-+91-9937148622 |
prerana_bgr@rediffmail.com |
Tuesday 7th July 2026 |
R.N.I. Regd No. ODIODI/2010/46693
Breaking News
27-Mar-2026
(ରଂଜିତ ମହାନ୍ତି )
ପରିବହନ ବିଭାଗ ନଜର ନାହିଁ, ଅଟୋରେ ବିପଦପୂର୍ଣ୍ଣ ଯାତ୍ରାପରିବହନ ବିଭାଗ ଦୃଷ୍ଟି ଦେଉ ନଥିବାରୁ ବିଭିନ୍ନ ଗାଡ଼ିରେ ବିପଦପୂର୍ଣ୍ଣ ଯାତ୍ରା କରୁଛନ୍ତି ଯାତ୍ରୀ । ବିଶେଷ କରି ଅଟୋ ଚାଳକ ମାନେ ପରିବହନ ବିଭାଗର ଆଇନ କାନୁନକୁ ଦଳି ମକଚି ଦେଇ ବିପଦପୂର୍ଣ୍ଣ ଭାବେ ଯାତ୍ରୀଙ୍କୁ ନେବା ଆଣିବା କରୁଛନ୍ତି । ବରୀ ରାସ୍ତାର ଏହି ଚିତ୍ର ଏହାକୁ ସତ ପ୍ରମାଣିତ କରୁଛି । ସନ୍ଧ୍ୟା ସମୟରେ ଏହି ଅଟୋଟି ଯାଉଥିଲା ବେଳେ ଏହି ଅଟୋରେ ଛୋଟ ପିଲାଙ୍କୁ ମିଶାଇ ୧୫ ଜଣ ଯାତ୍ରା କରୁଥିଲେ ।କେବଳ ଏତିକି ନୁହେଁ ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେବା ଆଣିବା କରୁଥିବା ଅଟୋରେ ମଧ୍ୟ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ଗତାଗତ କରୁଛନ୍ତି । ଏ ନେଇ ପରିବହନ ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।