-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
21-Mar-2026
ବଲାଙ୍ଗୀର(ପ୍ରେରଣା ଖବର): ଗଂଜେଇ ଚୋରା ଚାଲାଣ କରୁଥିବା ବେଳେ ୩ ଜଣ ଯୁବକଙ୍କୁ ଗିରଫ କରିଛିି ବଲାଙ୍ଗୀର ପୋଲିସ । ଗତକାଲି ନୂଆ ବସଷ୍ଟାଣ୍ଡ ପଛପଟେ ଥିବା ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍ ପାଖରେ ଏହି ୩ଯୁବକଙ୍କୁ ଗିରଫ କରିଛି ପୋଲିସ । ଏମାନଙ୍କ ଠାରୁ ଗୋଟିଏ ବାଇକ୍ ନଂ ଓଡି ୦୩-AE ୮୫୭୯, ତିନୋଟି ମୋବାଇଲ ଫୋନ୍, ୨୭ହଜାର ଟଙ୍କା ଓ ୫କେଜି ୮ଠଠଗ୍ରାମ ଓଜନର ଗଂଜେଇ ଜବତ କରିଛି ପୋଲିସ। ଗଂଜେଇ ଚୋରାଚାଲାଣ ବେଳେ ପୋଲିସ ହାତରେ ଧରାପଡିଥିବା ଯୁବକ ମାନେ ହେଲେ ଉତ୍ତରପ୍ରଦେଶର ବଂଶାପୁରା ଗାଁର ରବି ପାଲ, ବୟସ ୨୨, ବୌଦ୍ଧ ଜିଲ୍ଲା ଘଂଟାପଡାର ଦେବେଶ ସାହୁ, ବୟସ ୨୧ ଓ ବଲାଙ୍ଗୀର ଜିଲ୍ଲା ଦେଓଗାଁ ସାଗରପାଲି ଗାଁ ର ରମେଶ ରଣା, ବୟସ ୩ଠ ବୋଲି ଜଣାପଡିଛି । ଏହି ୩ଜଣଙ୍କ ନାମରେ ଟାଉନ୍ ପିଏସ୍ କେଶ ନଂ ୧୪୮, ଦଫା୨ଠ(ବି) ଏନ୍ ଡି ପି ଏସ୍ ଆକ୍ଟରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚଲାଣ କରରାଯାଇଥିବା ପୋଲିସ ସୂଚନା ଦେଇଛି ।