-+91-9937148622 |
prerana_bgr@rediffmail.com |
Friday 27th March 2026 |
R.N.I. Regd No. ODIODI/2010/46693
Breaking News
27-Mar-2026
ବିନିକା(ହିମାଂଶୁ ଶେଖର ପୁଟେଲ)ଆଜି ପବିତ୍ର ରାମନବମୀ ଅର୍ଥାତ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମ ଦିନ।ଏହି ଦିନରେ ଦୀପଦାନ କରି ପ୍ରଭୁଙ୍କ ଜନ୍ମ ଉତ୍ସବକୁ ମହା ଆଡମ୍ବରରେ ପାଳନ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ଶିବସେନା କର୍ମୀ ।ସ୍ଥାନୀୟ ବିନିକା ସ୍ଥିତ ପୁଣ୍ୟପୀଠ ପାପକ୍ଷୟ ଠାରେ ଜିଲ୍ଲା ସଭାପତି ଶିବ ପ୍ରସାଦ ଦାଶଙ୍କ ଆବାହକତ୍ୱରେ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଜଗତରନାଥ ଜଗନ୍ନାଥଙ୍କ ମନ୍ଦିରରେ ସମସ୍ତ ଶିବସେନା କର୍ମୀ ଉପସ୍ଥିତ ରହି ଦୀପ ଜାଳି ହାତରେ ଧରି ପ୍ରଭୁଙ୍କ ଠାରେ ଆରତୀ କରିବା ସହିତ ହିନ୍ଦୁ ମାନଙ୍କର ଆରାଧ୍ୟ ଦେବତା ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କ ତ୍ୟାଗ ଆଦର୍ଶ ଚରିତ୍ର ଉପରେ ଗୁଣଗାନ କରିଥିଲେ।ପରେ ଅନୁଷ୍ଟିତ ବୈଠକରେ ରାଜ୍ୟ ଉପସଭାପତି ରାଜେଶ କୁମାର ପଣ୍ଡା ଗୋ ମାତାକୁ ରାଷ୍ଟ୍ରୀୟ ମାନ୍ୟତା ପ୍ରଦାନ,ହିନ୍ଦୁ ଧର୍ମର ରକ୍ଷା ଆଦି ଉପରେ ଆଲୋକପାତ କରି ଉପସ୍ଥିତ କର୍ମୀ ମାନଙ୍କୁ ଏକତା ମନୋଭାବ ନେଇ କାମ କରିବାକୁ ପରାମର୍ଶ ଦେଇଥିଲେ।ଆଗାମୀ ଦିନରେ ଶିବସେନା ପ୍ରତି ଲୋକେ କିପରି ଆକୃଷ୍ଟ ହେବେ ସେନେଇ ବିସ୍ତୃତ ଭାବରେ ବର୍ଣ୍ଣନା କରି ସଦସ୍ୟତା ଗ୍ରହଣ କରିବାକୁ କହିଥିଲେ ।ଅନୁଷ୍ଟିତ ବୈଠକରେ ଜିଲ୍ଲା ଉପସଭାପତି ଧ୍ରୁବ ଚରଣ ପ୍ରଧାନ,ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ନାୟକ,ଓବିସି ମୋର୍ଚ୍ଚା ସଭାପତି ସରୋଜ ବାରିକ,ଯୁବ ସଭାପତି ପ୍ରଶାନ୍ତ ମହାନନ୍ଦ,ସାଂସ୍କୃତିକ ସମ୍ପାଦକ ଚନ୍ଦନ ଦେହେରୀ,ଗୋ ସେବକ ମୋର୍ଚ୍ଚାର ଆଶିଷ ଷଡ଼ଙ୍ଗୀ,ଏସି/ଏସଟି ସଭାପତି ରାଜେନ୍ଦ୍ର ଜଗଦଲା,ଢୋଲମଣି ମେହେର ପ୍ରମୁଖ ଯୋଗଦେଇ ଗୋ ସେବା ସୁରକ୍ଷା ଉପରେ ସୁଚିନ୍ତିତ ମତ ରଖିଥିଲେ।