲୋଇସିଂହା ବ୍ଲକ   27-Jul-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି   27-Jul-2026
  ଜିଲ୍ଲା  
ନିଶାମୁକ୍ତ ଭାରତ ଗଠନରେ ଯୁଵା ଶକ୍ତିର ଭୂମିକା କାର୍ଯ୍ୟକ୍ରମ   27-Jul-2026
  ଜିଲ୍ଲା  
ଚାଲିଗଲେ ବରିଷ୍ଠ କଂଗ୍ରେସ ନେତା ଧରମସିଂ ବଡପଣ୍ଡା   27-Jul-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଲୟ, ବଲାଙ୍ଗିରରେ ପ୍ରବେଶ ଉତ୍ସବ   27-Jul-2026
  ଜିଲ୍ଲା  
ପାତାଳି ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ନିଳାଦ୍ରୀ ବିଜେ   27-Jul-2026
  ଜିଲ୍ଲା  
*ଡାବୁଗାଁ ଠାରେ ଜିଲ୍ଲାପାଳଙ୍କ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ*   27-Jul-2026
  ଜିଲ୍ଲା  
ନେପାଳରେ ବୈଧ ହେଲା ଭାରତୀୟ ୨୦୦ ଓ ୫୦୦ ଟଙ୍କିଆ ନୋଟ୍   27-Jul-2026
  ଜିଲ୍ଲା  
ମାନସ ବିହାର ରୁଗୁଡ଼ିଖାଳ ରାମମନ୍ଦିର ପ୍ରାଙ୍ଗଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମ   26-Jul-2026
  ଜିଲ୍ଲା  
ପ୍ରବଳ ବର୍ଷା ଯୋଗୁଁ ଲୋଇସିଂହା ବ୍ଲକ ର ବିଭିନ୍ନ ପଂଚାୟତ ରେ ଘରେ ପାଣି ପଶିବା ଯୋଗୁଁ ଲୋକେ ହଇରାଣ ହରକତ   26-Jul-2026

You Might Also Like