-+91-9937148622 |
prerana_bgr@rediffmail.com |
Tuesday 30th June 2026 |
R.N.I. Regd No. ODIODI/2010/46693
Breaking News
02-Apr-2026
ନବରଙ୍ଗପୁର (ପ୍ରିୟଦର୍ଶିନୀ ପାତ୍ର)
ଡାବୁଗାଁ ବ୍ଲକରେ କର୍ମଚାରୀ ପାଇଁ ଉପଯୁକ୍ତ ବାସଗୃହ ବା କ୍ଵାଟର ଅଭାବ ଦେଖାଦେଇଛି।ଅନ୍ୟ ବ୍ଲକ ରେ କାର୍ଯ୍ୟରତ କର୍ମ ଚାରି ମାନେ ଖାସ କରି କୋଷଗୁମଡା, ନବରଙ୍ଗପୁର ବ୍ଲକରେ କାର୍ଯ୍ୟରତ କର୍ମଚାରୀ ମାନେ ବର୍ଷ ବର୍ଷ ସଂଖ୍ୟାରେ ଛାଡୁ ନାହାନ୍ତି କ୍ଵାଟର।ଯାହାଫଳରେ ଅଧିକାଂଶ କର୍ମଚାରୀ ବ୍ଲକ ବାହାରେ ଭଡ଼ା ଘର ନେଇ ରହିବାକୁ ବାଧ୍ୟ ହେଉଛନ୍ତି। ଏହି ସମସ୍ୟା ଯୋଗୁଁ କର୍ମଚାରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତେଣୁ ସରକାରୀ ସ୍ତରରେ ନୂତନ କ୍ୱାର୍ଟର୍ସ ନିର୍ମାଣ ଓ ବ୍ଲକ କର୍ମଚାରୀଙ୍କୁ ସୁବିଧା ଯୋଗାଇଦେବା ଜରୁରୀ ହୋଇପଡିଛି। ବାହାରେ କର୍ମଚାରୀ ମାନେ ରହିବା ଫଳରେ ବା ବସରେ ଯିବା ଆସିବା କରିବା ଯୋଗୁଁ ବେଳେବେଳେ କାର୍ଯ୍ୟାଳୟରେ କର୍ମଚାରୀ ମରୁଡ଼ି ଦେଖାଦେବା ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାମ ପଡି ରହୁଛି।ଆନ୍ୟ ବ୍ଲକର କର୍ମଚାରୀ ଏବଂ କିଛି ଅବସରର ପ୍ରାପ୍ତ କର୍ମଚାରୀ ଅନ୍ୟତ୍ର ବଦଳି ହେବ ପରେ ମଧ୍ୟ ଆଜିକୁ ୨/୩ ବର୍ଷ ହେବ କ୍ଵାଟର ଛାଡୁ ନାହାନ୍ତି ଏହାକୁ ନିଜସ୍ୱ ପ୍ରପର୍ଟି ଭଳି ବ୍ୟବହାର କରୁଛନ୍ତି। କିଛି କର୍ମଚାରୀ ଆଜିକୁ ପ୍ରାୟ ୮/୧0 ବର୍ଷ ହେବ ବ୍ଲକ କ୍ଵାଟର ରେ ରହି ଆସୁଥିବା ମଧ୍ୟ ସୂଚନା ମିଳିଛି। ଜିଲ୍ଲା ପ୍ରଶାସନ ତଥା ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଲେ ଡାବୁଗାଁ ବ୍ଲକରେ କାର୍ଯ୍ୟରତ କର୍ମଚାରୀ ଙ୍କୁ ବ୍ଲକ ପରିସରରେ କ୍ଵାଟର ମିଳି ପାରିଥାନ୍ତା। ଯେହେତୁ କର୍ମଚାରୀମାନେ ନିଜସ୍ୱ କ୍ୱାର୍ଟର୍ସ ନଥିବାରୁ ଭଡ଼ା ଘରେ ରହିବାକୁ ବାଧ୍ୟ ହେଉଛନ୍ତି। ପ୍ରଶାସବ ଏଥିପ୍ରତି ଦୃଷ୍ଟି ଦେଲେ ଏହି ସମସ୍ୟା ସମାଧନ ହେଇପାରିବ ବଳି କିଛି କର୍ମଚାରୀ ଏବଂ ବୁଦ୍ଧିଜୀବୀ ମାହୋଲରେ ଚର୍ଚ୍ଚା ହେଉଛି।
ବିଦ୍ର:-ଅନ୍ୟବ୍ଲକରେ କାର୍ଯ୍ୟରତ କର୍ମଚାରି ବର୍ଷ ବର୍ଷ ଧରି ଛାଡୁ ନାହାନ୍ତି କ୍ଵାଟର