-+91-9937148622 |

prerana_bgr@rediffmail.com |

  Monday 29th June 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଜ୍ଞାନସମ୍ମତ ଓ ଯୁକ୍ତି ଭିତ୍ତିକ ବିଷୟବସ୍ତୁ ଥାଇ ନିର୍ଭୁଲ ପାଠ୍ୟପୁସ୍ତକ ପ୍ରସ୍ତୁତ ନହେବା ପର୍ଯ୍ୟନ୍ତ ଗତବର୍ଷର ବହିରେ ଶିକ୍ଷାଦାନ କରିବା ଦାବିରେ ଦସ୍ତଖତ ଅଭିଯାନ।   (29-Jun-2026)       ||      ବିବାହ ର ପ୍ରତିଶୃତି ଦେଇ ଯୁବତୀଙ୍କୁ ପ୍ରତାରଣା କଲା ଲମ୍ପଟ ପ୍ରେମିକ।   (29-Jun-2026)       ||      ଶିଶୁ କଲ୍ୟାଣ ସମିତିର ନୂତନ ଭବନ ଉଦଘାଟନ କଲେ ଜିଲ୍ଲାପାଳ   (29-Jun-2026)       ||      ସ୍ୱପ୍ନେଶ୍ୱରଙ୍କ ଘରେ ପହଞ୍ଚି ସ୍ଵାସ୍ଥ୍ୟ ଅବସ୍ଥା ବୁଝିଲେ ଜିଲ୍ଲାପାଳ   (29-Jun-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ POCSO Act ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ।   (29-Jun-2026)       ||      ମୁକ୍ତିତୀର୍ଥ ପାପକ୍ଷୟ ଘାଟରେ ଦେବସ୍ନାନ ପୂର୍ଣ୍ଣିମା   (29-Jun-2026)       ||      କଟକ ଗ୍ରାମ୍ୟ ଉନ୍ନୟନ ନିର୍ମାଣ ବିଭାଗର ମୁଖ୍ୟଯନ୍ତ୍ରୀ କାର୍ଯ୍ୟାଳୟରେ ଟେଣ୍ଡରେ ସାଙ୍ଘାତିକ ଦୁର୍ନୀତି। ଠିକାଦାର ମେଳି ହୋଇ କଲେ ଅଭିଯୋଗ। ଚାଉଳିଆଗଞ୍ଜ ଥାନାରେ ଏତଲା   (29-Jun-2026)       ||      ଜିଲ୍ଲା ଶିକ୍ଷା ବିଭାଗ ର ଅଜବ ନୀତି ଯୋଗୁଁ ଅବସର କାଳୀନ ପେନସନ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ   (29-Jun-2026)       ||      ଜିଲ୍ଲା ଶିକ୍ଷା ବିଭାଗର ଅଜବ ନୀତି ଯୋଗୁଁ ଅବସର କାଳୀନ ପେନସନ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ   (29-Jun-2026)       ||      ସ୍କର୍ପିଓ ଗାଡିରେ ୨୨କେଜି ଗଞ୍ଜେଇ ଚାଲାଣ, ଜଣେ ଗିରଫ   (29-Jun-2026)       ||      ବଲାଙ୍ଗୀର ଜିଲ୍ଲା ସିଭିଲ ସୋସାଇଟିର ବୈଠକ    (29-Jun-2026)       ||      ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ   (29-Jun-2026)       ||      *ମଦ ବିକ୍ରୀ ବନ୍ଦ ସହ ଗ୍ରାମ ର ବିଭିନ୍ନ ସମସ୍ୟା ନେଇ ମହିଳାଙ୍କ ବଜ୍ର ଶପଥ*   (29-Jun-2026)       ||      ବାଟରେ ଅଟକିଗଲା ଆମ୍ବୁଲାନ୍ସ, ଏକ କିଲୋମିଟର ଦୂରକୁ ଷ୍ଟ୍ରେଚରରେ ବୁହାହେଲେ ରୋଗୀ   (29-Jun-2026)       ||      ଅତାବିରାରେ କାର୍ଯ୍ୟକର୍ତ୍ତାଙ୍କ ସହ ମନ୍ କି ବାତ୍‌ର ୧୩୫ତମ ସଂସ୍କରଣ ଶୁଣିଲେ ସାଂସଦ ପ୍ରଦୀପ ପୁରୋହିତ   (29-Jun-2026)       ||      ବରପାଲି ପୋଲିସର ସଫଳତା: ଚୋରି ମାମଲାରେ ଦୁଇ ଅଭିଯୁକ୍ତ ଗିରଫ, ମୋଟରସାଇକେଲ ଉଦ୍ଧାର   (29-Jun-2026)       ||      ପରିବର୍ତ୍ତନର ସ୍ୱର ଡ଼ଃ ସୋନିଆ ଗୋଲ୍ଡି ଅଗ୍ରୱାଲ   (29-Jun-2026)       ||      ବଲାଙ୍ଗୀର ସ୍ଥିତ ସାଲେପାଲି ଠାରେ "ଆମ୍ବେଦକର ଭବନ ନିର୍ମାଣ" ଉଦ୍ଦେଶ୍ୟରେ ଏକ ଉଦ୍ଘାଟନୀ ଉତ୍ସବ ପାଳିତ   (28-Jun-2026)       ||      ମାଓବାଦୀଙ୍କ ଦ୍ବାରା ମାଟି ତଳେ ପୋତା ଯାଇଥିବା ବହୁ ମାରାଶାସ୍ତ୍ର ଜବତ    (28-Jun-2026)       ||      ଜିଲ୍ଲାରେ ପୋଲିଓ ଟୀକାକରଣ ଅଭିଯାନ ଆରମ୍ଭ    (28-Jun-2026)       ||     

HOME   ଜିଲ୍ଲା

ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ଶକ୍ତିଶ୍ରୀ ଏମ୍ପାୱାରମେଣ୍ଟ ସେଲ୍ ତରଫରୁ ସକ୍ତିଶ୍ରୀ ମେଳା ୨୦୨୬ ଅନୁଷ୍ଠିତ

02-Apr-2026



ବଲାଙ୍ଗିର(ପ୍ରେରଣା ଖବର): ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗିର ର ଶକ୍ତିଶ୍ରୀ ଏମପାୱାରମେଣ୍ଟ ସେଲ୍‌ ତରଫରୁ ଶକ୍ତିଶ୍ରୀ ମେଳା ୨୦୨୬ ବିଶ୍ୱବିଦ୍ୟାଳୟର ସମ୍ମିଳନୀ କକ୍ଷରେ ମାର୍ଚ୍ଚ ତା ୨୭,୨୮,୩୦ ଏବଂ ୩୧ଚାରିଦନ ଧରି ଅନୁଷ୍ଠିତ ହୋଇ ଯାଇଛି।ଉକ୍ତ ମେଳାରେ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ବେହେରା, ସମ୍ମାନୀତ ଅତିଥି ଭାବେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଡ.ପ୍ରତାପ କୁମାର ଦାଶ, କୁଳସଚିବ ହରପ୍ରସାଦ ଭୋଇ, ପରିସଂଖ୍ୟାନ ବିଭାଗର ସହକାରୀ ପ୍ରଫେସର ତଥା ଶକ୍ତିଶ୍ରୀ ର ସଂଯୋଜିକା ବିଷ୍ଣୁପ୍ରିୟା ବେହେରା,ଅନ୍ୟତମ ସମ୍ମାନୀତ ଅତିଥି ଭାବେ ପଲ୍ଲିଶ୍ରୀ ହାଇସ୍କୁଲ,ସଦେଇପାଲି,ବଲାଙ୍ଗିରର ସହାୟକ ଶିକ୍ଷୟିତ୍ରୀ ତଥା ସମାଜ ସେବୀ ଶ୍ରୀମତୀ ସଂସ୍କୃତି ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ କେନ୍ଦ୍ରସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଶ୍ରୀମତୀ ଗାୟତ୍ରୀ ସରାଫ ମହୋଦୟା ଯୋଗଦାନ କରିଥିଲେ।ଓଡିଶା ସରକାରଙ୍କର ଛାତ୍ରୀମାନଙ୍କ ପାଇଁ ଏହି ଅଭିନବ ପ୍ରୟାସ ଅତ୍ୟନ୍ତ ସ୍ବାଗତଯୋଗ୍ୟ ଏବଂ ଚିରସ୍ମରଣୀୟ ଅଟେ।
ଏହି ମେଳାର ପ୍ରଥମ ଓ ଦ୍ଵିତୀୟ ଦିବସରେ  ଯୋଗାଭ୍ୟାସ ଏବଂ ଆତ୍ମରକ୍ଷା ସମ୍ବନ୍ଧିତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଯୋଗ  ଶିକ୍ଷୟତ୍ରୀ ସାରିକା ପୁରୋହିତଏବଂ ଆତ୍ମରକ୍ଷା ଶିକ୍ଷୟତ୍ରୀ ରେଖା ମନହିରା ଯଥାକ୍ରମେ ଯୋଗାଭ୍ୟାସ ଏବଂ ଆତ୍ମରକ୍ଷା ସମ୍ବନ୍ଧିତ କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ। 
ମେଳାର ତୃତୀୟ ଦିବସରେ ଭୀମଭୋଇ ମେଡିକାଲ କଲେଜର ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗର ବିଶେଷଜ୍ଞ ଡ. ଯୁଧିଷ୍ଠିର ବଡକା, ରାଜନୀତି ବିଜ୍ଞାନ ବିଭାଗର ସହାୟକ ପ୍ରଫେସର ଶ୍ରୀମତୀ ସାରିକା ବିଲୁଙ୍ଗ,ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଡ.ପ୍ରତାପ କୁମାର ଦାଶ,ସବ୍ ଡିଭିଜନାଲ ପ୍ରୋଗ୍ରାମ ଅଫିସର ଶ୍ରୀମତୀ ସୁରବାଳା ଜେନା ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅଧିବେଶନରେ ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ,ସ୍ୱଚ୍ଛତା ଏବଂ ମାନସିକ ସ୍ୱାସ୍ଥ୍ୟ,ଛାତ୍ରୀ ମାନଙ୍କର ଆଇନଗତ ଓ ରାଜନୈତିକ ଅଧିକାର,ନାରୀମାନଙ୍କ ପାଇଁ ସଂରକ୍ଷିତ ଓଡିଶା ସରକାରଙ୍କ ବିଭିନ୍ନ ଯୋଜନା,ଯୋଗା ଯୋଗ ଦକ୍ଷତାମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ପର୍ଯ୍ୟାଲୋଚନା କରାଯାଇଥିଲା।
ମେଳାର ଚତୁର୍ଥ ତଥା ଅନ୍ତିମ ଦିବସରେ ବିଶ୍ୱବିଦ୍ୟାଳୟର ଦର୍ଶନ ବିଭାଗର ସହଯୋଗୀ ପ୍ରଫେସର ଡ.ରାଜକିଶୋର ପାତ୍ର, ସାଇବର ପୋଲିସ ଷ୍ଟେସନ ବଲାଙ୍ଗିରର ଆଇ.ଆଇ.ସି. ଶ୍ରୀମତୀ ଭାରତୀ ନାୟକ,ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ପ୍ରିୟଙ୍କା ଚକ୍ରବର୍ତ୍ତୀ ମଞ୍ଚାସୀନ ଥିଲେ।ଏହି ଅଧିବେଶନରେ ଡ.ପାତ୍ର, ନେତୃତ୍ୱ ଓ ବ୍ୟକ୍ତିତ୍ୱ ବିକାଶ,ଶ୍ରୀମତୀ ଭାରତୀ ନାୟକ ସାଇବର ସୁରକ୍ଷା,ଡ. ଚକ୍ରବର୍ତ୍ତୀ କ୍ୟାରିଅର କାଉନ୍‌ସେଲିଂ ସମ୍ବନ୍ଧରେ  ଉଚ୍ଚକୋଟୀର ବକ୍ତବ୍ୟ ପ୍ରଦାନ କରିଥିଲେ।
ଚାରିଦିନ ଧରି ଅନୁଷ୍ଠିତ ହୋଇଥିବା ଶକ୍ତିଶ୍ରୀ ମେଳାର ଶେଷ ଦିବସରେ ବିଶ୍ୱବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।ଶକ୍ତିଶ୍ରୀ ର ସଂଯୋଜିକା ବିଷ୍ଣୁ୍ପ୍ରିୟା ବେହେରା ସୁଚାରୁ ରୂପେ ଏହି କାର୍ଯ୍ୟକ୍ରମର ସମସ୍ତ ଅଧିବେଶନ କୁ ସୁସଂଯୋଜନା କରିଥିଲେ।ଏହି ଉତ୍ସବରେ କମ୍ପ୍ୟୁଟର ବିଜ୍ଞାନ ବିଭାଗର ସ୍ନାତକୋତ୍ତର ଛାତ୍ରୀ ପ୍ରିୟଙ୍କା ପାଣିଗ୍ରାହୀ ଏବଂ ୩୬ ଜଣ  ଶକ୍ତିଶ୍ରୀ ଏମପାୱାରମେଣ୍ଟ ( ସଶକ୍ତିକରଣ) ସେଲ୍‌ର ସମସ୍ତ ସଭ୍ୟା ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ପ୍ରାଧ୍ୟାପକ, ପ୍ରାଧ୍ୟାପିକା,ଛାତ୍ରୀସମୂହ ଉପସ୍ଥିତ ରହି ସଭାକୁ ସାଫଲ୍ୟମଣ୍ଡିତ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଜ୍ଞାନସମ୍ମତ ଓ ଯୁକ୍ତି ଭିତ୍ତିକ ବିଷୟବସ୍ତୁ ଥାଇ ନିର୍ଭୁଲ ପାଠ୍ୟପୁସ୍ତକ ପ୍ରସ୍ତୁତ ନହେବା ପର୍ଯ୍ୟନ୍ତ ଗତବର୍ଷର ବହିରେ ଶିକ୍ଷାଦାନ କରିବା ଦାବିରେ ଦସ୍ତଖତ ଅଭିଯାନ।   29-Jun-2026
  ଜିଲ୍ଲା  
ବିବାହ ର ପ୍ରତିଶୃତି ଦେଇ ଯୁବତୀଙ୍କୁ ପ୍ରତାରଣା କଲା ଲମ୍ପଟ ପ୍ରେମିକ।   29-Jun-2026
  ଜିଲ୍ଲା  
ଶିଶୁ କଲ୍ୟାଣ ସମିତିର ନୂତନ ଭବନ ଉଦଘାଟନ କଲେ ଜିଲ୍ଲାପାଳ   29-Jun-2026
  ଜିଲ୍ଲା  
ସ୍ୱପ୍ନେଶ୍ୱରଙ୍କ ଘରେ ପହଞ୍ଚି ସ୍ଵାସ୍ଥ୍ୟ ଅବସ୍ଥା ବୁଝିଲେ ଜିଲ୍ଲାପାଳ   29-Jun-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ POCSO Act ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ।   29-Jun-2026
  ଜିଲ୍ଲା  
ମୁକ୍ତିତୀର୍ଥ ପାପକ୍ଷୟ ଘାଟରେ ଦେବସ୍ନାନ ପୂର୍ଣ୍ଣିମା   29-Jun-2026
  ଜିଲ୍ଲା  
କଟକ ଗ୍ରାମ୍ୟ ଉନ୍ନୟନ ନିର୍ମାଣ ବିଭାଗର ମୁଖ୍ୟଯନ୍ତ୍ରୀ କାର୍ଯ୍ୟାଳୟରେ ଟେଣ୍ଡରେ ସାଙ୍ଘାତିକ ଦୁର୍ନୀତି। ଠିକାଦାର ମେଳି ହୋଇ କଲେ ଅଭିଯୋଗ। ଚାଉଳିଆଗଞ୍ଜ ଥାନାରେ ଏତଲା   29-Jun-2026
  ଜିଲ୍ଲା  
ଜିଲ୍ଲା ଶିକ୍ଷା ବିଭାଗ ର ଅଜବ ନୀତି ଯୋଗୁଁ ଅବସର କାଳୀନ ପେନସନ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ   29-Jun-2026
  ଜିଲ୍ଲା  
ଜିଲ୍ଲା ଶିକ୍ଷା ବିଭାଗର ଅଜବ ନୀତି ଯୋଗୁଁ ଅବସର କାଳୀନ ପେନସନ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ   29-Jun-2026
  ଜିଲ୍ଲା  
ସ୍କର୍ପିଓ ଗାଡିରେ ୨୨କେଜି ଗଞ୍ଜେଇ ଚାଲାଣ, ଜଣେ ଗିରଫ   29-Jun-2026
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲା ସିଭିଲ ସୋସାଇଟିର ବୈଠକ    29-Jun-2026
  ଜିଲ୍ଲା  
ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ   29-Jun-2026

You Might Also Like