-+91-9937148622 |
prerana_bgr@rediffmail.com |
Wednesday 10th June 2026 |
R.N.I. Regd No. ODIODI/2010/46693
Breaking News
11-Apr-2026
(ତ୍ରିନାଥ ବେଶ୍ରା)
ଷ୍ଟେମ (ବିଜ୍ଞାନ, ପ୍ରଯୁକ୍ତି, ବୈଷୟିକ ବିଜ୍ଞାନ ଓ ଗଣିତ) ଉଦ୍ୟମ ଅଧୀନରେ ସ୍ୱେଚ୍ଛାସେବୀ ମ।ନଙ୍କୁ ନେଇ ପ୍ରଶିକ୍ଷଣ କାର୍ୟକ୍ରମ ଆଜି କଲାହାଣ୍ଡି ଜିଲ୍ଲା ଭବାନୀାଟଣାର ନୋଡାଲ ଟାଉନ ହାଇସ୍କୁଲ ରେ ସଫଳତାର ସହ ଆୟୋଜିତ ହେଇଯାଇଛି। ଏହି କାର୍ୟକ୍ରମଟି ନାଗରିକ ବିକାଶ ସଂଗଠନ, ଆତ୍ମାଶକ୍ତି ଟ୍ରଷ୍ଟ, ମନ୍ତ୍ରାଫର୍ ଚେଞ୍ଜ ଏବଂ ଶିକ୍ଷାଗ୍ରହ ର ମିଳିତ ଆନୁକୁଲ୍ୟରେ ଆୟୋଜିତ କରାଯାଇ ଅଛି।
ଏହି ପ୍ରଥମ ପର୍ଯ୍ୟାୟର କାର୍ୟକ୍ରମରେ ପ୍ରାୟ ୫୦ ଜଣ ସ୍ୱେଚ୍ଛାସେବୀ ଯୋଗଦେଇଥିଲେ, ଯାହାଙ୍କ ମଧ୍ୟରୁ ଅଧିକାଂଶ ଯୁବତୀ ସ୍ୱେଚ୍ଛାସେବୀ ଅଂଶ ଗ୍ରହଣ କରିଥିଲେ। ଏହା ଷ୍ଟିମଶିକ୍ଷାରେ ଲିଙ୍ଗ ସମାନତାକୁ ଉନ୍ନତ କରିବାରେ ଏକ ସକାରାତ୍ମକ ପଦକ୍ଷେପ।
ଶ୍ରୀ ରୂପସିଂଙ୍ଗ ରାଉତ DPEO କଳାହାଣ୍ଡି (District Physical Education Officer), ବିଷୟବସ୍ତୁ ଉପରେ ଆଲୋକପାତ କରି ଆମ ଶିକ୍ଷା ବ୍ୟବସ୍ଥାକୁ ଉନ୍ନତ କରିବା ଦିଗରେ ପ୍ରଚେଷ୍ଟାକୁ ଗୁରୁତ୍ୱ ଦେଇ ଥିଲେ।
ଏହି ପ୍ରଶିକ୍ଷଣ କାର୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛି ବାସ୍ତବ ଜୀବନ ସହିତ ଷ୍ଟିମ ଧାରଣାକୁ ସମ୍ପର୍କିତ କରି ଶିକ୍ଷାକୁ ଆକର୍ଷଣୀୟ ଓ ସହଜ, ବୋଧଗମ୍ୟ କରିବା। ଏହି ଉଦ୍ୟମର ଉଦ୍ଦେଶ୍ୟ ହେଉଛି ଏକ ସକ୍ରିୟ ସ୍ୱେଚ୍ଛାସେବୀ ଦଳ ତିଆରି କରିବା, ଯେଉଁମାନେ ସ୍କୁଲ ଓ ସମୁଦାୟ ସ୍ତରରେ STEM ଶିକ୍ଷାକୁ ପ୍ରୋତ୍ସାହନ ଦେବେ। ସହଯୋଗୀ ସଂଗଠନମାନଙ୍କ ପ୍ରତିନିଧିମାନେ ଏହି ପ୍ରକାର ଉଦ୍ୟମର ଗୁରୁତ୍ୱକୁ ଉଲ୍ଲେଖ କରି କହିଥିଲେ ଯେ, ଏହା ଶିଶୁମାନଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ, ଉତ୍ସୁକତା ଓ ସମସ୍ୟା ସମାଧାନ କ୍ଷମତା ବିକାଶରେ ଦୃଢ ଭୂମିକା ନବ।