-+91-9937148622 |
prerana_bgr@rediffmail.com |
Thursday 9th April 2026 |
R.N.I. Regd No. ODIODI/2010/46693
Breaking News
09-Apr-2026
- ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ସୋନପୁର ମୁଖ୍ୟ ଚିକିତ୍ସାଳୟ ଠାରେ ରକ୍ତ ଦାନ କରି ଏକ ୧୬ ମାସ ର ଶିଶୁ ରୋଗୀ ଅଭିଷେକ ମହାକୁଡ଼ ଙ୍କ ଜୀବନ ବଞ୍ଚାଇଲେ ଜିଲ୍ଲାପାଳ ଙ୍କ ସୁରକ୍ଷା କର୍ମୀ ଆକାଶ ସାହୁ l ଆକାଶ ତାଙ୍କ ଜୀବନ ରେ ସମୁଦାୟ ୨୦ ଥର ରକ୍ତ ଦାନ କରି ଅନେକ ରୋଗୀ ଙ୍କ ଜୀବନ ବଞ୍ଚାଇବାର ଆଜି ଖବର ମିଳିଛି l ଏ ମହତ୍ କାର୍ଯ୍ୟ ପାଇଁ ବୌଦ୍ଧ ଜିଲ୍ଲା ବିଳାସପୁର ପଂଚାୟତ
ର ଅଶ୍ୱିନ ଗିର ଗ୍ରାମ ସୁବଳ ମହାକୁଡ ରକ୍ତ ଦାତା ଆକାଶ ସାହୁ ଙ୍କୁ ଭାବ ବିହ୍ବଳ ହୋଇ ଖୁବ୍ ପ୍ରଶଂଶା କରିଥିବା ବେଳେ ସହର ର ବୁଦ୍ଧିଜୀବି ସାମ୍ୱାଦିକ ମେଡିକାଲ୍ ଅଧିକାରି ମଧ୍ୟ ଆକାଶ ଙ୍କୁ ଉଚ୍ଚ ପ୍ରଶଂସା କରି ଏ ମହତ୍ କାର୍ଯ୍ୟ କୁ ଜାରି ରଖିବାକୁ ପ୍ରେରଣା ଯୋଗାଇଛନ୍ତି l ଏବଂ ଏ ରକ୍ତ ଦାନ କ୍ଷେତ୍ରରେ ସେବା କରିବାକୁ ଆମ ଜିଲ୍ଲା ପୋଲିସ ସଂଗଠକ ଦିନେଶ ମିଶ୍ର, ମନୋଜ ପଣ୍ଡା ଙ୍କ ଠାରୁ ମୁଁ ପ୍ରେରଣା ପାଇଛି ବୋଲି ଜିଲ୍ଲାପାଳ ଙ୍କ "ପି ଏସ ଓ" ଆକାଶ ସାହୁ ମତ ପ୍ରକାଶ କରିଛନ୍ତି l